ବଡ଼ଦାଣ୍ଡରେ ନାବାଳକଙ୍କ ଭିକ୍ଷାବୃତ୍ତି: ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁର ବାସ୍ତବତାକୁ ନେଇ ପ୍ରଶ୍ନ

ପୁରୀ ଅଫିସ, ୨୩ା୨: ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ। ୬ରୁ ୧୪ ବର୍ଷ ବୟସର ପିଲାଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ କରି ସାମାଜିକ, ଆଞ୍ଚଳିକ ତଥା ଲିଙ୍ଗଗତ ବୈଷମ୍ୟ ଦୂର କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। କିନ୍ତୁ ଅନେକ ସମୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ। କେଉଁଠି ନାବାଳକ ଭିକ୍ଷାବୃତ୍ତିକୁ ଆପଣାଇଥାନ୍ତି ତ ପୁଣି କେଉଁଠି ସେମାନଙ୍କୁ କାମରେ ଲଗାଯାଇଥାଏ। ଏହାକୁ ଦେଖିଲେ ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ ଅଭିଯାନର ବାସ୍ତବତାକୁ ନେଇ ସନ୍ଦେହ ଉଠିଥାଏ। ଏମିତି ଚିତ୍ର ଶନିବାର ଦେଖିବାକୁ ମିଳିଥିଲା ସିଂହଦ୍ୱାର ସମ୍ମୁଖ ବଡ଼ଦାଣ୍ଡରେ। ଦୁଇଜଣ ନାବାଳକ ବଡ଼ଦାଣ୍ଡରେ ଭିକାରିଙ୍କ ମଧ୍ୟରେ ବସି ହାତରେ ଥାଳି ଧରି ଭିକ ମାଗୁଥିଲେ। ବହି କଲମ ଯେ ଏମାନଙ୍କ ପାଇଁ ଅପହଞ୍ଚ ତାହା ଉଭୟଙ୍କୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଥିଲା। ଏମାନଙ୍କୁ ଭିକ୍ଷାବୃତ୍ତିରେ ସାମିଲ କରିବା ପଛରେ ଏକ ର଼୍ୟାକେଟ ରହିଥିବା ସାମାଜିକ କର୍ମୀ ଆଣିଛନ୍ତି ସାଂଘାତିକ ଅଭିଯୋଗ। ସେହିପରି କଅଁଳ ବୟସରେ ଭିକ୍ଷାବୃତ୍ତିକୁ ନେଇ ଶିକ୍ଷା ବିଭାଗକୁ ସମାଲୋଚନା କରିଛନ୍ତି ବୁଦ୍ଧିଜୀବୀ।
ଶନିବାର ସକାଳେ ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ କଡ଼ରେ ଧାଡି ହୋଇ ବସିଥିଲେ ଭିକାରି। ଏହି ଧାଡ଼ିରେ ୨ଜଣ ନାବାଳକ ମଧ୍ୟ ବସିଥିଲେ। ଦୁହିଁଙ୍କ ବୟସ ୧୦ରୁ ୧୨ ବର୍ଷ ମଧ୍ୟରେ ହେବ। ରାସ୍ତାରେ ଯାଉଥିବା ଯାତ୍ରୀ ଓ ଶ୍ରଦ୍ଧାଳୁଙ୍କ ଆଡ଼କୁ ଥାଳି ବଢାଇ ବାବୁ ପଇସା ଦିଅ ବୋଲି କହୁଥାନ୍ତି। ଅନେକ ଶ୍ରଦ୍ଧାଳୁ ବି ସେମାନଙ୍କ ଥାଳିରେ ପଇସା ପକାଉଥାନ୍ତି। କେବଳ ଏହି ଦୁଇଜଣ ନୁହଁନ୍ତି ମନ୍ଦିର ଚତୁଃପାର୍ଶ୍ୱରେ ଏକାଧିକ ପିଲା ଭିକ ମାଗୁଥିବା ଦେଖିବାକୁ ମିଳିଥିଲା। କେତେଜଣ ଗଣମାଧ୍ୟମ ପ୍ରତିନିଧି ପହଞ୍ଚତ୍ ସେମାନଙ୍କ ଭିକ୍ଷା ବୃତ୍ତି କରୁଥିବା ନେଇ ତଥ୍ୟ ସଂଗ୍ରହ କରିବାକୁ ଚାହିଁବାରୁ ଦୁହେଁ ପଳାଇଥିଲେ।
ଏଠାରେ ପ୍ରଶ୍ନ ଉଠୁଛି ୧୪ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ନିଶ୍ଚିତ ଶିକ୍ଷା ପ୍ରଦାନ ଲାଗି ସରକାର ଯେଉଁ ଯୋଜନା କରିଛନ୍ତି ତାହାର ବାସ୍ତବତା କ’ଣ। କେବଳ ଏହି ଦୁଇଜଣ ନାବାଳକ ନୁହନ୍ତି ପ୍ରତିଦିନ ଏକାଧିକ ପିଲା ଭିକ୍ଷାବୃତ୍ତି ପାଇଁ ବଡ଼ଦାଣ୍ଡକୁ ଆସୁଛନ୍ତି। ବିଭିନ୍ନ ଛକ ଜାଗାରେ ହାତରେ ପାତ୍ର ଧରି ଭିକ ମାଗୁଛନ୍ତି। ଗୋଟିଏ ପଟେ ସରକାର ପୁରୀ ସହରକୁ ଭିକାରିମୁକ୍ତ କରିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ୮ଟି ଥଇଥାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ମାର୍ଚ୍ଚ ପହିଲାରୁ ଭିକାରିମାନଙ୍କୁ ଥଇଥାନ କେନ୍ଦ୍ରରେ ରଖିବା ଲାଗି ନିଷ୍ପତ୍ତି ହୋଇଛି। ଏପଟେ କିନ୍ତୁ ସିଂହଦ୍ୱାର ନିକଟ ଏବଂ ବଡ଼ଦାଣ୍ଡରେ ଭିକାରିଙ୍କ ସଂଖ୍ୟା ବଢିବାରେ ଲାଗିଛି। କିଛିଦିନ ତଳେ ସିଂହଦ୍ୱାର ସମ୍ମୁଖରୁ ଭିକାରିମାନଙ୍କୁ ପ୍ରଶାସନ ପକ୍ଷରୁ ତଡ଼ି ଦିଆଯାଇଥିଲା। ସମ୍ପୃକ୍ତ ସ୍ଥାନକୁ ବ୍ୟାରିକେଡିଂ କରାଯାଇଛି। ଯଦିଓ ପୂର୍ବ ପରି ଏହି ବ୍ୟାରିକେଡିଂ ମଧ୍ୟରେ ଭିକାରିମାନେ ବସୁ ନାହାନ୍ତି କିନ୍ତୁ ଅନେକ ସମୟରେ ତା’ ଭିତରେ ବୁଲି ବୁଲି ଭିକ ମାଗୁଛନ୍ତି। କିନ୍ତୁ ସିଂହଦ୍ୱାର ସମ୍ମୁଖ ନୂତନ ଶେଡ୍‌ କଡ଼ରେ ଧାଡ଼ିି ହୋଇ ଭିକାରିମାନେ ବସୁଛନ୍ତି।
ନାବାଳକ ଭିକ୍ଷାବୃତ୍ତି କରିବା ନେଇ ସଚେତନ ନାଗରିକ ମଞ୍ଚର ସଭାପତି ଆଇନଜୀବୀ ପ୍ରସନ୍ନ କୁମାର ଦାଶ କହିଛନ୍ତି, ଯେଉଁ ପିଲାମାନେ ଭିକ୍ଷାବୃତ୍ତି କରୁଛନ୍ତି ସେମାନଙ୍କୁ ପ୍ରଶାସନ ପକ୍ଷରୁ କାଉନ୍‌ସେଲିଂ କରାଯିବା କଥା। କେଉଁ ପରିସ୍ଥିତିରେ ସେମାନେ ଭିକ ମାଗୁଛନ୍ତି, ତାଙ୍କ ଘରର ସ୍ଥିତି କ’ଣ ତାହା ତର୍ଜମା ହେବା ଦରକାର। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୁରୀ ସହରରେ ଭିକ୍ଷାବୃତ୍ତି ପଛରେ ଅନେକ ଦଲାଲ ସକ୍ରିୟ ଅଛନ୍ତି। ସେମାନେ ବିଭିନ୍ନ ଅନାଥ ପିଲାଙ୍କୁ ଏଥିରେ ସାମିଲ କରୁଛନ୍ତି। ତେଣୁ ଏ ଦିଗ ପ୍ରତି ଧ୍ୟାନ ଦିଆଯିବା ଦରକାର। ୪ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ମାଗଣା ଶିକ୍ଷା ଓ ମାଗଣା ଖାଦ୍ୟ ଏକପ୍ରକାର ପ୍ରହସନରେ ପରିଣତ ହୋଇଛି ବୋଲି ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri