ବଜ୍ରପାତ ନେଲା ଜୀବନ

ପାଣ୍ଡ୍ରିପାଣି,୬।୬(ଡି.ଏନ୍‌.ଏ): ମାଲକାନଗିରି ବ୍ଲକ ଅନ୍ତର୍ଗତ ବୀରଲକ୍ଷ୍ମଣପୁର ଗ୍ରାମପଞ୍ଚାୟତର କେନ୍ଦୁକୁଣ୍ଡ ଗଁାରେ ଘଡ଼ଘଡ଼ି ଓ ବିଜୁଳିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଅଛନ୍ତି। ମୃତ ଜଣଙ୍କ ହେଲେ ରଘୁନାଥ ଜାନି। ଉକ୍ତ ଗଁାର ରଘୁନାଥ ଜାନି(୧୬), ବଳଭଦ୍ର ତାମରବା(୨୪) ଓ ନିଳକଣ୍ଠ ଭୁମିଆ (୪୫) ପୂର୍ବାହ୍ନ ୯ଟାରେ ଗାଈ, ଛେଳି ଓ ମେଣ୍ଢା ଚରାଇବାକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା। ଗଁାଲୋକେ ଜାଣିବା ପରେ ସେମାନଙ୍କୁ ପାଣ୍ଡ୍ରିପାଣି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ରଘୁନାଥଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ମାଲକାନଗିରି ପଠାଇଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି।