ବଢ଼ୁଛି ମାନସିକ ରୋଗୀଙ୍କ ଉତ୍ପାତ : ପ୍ରଶାସନ ପକ୍ଷରୁ ହେଉନି କାର୍ଯ୍ୟାନୁଷ୍ଠାନ

ନିରାକାରପୁର,୯ା୮(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳରେ ଏବେ ମାନସିକ ରୋଗୀଙ୍କ ଉତ୍ପାତ ବୃଦ୍ଧିପାଉଛି। ରାଜ୍ୟ ଓ ବାହାରୁ ବସ, ଟ୍ରେନ୍‌ ଓ ଅନ୍ୟ ପଥରେ ଏଠାକୁ ମହିଳା, ପୁରୁଷ ମାନସିକ ବିକାରଗ୍ରସ୍ତ(ମାନସିକ ରୋଗୀ) ଏଠାକୁ ଆସି ବିଭିନ୍ନ କାଣ୍ଡ କରି ବସୁଛନ୍ତି। ଫଳରେ ଏହାକୁ ନେଇ ସାଧାରଣରେ ଆତଙ୍କ ଖେଳିଯାଇଛି। କେହି ଏଟିଏମ୍‌ କେନ୍ଦ୍ରରେ ପଶି ଭିତର ପଟୁ କବାଟ ବନ୍ଦକରି ଏଟିଏମ୍‌ ମେଶିନ ଉପରେ ଲୁଗା ଘୋଡ଼ାଇ ଦେଉଛନ୍ତି ତ କେହି ରାସ୍ତାରେ ଲୋକଙ୍କୁ ଭୟଭୀତ କଲା ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ରାସ୍ତାରେ ବୁଲୁଥିବା ଅସହାୟ, ମାନସିକ ଭିନ୍ନକ୍ଷମ ଏବଂ ରୋଗୀମାନଙ୍କ ଥଇଥାନ, ସେବା ଓ ସହାୟତା ଯୋଗାଇଦେବା ନିମନ୍ତେ ସରକାରୀ ଓ ବେସରକାରୀସ୍ତରୀୟ ଅନୁଷ୍ଠାନଗୁଡ଼ିକ କାର୍ଯ୍ୟ କରୁଛନ୍ତି। ଦେଶ, ବିଦେଶରୁ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ପାଉଥିବାବେଳେ କେବଳ କାଗଜକଲମରେ ହିଁ କାର୍ଯ୍ୟକୁ ସୀମିତ ରଖି ଅର୍ଥ ହଡ଼ପ କରୁଥିବା ଜଣାପଡ଼ିଛି। ରାସ୍ତାଘାଟ, ବିଭିନ୍ନ ଅଞ୍ଚଳରେ ଘୂରି ବୁଲୁଥିବା ଏହି ଅସହାୟ, ଉଭୟ ଶାରୀରିକ ଓ ମାନସିକ ଭିନ୍ନକ୍ଷମଙ୍କ ଫଟୋ ଉଠାଇ ନାମକୁ ମାତ୍ର କିଛି ସହାୟତା କରି ଅନେକ ଅନୁଷ୍ଠାନ ସେବାର ନାଟକ କରିବାରେ ଲାଗିଛନ୍ତି। ଏ ସମୟରେ ସ୍ଥାନୀୟ କିଛି ସ୍ବେଚ୍ଛାସେବୀ ବା ସାମାଜିକ ଅନୁଷ୍ଠାନକୁ ପଚାରିବାରୁ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ। ଉକ୍ତ ସମସ୍ୟା ନେଇ ନିରାକାରପୁର ଥାନା ଏଏସ୍‌ଆଇ ଶରତ ପାଇକରାୟ କହିଥିଲେ, ନିକଟସ୍ଥ ଅନୁଷ୍ଠାନଗୁଡ଼ିକ ଏମାନଙ୍କୁ ରଖିବା ପାଇଁ ରାଜି ହେଉନାହାନ୍ତି। ତେବେ ଉକ୍ତ ପାଗଳ, ଅସ୍ବାଭାବିକ ଆଚରଣ କରୁଥିବା ଅସହାୟଙ୍କୁ ଅନ୍ୟତ୍ର ପଠାଇବା ପାଇଁ ଉଦ୍ୟମ ହେଉଥିବା ନେଇ ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

ଖରିଫ ଚାଷ ପାଇଁ ଚାଷୀ ତତ୍ପର, ଧାନରୁଆ ଆରମ୍ଭ

ଗଞ୍ଜାମ,୨୬ା୭(ବିଦ୍ୟାଧର ସାହୁ): ଖରିଫ ଚାଷ ପାଇଁ ଚଳିତବର୍ଷ ଋଷିକୂଲ୍ୟା ଜଳସେଚନ ଉପବିଭାଗ ପକ୍ଷରୁ ହିରାଧାରବାଟି କେନାଲରେ ପାଣି ଛଡ଼ାଯାଇଛି। ପୂର୍ବବର୍ଷ ଗୁଡିକ ଅପେକ୍ଷା ଚଳିତବର୍ଷ ୧ ମାସ…

ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଛାତ୍ରୀଛାତ୍ରଙ୍କ ଉତ୍ସାହିତ କଲେ ବିଧାୟକ, ଉପଜିଲାପାଳ; ଭବିଷ୍ୟତ ଗଠନ ପାଇଁ…

ଭଞ୍ଜନଗର/ବେଲଗୁଣ୍ଠା,୨୬/୭(ବାବୁଲା ପ୍ରଧାନ ): ଗଞ୍ଜାମ ଜିଲା, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ୪୩ତମ ପ୍ରତିଷ୍ଠା ଦିବସ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri