ବଜ୍ରପାତପ୍ରବଣ ରାଜ୍ୟ ଓଡ଼ିଶା: ୪ମାସରେ ୯ଲକ୍ଷ ଥର ବଜ୍ରପାତ

ଭୁବନେଶ୍ୱର, ୩।୯(ବ୍ୟୁରୋ): ଏକ ବଜ୍ରପାତ ପ୍ରବଣ ରାଜ୍ୟ ହୋଇ ମଧ୍ୟ ଓଡ଼ିଶା ଏହାର ମୁକାବିଲା କରିବାରେ ସଫଳ ସାବ୍ୟସ୍ତ ହୋଇଛି। ଆବଶ୍ୟକ ପଦକ୍ଷେପ ଏବଂ ଉଚିତ ସତର୍କତା ଗ୍ରହଣ କରାଯିବା ଫଳରେ ବଜ୍ରପାତ ଭଳି ଏକ ପ୍ରାକୃତିକ ବିପର୍ଯ୍ୟୟରୁ ଯଥାସମ୍ଭବ ଓଡ଼ିଶାବାସୀଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି ରାଜ୍ୟ ସରକାର। କ୍ଲାଇମେଟ୍‌ ରେସିଲିଏଣ୍ଟ ସିଷ୍ଟମ ପ୍ରମୋଶନ କାଉନସିଲ୍‌ ପକ୍ଷରୁ ବଜ୍ରପାତକୁ ନେଇ ମୌସୁମୀ ଋତୁରେ ପ୍ରସ୍ତୁତ ଏକ ରିପୋର୍ଟରେ କୁହାଯାଇଛି ଯେ, ଓଡ଼ିଶା ଓ କର୍ନାଟକ ବଜ୍ରପାତ ମୁକାବିଲା କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ।
ଦେଶର ବଜ୍ରପାତ ପ୍ରବଣ ରାଜ୍ୟଗୁଡ଼ିକ ମଧ୍ୟରୁ ଓଡ଼ିଶା ହେଉଛି ଅନ୍ୟତମ। ଗତ ଏପ୍ରିଲ ପହିଲାରୁ ଜୁଲାଇ ୩୧ତାରିଖ ମଧ୍ୟରେ ସାରା ଦେଶରେ ୬୪,୫୫,୫୪୦ଟି ବଜ୍ରପାତ ହୋଇଥିବାବେଳେ କେବଳ ଓଡ଼ିଶାରେ ୯,୦୦,୨୯୬ଟି ଘଟିଛି। ତେବେ ବଜ୍ରପାତ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଆଗରେ ରହିଛି। ଏପ୍ରିଲରୁ ଜୁଲାଇ ମଧ୍ୟରେ ବଜ୍ରପାତରେ ୧୨୯ଜଣଙ୍କ ମୃତ୍ୟୁ ଘଟିଛି। ଉଚିତ ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାରୁ ଅଧିକରୁ ଅଧିକ ଲୋକଙ୍କ ଜୀବନ ରକ୍ଷା କରିବା ସମ୍ଭବ ହୋଇପାରିଛି। ତେବେ ଏ ଦିଗରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଓସ୍‌ଡମା)ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇଛନ୍ତି ଓସ୍‌ଡମାର ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀ। ସେ କହିଛନ୍ତି, ବଜ୍ରପାତ ସଂକ୍ରାନ୍ତରେ ଲୋକଙ୍କୁ ଏସ୍‌ଏମ୍‌ଏସ୍‌ ଓ ସତର୍କ ଆପ୍‌ ଜରିଆରେ ଆଗୁଆ ସୂଚନା ପ୍ରଦାନ ଯୋଗୁ ସେମାନଙ୍କ ଜୀବନରକ୍ଷା କରାଯାଇପାରୁଛି।
ସୂଚନାଯୋଗ୍ୟ, ଏହି ୪ମାସ ମଧ୍ୟରେ ଉତ୍ତରପ୍ରଦେଶରେ ବଜ୍ରପାତରେ ସର୍ବାଧିକ ୨୨୪ ଜୀବନ ଯାଇଛି। ଏଠାରେ କିନ୍ତୁ ଓଡ଼ିଶା ତୁଳନାରେ କମ୍‌ ବଜ୍ରପାତ ହୋଇଛି। ବଜ୍ରପାତ କ୍ଷେତ୍ରରେ ଓଡ଼ିଶା ସବୁଠାରୁ ଆଗରେ ରହିଥିବା ରିପୋର୍ଟ କହୁଛି। ଚଳିତବର୍ଷ ଜୁନ୍‌ ମାସରେ ମୋଟ ୨୬,୧୪,୮୪୧ଟି ବଜ୍ରପାତ ହୋଇଥିବାବେଳେ ଜୁନ୍‌ ୨ତାରିଖରେ ସର୍ବାଧିକ ୨,୧୯,୦୦୦ଟି ବଜ୍ରପାତ ହୋଇଛି। ଉତ୍ତରପ୍ରଦେଶରେ ସର୍ବାଧିକ ବଜ୍ରପାତଜନିତ ମୃତ୍ୟୁ ହୋଇଥିବାବେଳେ ପୂର୍ବ ସିଂହଭୂମ ଜିଲାରେ ସର୍ବାଧିକ ବଜ୍ରପାତ ହୋଇଥିବା ରେକର୍ଡ କରାଯାଇଛି। ଏପ୍ରିଲ ୧୫ ଓ ୧୬ ତାରିଖ ୨୪ଘଣ୍ଟା ମଧ୍ୟରେ ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟରେ ସର୍ବାଧିକ ୮୯ଟି ବଜ୍ରପାତ ମୃତ୍ୟୁ ରେକର୍ଡ କରାଯାଇଛି। ତେବେ କମ୍‌ ବଜ୍ରପାତରେ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଥିବା ରାଜ୍ୟ ଉତ୍ତରପ୍ରଦେଶ ଓ ବିହାରରେ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ଲୋକଙ୍କୁ ବଜ୍ରପାତ ସଂକ୍ରାନ୍ତରେ ସଚେତନ କରିବା ସହିତ ବଜ୍ରପାତ ନିରୋଧ ଡିଭାଇସ୍‌ ସ୍ଥାପନ ଦ୍ୱାରା ଶତ ପ୍ରତିଶତ ସୁରକ୍ଷା ଯୋଗାଇ ଦିଆଯାଇପାରିବ ବୋଲି କୁହାଯାଇଛି। ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା ଅଧିକରୁ ଅଧିକ ସଂଖ୍ୟାରେ ବୃଦ୍ଧି ପାଉଥିବାରୁ ବୈଜ୍ଞାନିକ ପଦ୍ଧତିରେ ଏହାର ପରିଚାଳନା ଲାଗି ମତପ୍ରକାଶ ପାଇଛି। ଇତିମଧ୍ୟରେ ଆମେରିକାର ଆର୍ଥ ନେଟୱର୍କ ସହଯୋଗରେ ଓସ୍‌ଡମା ପକ୍ଷରୁ ବଜ୍ରପାତ ଚିହ୍ନଟ ସେନ୍‌ସର ସ୍ଥାପନ ହୋଇଛି, ଯାହା ବଜ୍ରପାତରୁ ଘଣ୍ଟାଏ ପୂର୍ବରୁ ସତର୍କର ସୂଚନା ଦେଉଛି। ଏସ୍‌ଏମ୍‌ଏସ୍‌, ଟିଭି ଚ୍ୟାନେଲ୍‌ ଓ ସୋସିଆଲ ମିଡିଆ ସାହାଯ୍ୟରେ ଏହାକୁ ଲୋକଙ୍କ ନିକଟକୁ ସଚେତନତାମୂଳକ ବାର୍ତ୍ତା ପଠାଯାଇ ପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri