ବଜ୍ରପାତରେ ମହିଳା ମୃତ

ବେଗୁନିଆପଡ଼ା,୧୭ା୧୦(ଡି.ଏନ.ଏ.)-ବେଗୁନିଆପଡ଼ା ବ୍ଲକ ଏସ୍‌.ଛଚିନା ପଞ୍ଚାୟତର ତୁମ୍ବୁଡ଼ା ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପି. ଡମା ପାତ୍ରଙ୍କ ସ୍ତ୍ରୀ ପି.ତାରମା। ପି.ତାରମା ନିଜ ବିଲକୁ ଘାସ ବାଛିବା ପାଇଁ ଯାଇଥିଲେ। ହଠାତ ବର୍ଷା ହେବା ସହ ବଜ୍ରପାତ ହେବାରୁ ତରମା ଚେତାଶୂନ୍ୟ ହୋଇଯାଇଥିଲେ। ତାଙ୍କୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ବେଗୁନିଆପଡ଼ା ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ଗୁରୁବାର ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି କହିଛିି।