ବଢ଼ତି ଭତା ପାଏବାରୁ ଦିବ୍ୟାଙ୍ଗ ବଁଚିତ୍‌

ଚିପିଲିମା, ୧୯।୧୨ (ଡି.ଏନ୍‌.ଏ.)- ରାଏଜ୍‌ ସରକାରକଁର ତରଫୁ ଦିବ୍ୟାଙ୍ଗମାନେ ବଢ଼ତି ଭତା ଟଁକା ପାଏବେ ବଲି ଘୋଷନା କରାଯାଇଛେ। ହେଲେ ସମ୍ବଲପୁର ଜିଲା ଧନକଉଡ଼ା ବ୍ଲକରେ ଇତାର ଉଲଟା ଦେଖ୍‌ବାକେ ମିଲୁଛେ। ଧନକଉଡ଼ା ବ୍ଲକ ଅଧୀନ କର୍ଡ଼ୋଲା ପଁଚେତ୍‌ରେ ଇତାର ଗୁଟେ ତାଜା ଉଦାହରନ୍‌ ଦେଖ୍‌ବାକେ ମିଲିଛେ।
ସୂଚନା ହିସାବେ କର୍ଡ଼ୋଲା ଗଁାର ସ୍ବର୍ଗତ ମାଖୁନୁ ଭୁଏକଁର ପୁଓ ଦୁଃଖନାଶନ ଭୁଏ(୩୦)। ସେ ଗୁଟେ ଦୁରଘଟନାର ଶିକାର ହେଇ ଭୁଜ୍‌ନି ହାତ୍‌ ହରେଇଛନ୍‌। ତାକର ପାସେ ୬୫ ପରତିଶତ ଦିବ୍ୟାଙ୍ଗ ପରମାନପତର ବି ରହିଛେ। ସରକାରୀ ନିୟମ ହିସାବେ ୬୦ ପରତିଶତରୁ ଅଧ୍‌କା ଭିନ୍ନକ୍ଷମ ଥିବାର ଦିବ୍ୟାଙ୍ଗମାନେ ମାସିକ ୭ଶହ ଟଁକା ଭତା ପାଏବାର କଥା। ହେଲେ ଦୁଃଖନାଶନ ୭ଶହ ଜାଗାରେ ୫ଶହ ଟଁକା ଭାତା ପାଉଥିବାର ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ସେ ଥାନୀଅ ସରପଁଚ୍‌, ଇଓ ଆର ନେତାକୁତାକୁଁ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଦୁଃଖନାଶନ ନିଜର ଗାଈ, ମେଢ଼ି ସଂଗେ ଗଁାର ଦୁଇ ଚାଏର ଲୁକ୍‌କରଟା ଚରେଇ ଦୁଇ ପଏସା ରୁଜଗାର କରୁଛନ୍‌। ହେଲେ ସେ ୬୦ ପରତିଶତରୁ ଅଧ୍‌କା ଭିନ୍ନକ୍ଷମ ଥିବାର ଲାଗି ଉନିଅଁା କେହେନ୍‌ସି କାମ୍‌ବୁତା କରି ନାଇଁପାରବାର। ଏହେଦେ ସେ ବୁଢ଼ି ମା’ ଆର ଅବିହାରି ବହେନ୍‌ ଉପରେ ନିରଭର କରି ଚଲୁଛନ୍‌। ଇ ବାବ୍‌ଦେ ବିଏସ୍‌ଓ କ୍ଷିତିସୂତା ମେହେରକୁଁ ପଚରାଲରୁ ୬୦ ପରତିଶତରୁ ଅଧ୍‌କା ଦିବ୍ୟାଙ୍ଗ ଥିଲେ ବଢ଼ତି ଭତା ପାଇପାରବେ। ସେଥିରଲାଗି ସେମାନକୁ ଭିନ୍ନକ୍ଷମ ପରମାନପତରର ଅବିକଲ ନଲକ ସଂଗେ ପରମାନପତର ନେଇ କରି ଆସି ଆବେଦନ କରବାକେ ପଡ଼ବା ବଲି ସେ କହିଥିଲେ।