ବଢ଼ୁଛେ ଝୁନକେତନର ପେଟ୍‌:ସାହାଯ୍‌ ଲାଗି ଗୁହାରି କରି ମା’ବାପ୍‌ ନିରାଶ

କୋମନା,୯ା୮(ଡି.ଏନ୍‌.ଏ): ନୂଆପଡ଼ା ଜିଲା କୋମନା ବ୍ଲକ ଟିକ୍ରାପଡ଼ା ପଁଚେତ୍‌ ଜଗନ୍ନାଥପାଲିର ଝନେ ନିହାତି ଗରିବ୍‌ ଅସାହା ବାପ୍‌ ପୁଓର ଚିକିଛା ସାହାଯ୍‌ ଲାଗି ଗୁହାରି କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ କୋମନା ବ୍ଲକ ଜଗନ୍ନାଥପାଲିର କ୍ଷୀର ହଂସ। ପରିବାର କହେଲେ ମାଏକିନା, ଦୁଇ ପୁଓ ଆର ଦୁଇ ଝି’କେ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ୍‌ ଆର ଦରିଦିରିଆ ସୀମାରେଖା ତଲେ ରହିଛନ୍‌। ଫିଦିନ୍‌ ସଖାଲପାଏଲେ ପରହର ଗୁତି କଲେ ଯାଇ ଘରର ଚୁଲି ଜଲୁଛେ। ଘରେ ଅଭାବ ଅନାଟନ ସବୁବେଲେ ଲାଗି ରହିଥିଲାବେଲେ ପେଟ୍‌ପାଟନାର ଲାଗି କ୍ଷୀର ଦାଦନ୍‌ ବି ଖଟି ଯାଉଛନ୍‌। ଏନ୍‌ତା ପରିସ୍ଥିତିରେ କେହେନ୍‌ସି କାରନ୍‌ରୁ ସାନ ପୁଓ ଝୁନକେତନ ହଂସର ପେଟ୍‌ ଅସୁଆଭାବିକ ଭାବେ ବଢ଼ୁଛେ। ସେ ଜନମ୍‌ ବେଲେ ଠିକ୍‌ଠାକ୍‌ ଥିଲେ, ହେଲେ ତାହାକୁ ୫ ବଛର ହେଲାବେଲେ ଝୁନକେତନର ପେଟ୍‌ ବଢ଼ବାର ଆରମ୍‌ ହେଇଥିଲା। ଏହେଦେ ଅବସ୍‌ତା ଏନ୍‌ତା ଯେ, ସେ ଚାଲବୁଲ, ଉଠାବସା, ଖାଏବା ପିଇବାରେ ବି ବଡ଼ଭାରି ସମସିଆର ସାମନା କରୁଛନ୍‌। ମା’ବାପ୍‌ ତାହାକୁ ଆସର ପାସର ଡାକ୍‌ତରଖାନାମାନକେ ଦେଖାଲେ, କିଛି ଲାଭ ନାଇଁ ହେଲା। ଶେଷେ ନୂଆପଡ଼ା ଜିଲା ମୁଖିଆ ଡାକ୍‌ତରଖାନାରେ ଦେଖାଲେ। ସେଠାନେ ଡାକ୍‌ତର ପରୀକ୍ଷା ନିରୀକ୍ଷା କଲା ଉତାରୁ ଇଟା ଆର ଭଲ ନାଇଁହୁଏ କହି ତାହାକୁ ଫିରେଇ ଦେଇଥିଲେ। ଇ କଥା ଶୁନି ମା’ବାପ୍‌ ମୁଡେ ଚଡକ୍‌ ପଡ଼ିଥିଲା। କ୍ଷୀର ପୁଓର ଚିକିସତ୍ା ସାହାଯ୍‌ ଲାଗି ଅଂଚଲର ଅନେକ ସହୁରୁଦ୍‌ ଲୋକ୍‌, ଥାନୀୟ ବିଧାୟକକଁୁ ଗୁହାରି କଲେ। ବାରବାର ଜିଲାପାଲକଁର ଅଭିଯୋଗ ଶୁନାନୀ ଶିବିରେ ଗୁହାରି କରି ନିରାଶ ହେଲେ। ଇ ସମିଆରେ ଥାନୀୟ କୁରେଶ୍ୱର ଗଁାର ୟୁନାଇଟେଡ୍‌ ୟୁଥ କ୍ଲବର ସଦସିଅମାନେ ଝୁନକେତନର ଚିକିଛା ଲାଗି ହାତ୍‌ ବଢ଼େଇଥିଲେ। ସେମାନେ ଝୁନକେତନକେ କଟକ, ବୁର୍ଲା ବଡ଼ ଡାକ୍‌ତରଖାନାକେ ନେଇ ଦିନାକେତେ ଚିକିଛା କରାଲେ। ହେଲେ କିଛି ଲାଭ ନାଇଁ ହେଲା। ଇଆଡ଼େ ମା’ବାପ୍‌ ନିଜର ଭାଏଗ୍‌କେ ଆଦ୍‌ରି ରହିଛନ୍‌। ସେନ୍‌ତା ଝୁନ୍‌କେତନର ଦିହିପା ଖରାପ ଥିଲେ ବି ସେ ହାର ନାଇଁମାନି। ଫିଦନ୍‌ ସଖାଲୁ ଗଁାରୁ ଦୁଇ କି.ମି. ଦୂର ଶ୍ରୀ ଜଗନ୍ନାଥ ହାଇସ୍କୁଲ, ଟିକ୍ରାପଡ଼ାକେ ସାଂଗ୍‌ସାଥିକର ସଂଗେ ପାଠ୍‌ ପଢ଼ିଯାଉଛନ୍‌। ଏହେଦେ ସେ ୯ମ ଶ୍ରେଣୀରେ ପାଠ୍‌ ପଢ଼ୁଛନ୍‌। ଏନ୍‌ତା ଜଟିଲ ପରିସ୍ଥିତିରେ ବି ଝୁନକେତନ ପାଠ୍‌ ପଢ଼ି ସରକାରୀ ଚାକରି କରବାର ସଂଗେ ଲୁକ୍‌କର ସେବାର କରବାର ମନ୍‌ବୁରତି ରଖିଛନ୍‌। ଇ ଘଟନାକେ ନେଇ ଥାନୀୟ ଲୋକ୍‌ ଜିଲା ପରଶାସନକେ ନିଁଦା କରିଛନ୍‌, ସରକାର ବଡ଼ବଡ଼ିଆକୁ ସାହାଯ୍‌ କରୁଥିଲାବେଲେ ଗରିବ୍‌ ଦୁଖି ସବୁବେଲେ ତଲି ପଡ଼ୁଛନ୍‌ ବଲି କହିଛନ୍‌। ଇଆଡ଼େ ଉପେ ଶୂଇନ୍‌ ଝୁନକେତନର ମା’ବାପ୍‌ ପୁଓର ଚିକିସତ୍ା ସାହାଯ୍‌ ଲାଗି ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀକୁଁ ଗୁହାରି କରିଛନ୍‌। ଇ ବାବ୍‌ଦେ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିସତ୍ା ଅଧ୍‌କାରୀ ଡା.ଦିବାକର ଓଝାକୁଁ ପଚରାଲାରୁ ଆଗରୁ ତାହାକୁ ଜିଲା ମୁଖିଆ ଡାକ୍‌ତରଖାନାକେ ପଠାଯାଇଥିଲା। ହେଲେ ପଛେ ପରିବାର ଲୋକ୍‌ ଆମର ସଂଗେ ଯୋଗାଯୋଗ ନାଇଁ କଲେ, ସେଥିରଲାଗି କିଛି କରି ନାଇଁହେବାର ବଲି ସେ କହିଥିଲେ।