ବଣମଲ୍ଲୀର ମହକ

ବିପିନ ବିହାରୀ ରାଉତ

ବାପା ହେଉଛନ୍ତି ଫଳଦୋକାନୀ, ହେଲେ ବାପାଙ୍କ ସହ ଫଳବିକାରେ ସାହାଯ୍ୟ କରୁଥିବା ହାତଟି ଆଜି ନିଜ ପ୍ରତିଭାରେ ରୂପାୟିତହୋଇ ଚଳିତ ମାଟ୍ରିକ୍‌ ପରୀକ୍ଷାରେ ବାଜିମାତ୍‌ କରିଛି ସେ ହେଉଛନ୍ତି ରୂପା ସା, ଘର ଝାରସୁଗୁଡ଼ା ବେଲପାହାଡ଼ ଅଞ୍ଚଳ। ସ୍ଥାନୀୟ ଗିରିଧାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରୂପା ଏ-୧ ଗ୍ରେଡ୍‌ ପାଇଛନ୍ତି। ସେହିପରି କାକଟପୁର ଓଥକା ଗ୍ରାମର ଶୁଭ୍ରାଙ୍କ ବାପା ଜୟରାମ ଦାସ ଜଣେ ନାମମାତ୍ର ଚାଷୀ, ଅଭାବୀ ୬ ପ୍ରାଣୀ କୁଟୁମ୍ବ ପୋଷିବାକୁ ପରିସ୍ଥିତି କାଠିକର ପାଠ ହୋଇଯାଏ। ହେଲେ ଚଳିତ ମାଟ୍ରିକରେ ଶୁଭ୍ରା ଏ-୧ ଗ୍ରେଡ୍‌ ହାସଲକରି ଅଭାବୀ ପରିବାରରେ ବି ପ୍ରାପ୍ତି ଓ ଆନନ୍ଦର ଭାବ ସୃଷ୍ଟି କରିହୁଏ, ଏହା ପ୍ରମାଣ କରିଦେଇଛନ୍ତି। ବ୍ରହ୍ମପୁରର ଚନ୍ଦ୍ରଶେଖରଙ୍କ ବାପା ମହେଶ୍ୱର ଜଣେ ଦିନ ମଜୁରିଆ। ପୁଅ ୬୦୦ ମାର୍କରୁ ୫୪୭ ପାଇ ସଫଳତାର ଚରଣ ସ୍ପର୍ଶ କରିଛି। ଭୁବନେଶ୍ୱର ବୁଦ୍ଧନଗର ବସ୍ତିର ହୋଟେଲର ଅଇଁଠା ବାସନ ଆଉ ଓଲ୍‌ଡିଂ ଶ୍ରମିକ ଭାବେ କାମ କରୁଥିବା ୩ଜଣ ଆନନ୍ଦ ରେଡ୍ଡି , ସନ୍ତୋଷ ରେଡ୍ଡି ଓ ଶ୍ୟାମ ସୁନ୍ଦର ବେହେରା ଆଶାୟେଁ ଅନୁଷ୍ଠାନର ସହଯୋଗରେ ଚଳିତ ଥର ମାଟ୍ରିକ୍‌ ପରୀକ୍ଷାରେ କୃତବିଦ୍ୟ ହୋଇ ଶିକ୍ଷାର ନୂଆ ବାସ୍ନା ପାଇଛନ୍ତି। କଟକର ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କ ପୁଅ ରେଭେନ୍‌ଶା କଲିଜିଏଟ୍‌ ସ୍କୁଲର ଛାତ୍ର ଆଶୁତୋଷ ୯୨ ପ୍ରତିଶତ ମାର୍କ ରଖି କୃତିତ୍ୱ ପାଇପାରିଛନ୍ତି। କଟକ ସଦର ମା’ତାରିଣୀ ବିଦ୍ୟାପୀଠର ଦୀପକ ଶା ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାପା ଶ୍ୟାମ ବାବୁଙ୍କ ଛୋଟିଆ ନୁଆଣିଆ ଦରଜି ଦୋକାନ ଭିତରୁ ଶିକ୍ଷା ଦରଜାର ମୁକ୍ତ ଆନନ୍ଦ ପାଇଥିବା ପିଲାଟିର ଆନନ୍ଦ ପରିବାରକୁ ଖୁସିର ଆକାଶ ଛୁଅଁା ଆନନ୍ଦ ଦେଇଛି। ଗୋଟିଏ ଦିନରେ ମାଟ୍ରିକ୍‌ ଓ ଯୁକ୍ତ୨ ପରୀକ୍ଷାଫଳରେ ସଫଳତାର ବିଜୟ ପାଇଥିବା ଅନେକ ବଣମଲ୍ଲୀ ସେମାନଙ୍କ ବାସ ଆମ ପାଖରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି। ସ୍ବାଭାବିକ ଆଉ ଗତାନୁଗତିକ ଅନୁକୂଳ ପ୍ରସ୍ତୁତି ପରିବେଶରେ ବଢ଼ିଥିବା ପିଲାମାନେ ତ ସଫଳତା ପାଇବା ଏକ ସାଧାରଣ କଥା, କିନ୍ତୁ ଆମେ ଯେଉଁ ସଫଳ ବିଜୟୀ ନାୟକ ମାନଙ୍କ ଜୀବନ ସଂଘର୍ଷର କଥା ଉଲ୍ଲେଖ କରୁଛୁ ସେମାନେ ବାସ୍ତବରେ ହେଉଛନ୍ତି ଅନନ୍ୟ, ଶ୍ରେଷ୍ଠ ଓ ଅନୁପମ। ପରିବାରର ଆର୍ଥିକ ଚାପ, ନାନା ଅଭାବ ଅନଟନ, ଗୃହର ମୁଖ୍ୟ ଆୟକାରୀଙ୍କ ଦୁରାରୋଗ୍ୟ ବ୍ୟାଧି , ଅଭିଭାବକଙ୍କ ଅନୁପସ୍ଥିତି, ଅନ୍ୟ ପାରିବାରିକ ଝଡ଼ ତମାମ ନାନା ପ୍ରତିବନ୍ଧକ ସେମାନଙ୍କ ସ୍ବପ୍ନକୁ ପୂରଣ କରିବାରେ ପ୍ରତିବନ୍ଧକ ହୋଇପାରିନାହିଁ। କଠିନ ପରିଶ୍ରମ, ଅଧ୍ୟବସାୟ, ଦୃଢ଼ନିଷ୍ଠା, ପାଠପଢ଼ା ପ୍ରତି ଅମାପ ଭଲପାଇବା ଆଉ ଗୁରୁଜନଙ୍କ କଲ୍ୟାଣ ସେମାନଙ୍କ ଲକ୍ଷ୍ୟ ପୂରଣ ନିମିତ୍ତ ପ୍ରେରଣାର ପୁଷ୍ପ ପାଲଟିଛି। ରାସ୍ତାକଡ଼ରେ ନିତିଦିନ ଖୋଲା ଆକାଶ ତଳେ ପେଟ ଚାଖଣ୍ଡଙ୍କ ପାଇଁ ଘୂରି ବୁଲୁଥିବା କିଶୋରୀକିଶୋର ଆଜି ରାସ୍ତାକଡ଼ ଜୀବନକୁ ଛାଡ଼ି ଶିକ୍ଷାର ଯେଉଁ ଆନନ୍ଦର ଗୌରବ ପାଇଛନ୍ତି ଏହା ଆଜିର ବ୍ୟସ୍ତବହୁଳ ସମାଜ ଓ ଶିକ୍ଷା ପାଇଁ ଅନାଗ୍ରହୀଙ୍କ ପାଇଁ କମ୍‌ ପ୍ରେରଣାର କାହାଣୀ ନୁହେଁ।
ଗତାନୁଗତିକ ଭାବେ ପ୍ରତିବର୍ଷ ମାଟ୍ରିକ ପରୀକ୍ଷା, ଯୁକ୍ତ୨ ଓ ଯୁକ୍ତ୩ର ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଅନେକ ସଂଘର୍ଷ ଭିତରେ ଶ୍ରେଷ୍ଠତା ପାଇଥିବା ସଫଳ ବିଦ୍ୟାର୍ଥୀଙ୍କ କଥା ଗଣମାଧ୍ୟମରେ ପ୍ରକାଶ ପାଏ। ପାଠପଢ଼ା ପାଇଁ ଉଚ୍ଚ ବଂଶ ପରମ୍ପରା, ନାମୀଦାମୀ ସ୍କୁଲର ପରିଚୟ, କୋଚିଂ ବା ଆନୁଷଙ୍ଗିକ ଶିକ୍ଷା ସହାୟତା ବିନା ଯେ ଜୀବନରେ ସଫଳତାର ଶିଡ଼ି ଛୁଇଁହୁଏ ଏହାର ଅନେକ ଉଦାହରଣ ଆମେ ଦେଖିବାକୁ ପାଇଥାଉ। ଆମ ସମୟରେ ଅନେକ ପ୍ରତିଭାବାନ ବଣମଲ୍ଲୀ ପରି ଶିକ୍ଷା ଆଗ୍ରହୀ ଛାତ୍ରୀଛାତ୍ରଙ୍କୁ ବେସରକାରୀ ବିଦ୍ୟାଳୟରେ ବିନା ମୂଲ୍ୟରେ ପାଠପଢ଼ାର ସୁଯୋଗ ରହୁଛି ଏବଂ ଅନେକ ଦାତବ୍ୟ, ଶିକ୍ଷା ପାଇଁ ସମାଜ ସେବା ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତିତ୍ୱମାନେ ସହଯୋଗର ହାତ ବଢ଼ାଉଛନ୍ତି। ସରକାର ବ୍ୟାପକ ଭାବେ ଶିକ୍ଷାର ପ୍ରଚାରପ୍ରସାର ଓ ଶିକ୍ଷା ଭିିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଅନେକ ଯୋଜନା ମଧ୍ୟ ହାତକୁ ନେଉଛନ୍ତି। ତେବେ ଶିକ୍ଷାକ୍ଷେତ୍ରରେ ବିଶେଷକରି ସଫଳତା ପାଇବା ପାଇଁ ଅନେକ ଘାତପ୍ରତିଘାତକୁ ସାମ୍ନା କରିବାକୁ ପଡ଼ିଥାଏ। ଜୀବନରେ ଏକ ନିଶ୍ଚିନ୍ତ ବିଜୟ ପାଇବା ପାଇଁ ପ୍ରତିକୂଳତା ହିଁ ଏପରି ମୂଲ୍ୟବାନ୍‌ ଶିକ୍ଷା ଦେଇଥାଏ ଯାହାକି ଜୀବନ ତିଆରି କରିବା ପାଇଁ ଏକ ବିଦ୍ୟାର୍ଥୀ ପାଇଁ ବରଦାନ ସଦୃଶ କାର୍ଯ୍ୟ କରିଥାଏ। ଆମ ସମୟରେ ଏବେ ବି ଅନେକ ବଣମଲ୍ଲୀ ପରି ପ୍ରତିଭାବାନ୍‌ ଛାତ୍ରୀଛାତ୍ର ରହିଛନ୍ତି ଯେଉଁମାନେ କଠିନ ଅଧ୍ୟବସାୟ, ମେଧାଶକ୍ତି ଓ ସଫଳତା ପାଇବାର ଯେଉଁ ଅଦମ୍ୟ ଆଗ୍ରହ ଏହାକୁ ହିଁ ପୁଞ୍ଜିକରି ଜୀବନକୁ ଆଗେଇ ନେଇଥାନ୍ତି। ତଥାପି ବଣମଲ୍ଲୀ ପରି ଅନେକ ପ୍ରତିଭାବାନ୍‌ ଏ ଯାବତ୍‌ ଶିକ୍ଷାର ସୂର୍ଯ୍ୟୋଦୟ ଦେଖିବାକୁ ସମର୍ଥ ହୋଇନାହାନ୍ତି। ଏବେ ବି ଅନେକ କ୍ଷେତ୍ରରେ ଶିକ୍ଷା ସମସ୍ତଙ୍କ ପାଇଁ, ସବୁ ବର୍ଗଙ୍କ ପାଇଁ ଆଉ ସବୁ କ୍ଷେତ୍ର ପାଇଁ ଅତ୍ୟନ୍ତ ସୁଲଭ ହୋଇପାରିନାହିଁ। ଚଳିତ ପରୀକ୍ଷାଫଳର ଆମେ ଆଲୋଚନା ରଖିଥିବା ଜଣେ ଜଣେ କୃତବିଦ୍ୟ ବିଦ୍ୟାର୍ଥୀଙ୍କ ସଫଳ ଜୀବନ ପଛର ଅନେକ ଅକୁହା କୋହ ଓ ଆବେଗ ଅନ୍ୟ ବିଦ୍ୟାର୍ଥୀଙ୍କ ପ୍ରେରଣାର ଉତ୍ସ। ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସର୍ବୋପରି ଏକ ଉନ୍ନତ ଓ ଶିକ୍ଷା ଅଭିବୃଦ୍ଧିସମ୍ପନ୍ନ ସମାଜ ଗଠନରେ ଆମ ସମସ୍ତଙ୍କର ଗୁରୁଦାୟିତ୍ୱ ରହିଛି। ଆମ ଆଖପାଖରେ ପ୍ରୋତ୍ସାହନ, ସହଯୋଗ ଓ ପୃଷ୍ଠପୋଷକତା ଅଭାବରୁ ବସ୍ତାନିରେ ଡୋରି ବାନ୍ଧିଥିବା, ଅଧ୍ୟବସାୟ ପାଇଁ ପଛେଇଯାଉଥିବା ପିଲାମାନଙ୍କୁ ଭଲ ପାଇବାର, ସହାୟତାର ହାତ ବଢ଼ାଇଲେ ଏହା ଆମ ମାନଙ୍କର ସର୍ବନିମ୍ନ ମାନବିକତାର ପ୍ରମାଣ ହୋଇପାରିବ। ଶିକ୍ଷା ସମାଜର ଏପରି ଜଣେ ଜଣେ ଅଜଣା ଅଶୁଣା ଉଜ୍ଜ୍ୱଳ ଶିକ୍ଷା ପ୍ରତିଭାଧରମାନେ ଆମ ଆଗାମୀ ଭବିଷ୍ୟତର ଯଥାର୍ଥ ଓ ଯୋଗ୍ୟ ଦାୟାଦ ହୋଇପାରିବେ। ଏହାକୁ ସଫଳ କରିବାର ଦାୟିତ୍ୱ ଆମ ସମସ୍ତଙ୍କର।
ତୁଳସୀପୁର, କଟକ
ମୋ: ୯୪୩୭୬୬୬୪୫୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri