Categories: ଜାତୀୟ

ବଢ଼ିଲା ଭାରତର ଚିନ୍ତା: ଗୁଜରାଟ ସୀମାରେ ପାକିସ୍ତାନ ଚାଇନାକୁ ଦେଲା ୫୫ ବର୍ଗ କିମି ଜମି

ନୂଆଦିଲ୍ଲୀ,୧୭।୧୦: ଗୁଜରାଟ ସୀମାରେ ଭାରେତ ପାଇଁ ପାକିସ୍ତାନ ବିପଦ ସୃଷ୍ଟି କରିଛି। ଏଠାରେ ଥିବା ହରାମିନାଳେ ନିକଟରେ ୫୫ ବର୍ଗ କିମି ଜମି ପାକିସ୍ତାନ ଚାଇନାକୁ ଦେଇଛି। ଏହାଦ୍ୱାରା ଭାରତର କେତେକ ଗତିବିଧି ଉପରେ ଚାଇନା ରଖିପାରିବାର ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ଫଳରେ ଭାରତର ଚିନ୍ତା ବଢ଼ିବାରେ ଲାଗିଛି। ଏହି ଜମି ଭାରତର ଅନ୍ତରାଷ୍ଟ୍ରୀୟ ଜଳସୀମାଠାରୁ ପ୍ରାୟ ୧୦ କିମି ଦୂରରେ ରହିଛି। ଏଠାରେ ଚାଇନା କମ୍ପାନୀ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରିଛି।

Share