ବଢ଼ିଛି ମହିଳା ସଙ୍କୀତ୍ତର୍ର୍ର୍ନ ମଣ୍ଡଳୀର ଆଦୃତି

କେନ୍ଦୁଝର,୨୧।୩-ସମାଜରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବା ସହ କିଛି ରୋଜଗାର କରି ପେଟ ପୋଷିବା ଲାଗି ମହିଳାମାନେ ଆଗଭର ହୋଇ ପାଲା, ସଙ୍କୀତ୍ତର୍ର୍ନ ଭଳି କାର୍ଯ୍ୟକୁ ଆଦରି ନେଉଛନ୍ତି। କଳା ସଂସ୍କୃତିର ପ୍ରଚାର ଲକ୍ଷ୍ୟ ନେଇ ବର୍ଷେ ତଳେ କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଦୋବଲାପାଳ ଗାଁରେ ଗଢି ଉଠିଥିବା ମା’ କାଳୀ ମହିଳା ସଙ୍କୀତ୍ତର୍ର୍ନ ମଣ୍ଡଳୀ ନିଜ ଅଞ୍ଚଳରେ ଏଥିଲାଗି ସୁନାମ ଅର୍ଜନ କରିପାରିଛନ୍ତି। ଏହି ମଣ୍ଡଳୀରେ ମୋଟ ୨୬ ମହିଳା ସଦସ୍ୟା ରହିଛନ୍ତି। ସେମାନଙ୍କ ସାଥିରେ ବାଦ୍ୟ ବଜାଇବା ସହ ତାଳ ଧରିବାକୁ ୨ରୁ ୩ ଜଣ ପୁରୁଷ ସଦସ୍ୟ ଅଛନ୍ତି ା ଖୋଳ ବାଦ୍ୟ ବଜାଉଥିବାରୁ ସେମାନଙ୍କୁ ଖୋଳିଆ ଓ ତାଳଧରୁଥିବାରୁ ତାଳୁଆ ସ୍ଥାନୀୟ ଭାଷାରେ କୁହାଯାଏ। ଏହି ସଂଗଠନର ସଦସ୍ୟାମାନେ ବିଭିନ୍ନ ସ୍ଥାନକୁ ଯାଇ ନାମଯଜ୍ଞ, ବ୍ରତ, ପୁନେଇ ପରବ ଆଦି ଆଧ୍ୟାତ୍ମିିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ‘ହରେ କୃଷ୍ଣ ହରେ ରାମ’ ଆଦି ନାମ ଜପି ସଙ୍କୀର୍ତ୍ତନ କରିବା ସହ ନୃତ୍ୟ ପରିବେଷଣ କରିଥାନ୍ତି ା ଭାବାବେଗ ହୋଇ ଭଗବାନଙ୍କ ନାମ ସ୍ମରଣ କରି ସେମାନେ ସମସ୍ତଙ୍କୁ ଭକ୍ତି ଭାବରେ ବାନ୍ଧି ରଖିିଥାନ୍ତି।
ସଂଗଠନର କେତେକ ସଦସ୍ୟା କହିଛନ୍ତି, ସେମାନେ ଆଗରୁ ସଙ୍କୀର୍ତ୍ତନ ଲାଗି ଗାଁରେ ଅଭ୍ୟାସ କରିଥାନ୍ତି ା ସବୁଦିନ ଭାଗବତ ପାଠ ପଢାଯିବା ପରେ ନାମ ସଙ୍କୀର୍ତ୍ତନ କରାଯାଇଥାଏ ା ଗାଁ ଦାଣ୍ଡରେ ସେମାନେ ଅଭ୍ୟାସ କାର୍ଯ୍ୟ କରିଥାନ୍ତି ବୋଲି ପୁଷ୍ପଲତା ସାହୁ ନାମ୍ନୀ ଜଣେ ଜଣେ ସଦସ୍ୟା କହିଛନ୍ତି। ସେ ଭୁବନେଶ୍ୱରରେ ରହୁଥିଲେ ମଧ୍ୟ ସଙ୍କୀର୍ତ୍ତନ ପାଇଁ ବରାଦ ଆସିଲେ ଗାଁକୁ ଆସି ଏଥିରେ ସାମିଲ ହୋଇଥାନ୍ତି ା ଏହି ମଣ୍ଡଳୀର ସଦସ୍ୟାମାନେ ସରକାରୀ ଓ ଘରୋଇ ଚାକିରି କରିବା ସାଙ୍ଗକୁ ଚାଷବାସ କାମ କରୁଛନ୍ତି । ସେମାନଙ୍କ କହିବା କଥା ହେଲା, ଏ ଅଞ୍ଚଳରେ ପ୍ରତ୍ୟେକ ଗ୍ରାମରେ ପ୍ରାୟ ଅଷ୍ଟପ୍ରହର ନାମଯଜ୍ଞ ହୋଇଥାଏ ା ବହୁ ଆଗରୁ ଏହି ପରମ୍ପରା ପାଳିତ ହୋଇଆସୁଛି ା ଏହି ନାମଯଜ୍ଞ କଲେ ଗ୍ରାମବାସୀଙ୍କ ମଙ୍ଗଳ ହେବା ସହ ବର୍ଷା ହୋଇ ଭଲ ଚାଷ କାର୍ଯ୍ୟ ହୋଇଥାଏ ବୋଲି ଲୋକେ ବିଶ୍ୱାସ କରନ୍ତି। ଆଗରୁ ପୁରୁଷମାନେ ନାମଯଜ୍ଞରେ ସାମିଲ ହେଉଥିଲେ। ଏବେ ମହିଳାମାନେ ସଂଗଠିତ ହୋଇ ଏଭଳି କାର୍ଯ୍ୟ କରୁଥିବାରୁ ସେମାନଙ୍କ ଆଦୃତି ବଢିଛି। ବିଭନ୍ନ ସମୟରେ ସେମାନଙ୍କୁ ଅଷ୍ଟପ୍ରହର ନାମଯଜ୍ଞରେ ଯୋଗଦେବା ଲାଗି ନିମନ୍ତ୍ରଣ ମିଳୁଥିବା ସଦସ୍ୟା କଳାକାର ଅନୀତା ପ୍ରଧାନ କହିଛନ୍ତି ା ନାମ ସଙ୍କୀର୍ତ୍ତନରୁ ନିର୍ମଳ ଆନନ୍ଦ ମିଳିଥାଏ ବୋଲି କହିଛନ୍ତି ସଦସ୍ୟା ସୁକାନ୍ତି ପ୍ରଧାନ । ହାତରେ କୁବୁଜି ଧରି ଦେବଦେବୀଙ୍କ ଚାରିପାଖରେ ବୁଲି ଅବିରାମ ନୃତ୍ୟକରି ନାମ ସଙ୍କୀର୍ତ୍ତନ କରିବା ବହୁ କଷ୍ଟସାଧ୍ୟ କାର୍ଯ୍ୟ। ମହିଳାମାନେ ପୁରୁଷଙ୍କ ଭଳି ଅଭ୍ୟାସ କରି ଏହି କାର୍ଯ୍ୟ କରି ପାରୁଛନ୍ତି। ସେମାନଙ୍କ ନାମସଙ୍କୀର୍ତ୍ତନ ଦର୍ଶକ ଓ ସ୍ରୋତାଙ୍କୁ ବାନ୍ଧି ରଖିପାରୁଛି ବୋଲି ସ୍ଥାନୀୟ ରାସପୂଜା କମିଟି ସମ୍ପାଦକ ଧୀରେନ୍ଦ୍ର ରାଉତ କହିଛନ୍ତି। ସମ୍ପ୍ରତି ତେଲକୋଇ ବ୍ଲକରେ ଏଭଳି ଆହୁରି ଅନେକ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ଗଢି ଉଠିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ଛେଳି ଚରାଇବାକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ଗୁପ୍ତାଙ୍ଗକୁ ଝୁଣି ପକାଇଲା…

ଆନନ୍ଦପୁର/ବଞ୍ଚୋ(ସୁଶାନ୍ତ କୁମାର ସାହୁ/ ପ୍ରଦୋଷ କୁମାର ବିଶ୍ୱାଳ ): ଛେଳି ଚରାଇ ଯାଇଥିବା ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ ଝୁଣି ପକାଇଲା ଭାଲୁ । ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri