ବଡ଼ଚଣା ବ୍ଲକ ଅଞ୍ଚଳରୁ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ

ଚଣ୍ଡିଖୋଲ,୧୪।୫(ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ସାଉଡିଆ ପଞ୍ଚାୟତରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବ୍ଲକର ଏହା ପ୍ରଥମ ପଜିଟିଭ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗୁରୁବାର ସୂଚନା ମିଳିଛି। ତେବେ ଉକ୍ତ ବ୍ୟକ୍ତିଜଣଙ୍କ କୋଲକାତା ଫେରନ୍ତା। ତାଙ୍କ ବୟସ ୪୯ବର୍ଷ। ସେ ଗତ ୧୦ ତାରିଖରେ କୋଲକାତାରୁ ଫେରି କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ। ୧୧ ତାରିଖରେ ତାଙ୍କ ସ୍ବାବ୍‌ ସଂଗ୍ରହ କରାଯାଇଥିବା ବେଳେ ଆଜି ତାହା ପଜିଟିଭ୍‌ ଆସିଛି।