ବଢୁଛି ଶିଳ୍ପ, ଗାଁ ମୁହାଁ ହାତୀ

ଯାଜପୁର ଅଫିସ,୨୪ା୧ – ହାତୀ ଆକ୍ରମଣରେ ମଣିଷଙ୍କ ମୃତ୍ୟୁ, ଫସଲହାନି, ଘରଦ୍ୱାର କ୍ଷୟକ୍ଷତି ଘଟଣା ଆଦି ବୃଦ୍ଧି ପାଉଛି। ଗତ କିଛିବର୍ଷ ହେଲା ଏଭଳି ଘଟଣା ଜଙ୍ଗଲ ଆଖପାଖ ଗ୍ରାମ ଗ୍ରାମ ବ୍ୟତୀତ ଜଙ୍ଗଲରୁ ଦୂରରେ ଥିବା ଜନବସତିରେ ମଧ୍ୟ ଏଭଳି ଘଟଣା ଘଟୁଛି। ସେଥିପାଇଁ ହାତୀ ଉପଦ୍ରବ ସମ୍ପର୍କରେ ଅନେକ ଖବର ପ୍ରତିଦିନ ଖବରକାଗଜ ପୃଷ୍ଠାମଣ୍ଡନ କରୁଛି। କିନ୍ତୁ ବାସ୍ତବପକ୍ଷେ ମଣିଷର ସଚେତନତା ଅଭାବ ଓ ଜଙ୍ଗଲ ପରିବେଶ ନଷ୍ଟ ଯୋଗୁ ନିଜ ବାସ ହରାଉଛନ୍ତି ହାତୀ। ମଣିଷ ହାତୀଙ୍କ ପ୍ରାକୃତିକ ବାସସ୍ଥଳ ଜଙ୍ଗଲକୁ ଧ୍ୱଂସ କରି ଚାଲିଛି। ହାତୀଙ୍କ ଖାଦ୍ୟ ଛଡ଼ାଇ ନିଜେ ଖାଉଛି ଓ ବେପାର କରୁଛି। ଶହଶହ ବର୍ଷ ଧରି ଜଙ୍ଗଲରୁ ଜଙ୍ଗଲକୁ ଯିବାଆସିବା କରୁଥିବା ଗତିପଥକୁ ଖଣି ଓ କଳକାରଖାନା ଯୋଗୁ ଅବରୋଧ ହୋଇଯାଇଛି। ସେଥିରେ ପୁଣି ମୂଲ୍ୟବାନ ଦାନ୍ତ ଲୋଭରେ ହାତୀଙ୍କ ଶିକାର ହେଉଛି। ଏଥିଯୋଗୁ ହାତୀ ମାନସିକ ଭାରସାମ୍ୟ ହରାଇ ଗ୍ରାମାଭିମୁଖୀ ହୋଇ ନିର୍ଦ୍ଦୋଷ ଲୋକଙ୍କ ଜୀବନ ନେବାରେ ଲାଗିଛି।
ଜୈବ ବିବିଧତା ନଷ୍ଟ ହେବା ସହ ଅତି ଘନଜଙ୍ଗଲ ସୃଷ୍ଟିରେ ବିଫଳ ଯୋଗୁ ଶିଳ୍ପ ସମୃଦ୍ଧ ଯାଜପୁର ଜିଲାରେ ହାତୀ ଏବଂ ମନୁଷ୍ୟ ମଧ୍ୟରେ ସଂଘର୍ଷ ବଢିବାରେ ଲାଗିଛି। ସପ୍ତାହକ ମଧ୍ୟରେ ଜିଲାରେ ଦନ୍ତାହାତୀ ଆକ୍ରମଣରେ ୩ଜଣଙ୍କ ଜୀବନ ଯାଇଥିବାବେଳେ ୧୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ଦନ୍ତାହାତୀକୁ ଘଉଡାଇବାକୁ ଯାଇ ଜଙ୍ଗଲ ବିଭାଗ ପକ୍ଷରୁ ଏସିଏଫ ଶରତଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ୪୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଓ ଅଧିକାରୀ ନିୟୋଜିତ ହୋଇଛନ୍ତି। ଜଙ୍ଗଲରେ ହାତୀର ସବୁଠାରୁ ପ୍ରିୟ ଖାଦ୍ୟ ହେଉଛି ମଇଗଛର ଛାଲି, ବାଉଁଶଗଜା, ବର, ପିପଳ ଗଛର କଅଁଳ ଡାଳ ଓ ପତ୍ର। ମଣିଷର ବିଭିନ୍ନ ଆବଶ୍ୟକତା ପୂରଣ କରିବାକୁ ଜଙ୍ଗଲରେ ମଇଗଛ ପ୍ରାୟ ନିଶ୍ଚିହ୍ନ ହେବାକୁ ବସିଥିବାବେଳେ ବାଉଁଶ ଜଙ୍ଗଲ ମଧ୍ୟ କମିବାରେ ଲାଗିଛି। ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଓ ଏହାର ଉପତ୍ୟକା ଅଞ୍ଚଳରେ କଳାପଥର ଖନନ, ଖଣି ଓ ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ବର, ପିପଳ ଗଛ କଟି ଯାଉଛି। ଏହି ପରିସ୍ଥିତିରେ ଜଙ୍ଗଲରେ ହାତୀଙ୍କ ପାଇଁ ଖାଦ୍ୟାଭାବ ଦେଖାଦେଇଛି। ଜଙ୍ଗଲ ହ୍ରାସ ଯୋଗୁ ଜଙ୍ଗଲି ଝରଣାଗୁଡିକର ଜଳଧାରା ମଧ୍ୟ ଶୁଖି ଯାଉଛି। ଏହି କାରଣରୁ ହାତୀମାନେ ଖାଦ୍ୟ ଅନ୍ବେଷଣରେ ଜଙ୍ଗଲ ବାହାରକୁ ଚାଲି ଆସୁଛନ୍ତି। ଧାନ କେବେ ବି ହାତୀଙ୍କ ପ୍ରିୟ ଖାଦ୍ୟ ହୋଇ ନ ଥିବାବେଳେ ପେଟ ଦାଉରେ ସେମାନେ ଧାନକ୍ଷେତକୁ ଆସି ଯେତିକି ଖାଉଛନ୍ତି, ତାଠୁ ଅଧିକ ମାଡି ନଷ୍ଟ କରି ଦେଉଛନ୍ତି। ଗାଁରେ ମହୁଲି ମଦ ରନ୍ଧା ବାସ୍ନା ମଧ୍ୟ ହାତୀଙ୍କୁ ଆକର୍ଷିତ କରିଥାଏ। ଏଥିପାଇଁ ସେମାନେ ଘରଦ୍ୱାର ଭାଙ୍ଗି ଦେଇଥାନ୍ତି। ଏହାସହିତ ଦିନକୁ ୨୦ରୁ ୪୦ କି.ମି. ପର୍ଯ୍ୟନ୍ତ ବୁଲିବା ହାତୀଙ୍କ ଜୀବନଚର୍ଯ୍ୟାର ଏକ ମୁଖ୍ୟ ଗତିବିଧି। ସେମାନଙ୍କର ନିର୍ଦ୍ଧାରିତ ଏକ ଗତିପଥ ରହିଥାଏ। ଯାହାକି ୫ରୁ ୧୦ କି.ମି. ଓସାରରେ ବ୍ୟାପିଥାଏ। ହେଲେ ଯାଜପୁର ଜିଲାରେ ହାତୀଙ୍କର ଏହି ଗତିପଥରେ ବହୁ କଳାପଥର ଖାଦାନ, ଖଣି ଓ କଳକାରଖାନା ଗଢି ଉଠିଛି। ଫଳରେ ହାତୀଙ୍କ ଗତିପଥରେ ବ୍ୟାଘାତ ସୃଷ୍ଟି ହୋଇଥିବାରୁ ସେମାନେ ବିଭିନ୍ନ ସମୟରେ ବାଟବଣା ହୋଇ ଗତିପଥ ବଦଳାଇ ଏଣେତେଣେ ଜନବସତିକୁ ଚାଲିଯାଉଛନ୍ତି। ଗତ ଏକ ସପ୍ତାହ ହେବ ସୁକିନ୍ଦା ଅଞ୍ଚଳରୁ ପଶି ଆସି ଗ୍ରାମାଞ୍ଚଳରେ ଉପଦ୍ରବ ମଚାଇଥିବା ଏକ ବଣୁଆ ହାତୀ ଏହାର ଦୃଷ୍ଟାନ୍ତ। ସେହିପରି ପୂର୍ବରୁ ବଡଚଣା, ସୁକିନ୍ଦା ବ୍ଲକ ଅଞ୍ଚଳରେ ହାତୀ ଗ୍ରାମାଭିମୁଖୀ ହୋଇଥିବା ନଜିର ରହିଛି। ଏ ସଂକ୍ରାନ୍ତରେ ଯାଜପୁରରୋଡ ରେଞ୍ଜର ଦେବେନ୍ଦ୍ର କୁମାର ପଟ୍ଟନାୟକଙ୍କୁ ପଚାରିବାରେ ସେ କହିଛନ୍ତି ବଣୁଆ ହାତୀକୁ ଘୋଡାଇବାକୁ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ କର୍ମଚାରୀ ଓ ଅଧିକାରୀ ନିୟୋଜିତ ଅଛନ୍ତି। ତେବେ ଟ୍ରାଙ୍କୁଲାଇଜର ବ୍ୟବହାର କରାଯାଉ ନାହିଁ। ଏଥିରେ ବହୁତ ବିପଦ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

ଗୋଡ଼ି ଛାଣିଲେ ମିଳେ ପଇସା, ଆଶ୍ଚର୍ଯ୍ୟ ଲାଗିଲେ ବି…

ଯାଜପୁର ଟାଉନ, ୨୦ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ମାନବ ସମାଜରେ ସମସ୍ତେ ନିଜ ପେଟପାଟଣା ପାଇଁ କିଛି ନା କିଛି କର୍ମ କରି ଦୁଇ ପଇସା ରୋଜଗାର...

ଅଧାପନ୍ତରିଆ ଭିତ୍ତିଭୂମି, ପର୍ଯ୍ୟଟକ ନିରାଶ, ଜରାଜୀର୍ଣ୍ଣ ଅବସ୍ଥାରେ…

ଯାଜପୁର,୨୦ା୧୨(ହର୍ଷବର୍ଦ୍ଧନ ବେହେରା): ଏବେ ପିକ୍‌ନିକ୍‌ ଋତୁ। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଲାଭ କରିଥିବା ଯାଜପୁର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକମାନେ ବୁଲିବାକୁ ଆସୁଛନ୍ତି।...

ବିବାହିତ ମହିଳାଙ୍କ ପ୍ରେମରେ ପଡିଥିଲେ ନାବାଳକ, ଦେଖାକରିବାକୁ ଯାଇ…

ବିଞ୍ଝାରପୁର, ୨୦ା୧୨(ରାମକୃଷ୍ଣ ଦାସ): ପ୍ରେମ ପାଇଁ ଆସିଥିବା ଜଣେ ନାବାଳକ ପ୍ରେମିକଙ୍କ ଝୁଲନ୍ତା ମୃତଦେହକୁ ବିଞ୍ଝାରପୁର ଥାନା ଅଞ୍ଚଳର ପ୍ରେମିକାଙ୍କ ଘର ନିକଟରୁ ଶୁକ୍ରବାର ପୂର୍ବାହ୍ନରେ...

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

୬ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼

ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri