ବଜ୍ରପାତରେ ମହିଳା ମୃତ, ପରିବାରକୁ କ୍ଷତିପୂରଣ ଦାବି

ଲଖନପୁର, ୨୪।୯(ଡି.ଏନ୍‌.ଏ.)-ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଭଅଁରଖୋଲ ପଞ୍ଚାୟତ ଠେବରା ଗ୍ରାମର ଜଣେ ମହିଳାଙ୍କ ମଙ୍ଗଳବାର ବଜ୍ରପାତରେ ମୃତ୍ୟୁ ଘଟିଛି। ସେ ହେଲେ ସୁରେନ ମୁଣ୍ଡାଙ୍କ ସ୍ତ୍ରୀ ଜୟ ସେନୀ(୪୦)।
ସୂଚନାନୁଯାୟୀ, ଜୟସେନୀ ଅପରାହ୍ନରେ ଗ୍ରାମ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଘରକୁ ଫେରୁଥିବା ବେଳେ ରାସ୍ତାରେ ବଜ୍ରପାତ ହୋଇଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗ୍ରାମବାସୀ ଲଖନପୁର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଲଖନପୁର ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଝାରସୁଗୁଡା ପଠାଇଛି । ଏଥିସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ମୃତ ମହିଳା ଙ୍କର ୨ଝିଅ ଓ ଗୋଟିଏ ପୁଅ ଅଛନ୍ତି । ତେବେ ତଦନ୍ତ କରି ଜିଲ୍ଲା ପ୍ରଶାସନ ତୁରନ୍ତ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି ହେଉଛି ।