ବଢୁଛି ଗଲିପୋଲ ନିର୍ମାଣ ବିବାଦ: ସତ୍‌ସଙ୍ଗକେନ୍ଦ୍ର ନିକଟରେ ଗଳି ପୋଲ ନିର୍ମାଣ ଦାବି

ରସୁଲପୁର,୪ା୧୨(ଡି.ଏନ୍‌.ଏ.)- ରସୁଲପୁର ବ୍ଲକ ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଉପରେ ଗଳିପୋଲ ନିର୍ମାଣ ପାଇଁ ବିବାଦ ଛିଡୁନି। ଏହି ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜପଥର ବିଲିପଡ଼ା ଓ ସୁଆଁସାହି ଗ୍ରାମ ନିକଟରେ ରାଜପଥକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ଉପରେ ଗଳିପୋଲ ନିର୍ମାଣ ପ୍ରସ୍ଥାବକୁ ନେଇ ବିବାଦ ଦେଖା ଦେଇଛି। ଏଠାରେ ଉଭୟ ବିଲପଡ଼ା ଓ ସୁଆଁସାହି ଗ୍ରାମର ଲୋକେ ନିଜ ନିଜର ପ୍ରସ୍ଥାବିତ ସ୍ଥାନରେ ଗଳିପୋଲ ନିର୍ମାଣ ପାଇଁ ଜିଦ୍‌ ଧରି ବସିଛନ୍ତି। ଏହାରି ଭିତରେ ଆଉ ଏକ ନୂଆ ସ୍ଥାନ ବାହାଦଲାପୁର ଗାଁରୁ ରାଜପଥକୁ ପୂର୍ତ୍ତବିଭାଗ ରାସ୍ତାର ସଂଯୋଗ ସ୍ଥଳ (ସତ୍‌ସଙ୍ଗକେନ୍ଦ୍ର) ନିକଟରେ ଗଳି ପୋଲ ନିର୍ମାଣ ପାଇଁ ସୋମବାର ଯାଜପୁର ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ବାହାଦଲାପରୁ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶିଶିର କୁମାର ମହାନ୍ତି ଦାବି କରିଛନ୍ତି। ଏହି ଅଭିଯୋଗ ହେବା ପରେ ଗଳି ପୋଲ ନିର୍ମାଣକୁ ନେଇ ପୁଣି ଏକ ନୂଆ ବିବାଦ ଦେଖାଦେଇଛି। ଏହିଭଳି ଟଣାଓଟରା ପାଇଁ ଗଳିପୋଲ ନିର୍ମାଣ କାର୍ଯ୍ୟ ବିଳମ୍ବ ହେବାରେ ଲାଗିଛି ା ଫଳରେ ଦୈନିକ ଦୁର୍ଘଟଣା ଘଟି ଅକାଳରେ ଧନଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି ା ଏଦିଗରେ ଏକ ଆପୋଷ ସମାଧାନ କରାଯାଇ ତୁରନ୍ତ ଗଳିପୋଲ ନିର୍ମାଣ କରାଯିବା ପାଇଁ ସାଧାରଣରେ ଦାବି ହେଉଛି ।
ସୂଚନା ଅନୁସାରେ, ୧୬ନଂ ଜାତୀୟ ରାଜପଥର ପଶ୍ଚିମ ପାର୍ଶ୍ୱରେ ପ୍ରାୟତଃ ୨୦୦ମିଟର ବ୍ୟବଧାନରେ ୨ଟି ପୂର୍ତ୍ତ ବିଭାଗ ରାସ୍ତା ସଂଯୋଗ କରୁଛି। ପ୍ରାରମ୍ଭରେ ଏହି ରାସ୍ତାର ସୁଆଁସାହି ଛକ ନିକଟରେ ଗଳିପୋଲ ନିର୍ମାଣ ପାଇଁ ପ୍ରସ୍ତାବ ଥିଲା ବୋଲି ରସୁଲପୁର ପଞ୍ଚାୟତର ସୁଆଁସାହି ଓ ଖଣ୍ଡିତର ଗ୍ରାମର ଲୋକେ ଦାବି କରିଆସୁଛନ୍ତି। ଏହାଜାଣି ଗଳିପୋଲ ନିର୍ମାଣ ପ୍ରସ୍ତାବକୁ ଭୋଟକା ଓ ବାହାଦଲାପୁର ପଞ୍ଚାୟତର ଲୋକେ ବିରୋଧ କରିଥିଲେ। ଏନେଇ ଉଭୟ ପଞ୍ଚାୟତର ଲୋକେ ୨୫ମାର୍ଚ୍ଚରେ ଉଚ୍ଚନ୍ୟାୟାଳରେ ମାମଲା ଦାୟର କରିଥିଲେ। ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ଗତ ଏପ୍ରିଲ ୪ତାରିଖରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ବିଲିପଡ଼ାଠାରେ ଗଳିପୋଲ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରିବା ସହ କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ଏହାକୁ ସୁଆଁସାହି ଓ ଖଣ୍ଡିତର ଗ୍ରାମର ଲୋକେ ବିରୋଧ କରିଥିଲେ। ଏହାକୁ ନେଇ ବିବାଦ ଦେଖାଯିବାରୁ ଏହାର ଅପୋଷ ସମାଧାନ କରିବା ପାଇଁ ଉଭୟ କୋରେଇ, ଧର୍ମଶାଳା ବିଧାୟକ, ସ୍ଥାନୀୟ ସରପଞ୍ଚ, ରାଜପଥ କର୍ତ୍ତୃପକ୍ଷ, ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ବୈଠକ ବସିଥିଲା। ଏପରି କି ଖୁବ୍‌ଶୀଘ୍ର ଗଳି ପୋଲ ନିର୍ମାଣ ପାଇଁ ବାଟ ବାହାରିବ ବୋଲି ପ୍ରକାଶ କରିଥିଲେ। ହେଲେ ଗଳିପୋଲ ନିର୍ମାଣ ମାମଲା ଏବେ କୋର୍ଟ ଛନ୍ଦି ହୋଇପଡ଼ିଛି। ସୁଆଁସାହି ଓ ଖଣ୍ଡିତର ଗ୍ରାମର ଲୋକେ ଜିଲପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ଏହି ମାମଲାକୁ ନେଇ ଉଚ୍ଚ ୍ଯଯାୟାଳୟରେ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି। ଏପଟେ ଗଳିପୋଲ ନିର୍ମାଣକୁ ନେଇ ବାହଦାଲାପୁର ପଞ୍ଚାୟତ ପକ୍ଷରୁ ଏକ ନୂଆ ପ୍ରସ୍ତାବ ଆସିବା ପରେ ରାଜପଥରେ ଗଳିପୋଲ ନିର୍ମାଣ କାର୍ଯ୍ୟ କ୍ରମଶଃ ଅସ୍ପଷ୍ଟ ହେବାରେ ଲାଗିଛି। ଏଦିଗରେ ବାହାଦଲାପରୁ ପଞ୍ଚାୟତର ଲୋକେ କୋର୍ଟକୁ ଯିବେ ବୋଲି ସୂଚନା ମିଳିଛି। ତେବେ ଏଠାରେ ୩ଟି ଗଳିପୋଲ ନିର୍ମାଣ ହେବା ନେଇ ପ୍ରସ୍ଥାବ ଆସିବା ପରେ ଏହା ପ୍ରଶାସନ ଓ ରାଜପଥ କତ୍ତୃପକ୍ଷଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଫଳରେ ଗଳିପୋଲକୁ ନେଇ ବିବାଦ ଛିଡ଼ିବା ବଦଳରେ ବଢୁଛି। ଯାହାକୁ ନେଇ ପ୍ରଶାସନ ଚିନ୍ତାରେ ପଡ଼ିଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଅଘଟଣ: ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଲା କାର୍‌, ୧୦ ମିଟର ଦୂରରେ ଯାଇ…

ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧(କୈଳାଶ ଚନ୍ଦ୍ର ପଟନାୟକ ): ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ଫଳରେ ମଝି ଚିଲିକାରେ ୫୦ ଯାତ୍ରୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri