ବଢ଼ୁଛି ମାନସିକ ରୋଗୀଙ୍କ ଉତ୍ପାତ : ପ୍ରଶାସନ ପକ୍ଷରୁ ହେଉନି କାର୍ଯ୍ୟାନୁଷ୍ଠାନ

ନିରାକାରପୁର,୯ା୮(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳରେ ଏବେ ମାନସିକ ରୋଗୀଙ୍କ ଉତ୍ପାତ ବୃଦ୍ଧିପାଉଛି। ରାଜ୍ୟ ଓ ବାହାରୁ ବସ, ଟ୍ରେନ୍‌ ଓ ଅନ୍ୟ ପଥରେ ଏଠାକୁ ମହିଳା, ପୁରୁଷ ମାନସିକ ବିକାରଗ୍ରସ୍ତ(ମାନସିକ ରୋଗୀ) ଏଠାକୁ ଆସି ବିଭିନ୍ନ କାଣ୍ଡ କରି ବସୁଛନ୍ତି। ଫଳରେ ଏହାକୁ ନେଇ ସାଧାରଣରେ ଆତଙ୍କ ଖେଳିଯାଇଛି। କେହି ଏଟିଏମ୍‌ କେନ୍ଦ୍ରରେ ପଶି ଭିତର ପଟୁ କବାଟ ବନ୍ଦକରି ଏଟିଏମ୍‌ ମେଶିନ ଉପରେ ଲୁଗା ଘୋଡ଼ାଇ ଦେଉଛନ୍ତି ତ କେହି ରାସ୍ତାରେ ଲୋକଙ୍କୁ ଭୟଭୀତ କଲା ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ରାସ୍ତାରେ ବୁଲୁଥିବା ଅସହାୟ, ମାନସିକ ଭିନ୍ନକ୍ଷମ ଏବଂ ରୋଗୀମାନଙ୍କ ଥଇଥାନ, ସେବା ଓ ସହାୟତା ଯୋଗାଇଦେବା ନିମନ୍ତେ ସରକାରୀ ଓ ବେସରକାରୀସ୍ତରୀୟ ଅନୁଷ୍ଠାନଗୁଡ଼ିକ କାର୍ଯ୍ୟ କରୁଛନ୍ତି। ଦେଶ, ବିଦେଶରୁ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ପାଉଥିବାବେଳେ କେବଳ କାଗଜକଲମରେ ହିଁ କାର୍ଯ୍ୟକୁ ସୀମିତ ରଖି ଅର୍ଥ ହଡ଼ପ କରୁଥିବା ଜଣାପଡ଼ିଛି। ରାସ୍ତାଘାଟ, ବିଭିନ୍ନ ଅଞ୍ଚଳରେ ଘୂରି ବୁଲୁଥିବା ଏହି ଅସହାୟ, ଉଭୟ ଶାରୀରିକ ଓ ମାନସିକ ଭିନ୍ନକ୍ଷମଙ୍କ ଫଟୋ ଉଠାଇ ନାମକୁ ମାତ୍ର କିଛି ସହାୟତା କରି ଅନେକ ଅନୁଷ୍ଠାନ ସେବାର ନାଟକ କରିବାରେ ଲାଗିଛନ୍ତି। ଏ ସମୟରେ ସ୍ଥାନୀୟ କିଛି ସ୍ବେଚ୍ଛାସେବୀ ବା ସାମାଜିକ ଅନୁଷ୍ଠାନକୁ ପଚାରିବାରୁ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ। ଉକ୍ତ ସମସ୍ୟା ନେଇ ନିରାକାରପୁର ଥାନା ଏଏସ୍‌ଆଇ ଶରତ ପାଇକରାୟ କହିଥିଲେ, ନିକଟସ୍ଥ ଅନୁଷ୍ଠାନଗୁଡ଼ିକ ଏମାନଙ୍କୁ ରଖିବା ପାଇଁ ରାଜି ହେଉନାହାନ୍ତି। ତେବେ ଉକ୍ତ ପାଗଳ, ଅସ୍ବାଭାବିକ ଆଚରଣ କରୁଥିବା ଅସହାୟଙ୍କୁ ଅନ୍ୟତ୍ର ପଠାଇବା ପାଇଁ ଉଦ୍ୟମ ହେଉଥିବା ନେଇ ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri