ବଜେଟ ଘୋଷଣାକୁ ନେଇ ରାଜନଙ୍କ ଆଶଙ୍କା;ବିଦେଶରେ ସରକାରୀ ବଣ୍ଡ ବିକିବା ବିପଦପୂର୍ଣ୍ଣ

ନୂଆଦିଲ୍ଲୀ,୧୪-୭: କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ବିଦେଶ ବଜାରରେ ସରକାରୀ ବଣ୍ଡ ବିକ୍ରି କରି ଅର୍ଥ ଯୋଗାଡ କରିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନ ଏହାକୁ ନେଇ ଆଶଙ୍କାବ୍ୟକ୍ତ କରିଛନ୍ତି। ସରକାରଙ୍କ ଏହି ଯୋଜନାରୁ ଦେଶକୁ ସେପରି କିଛି ଫାଇଦା ମିଳିବ ନାହିଁ, ବରଂ ଏହା ଅଧିକ ବିପଦପୂର୍ଣ୍ଣ ବୋଲି ସେ କହିଛନ୍ତି।
ପୂର୍ବତନ ଗଭର୍ନର ରାଜନ କହିଛନ୍ତି ଯେ, ବିଦେଶରେ ବଣ୍ଡ ବିକ୍ରି କରିବା ଯୋଗୁ ସ୍ଥାନୀୟ ବଜାରରେ ବିକ୍ରି ହେବାକୁ ଥିବା ଘରୋଇ ସରକାରୀ ବଣ୍ଡ ମାତ୍ରା କମ ହେବ ନାହିଁ। ଦେଶର ଅର୍ଥନୀତି ଦ୍ରୁତଗତିରେ ଆଗଉଥିବା ବେଳେ ନିବେଶକ ଅଧିକ ନିବେଶ କରୁଥିବାରୁ ଏଥିପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ ବୋଲି ରାଜନ କହିଛନ୍ତି। ତାଙ୍କ ମତରେ ଅର୍ଥନୀତି ଧିମା ହେବା ମାତ୍ରେ ନିବେଶକ ଦୂରେଇଯିବା ଆରମ୍ଭ କରନ୍ତି। ସୂଚନାଥାଉ କି, ବିଦେଶରେ ସରକାରୀ ବଣ୍ଡ ବିକ୍ରି କରି ଅର୍ଥ ଯୋଗାଡ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ ଉପସ୍ଥାପନ କରି ଘୋଷଣା କରିଥିଲେ। ବିରୋଧୀ ଦଳଗୁଡ଼ିକ ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଅର୍ଥନୀତି ଧିମା ହେବା କାରଣରୁ ପାଣ୍ଠି ଯୋଗାଡ କରିବା ଲାଗି ମୋଦି ସରକାରଙ୍କ ନିକଟରେ ସ୍ବଳ୍ପ ବିକଳ୍ପ ରହିଛି। ଏହି କାରଣରୁ ବିଦେଶରୁ ବଣ୍ଡ ଜାରି ମାଧ୍ୟମରେ ଅର୍ଥ ଯୋଗାଡ କରିବାକୁ ସରକାର ବାହାରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ସରକାର ରେକର୍ଡ ୭ ଲକ୍ଷ କୋଟି ଟଙ୍କା(୧୦୩ ବିଲିୟନ ଡଲାର) ଋଣ ନେବାକୁ ଯୋଜନା କରିଥିବାରୁ ଏହାକୁ ନେଇ ନିବେଶକମାନେ ବେଶ୍‌ ଚିନ୍ତିତ। ବିଦେଶୀ ଷ୍ଟକ୍‌ ଏକ୍ସଚେଞ୍ଜରେ ଭାରତୀୟ ବଣ୍ଡ କାରବାରରେ ଅସ୍ଥିରତା ଆସିଲେ ଏହା ଘରୋଇ ସିକ୍ୟୁରିଟିଜ୍‌ ବଜାରକୁ ପ୍ରଭାବିତ କରିବ କି ବୋଲି ସେ ପ୍ରଶ୍ନ କରିଛନ୍ତି। ତାଙ୍କ ମତରେ ଏହି ଯୋଜନା ବଦଳରେ ଫରେନ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)ଙ୍କ ପଞ୍ଜୀକରଣ ନିୟମକୁ ଆହୁରି ନରମ କରିବା ସହ ସରକାରୀ ବଣ୍ଡରେ ନିବେଶର ସୀମା ବଢ଼ାଇବାକୁ ହେବ। ଆର୍‌ବିଆଇର ୩ ଜଣ ପୂର୍ବତନ ଅଧିକାରୀ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ବିରୋଧ କରିଛନ୍ତି। ସେମାନଙ୍କ ମତରେ ଏହି ଯୋଜନାକୁ କ୍ରିୟାନ୍ବୟନ କରିବା ଲାଗି ଏବେ ସମୟ ଆସିନାହିଁ। କାରଣ ଭାରତ ବଡ଼ ବଜେଟ ନିଅଣ୍ଟ ସମସ୍ୟାର ସମ୍ମୁଖୀନ ହେଉଛି। ରାଜନଙ୍କ କହିବାନୁଯାୟୀ ଛୋଟ ପରିମାଣର ବଣ୍ଡ ଜାରି କରାଗଲେ, ସେଭଳି ବିଶେଷ ଫରକ ପଡିବ ନାହିଁ। କିନ୍ତୁ ନିୟମ ଥରେ ଲାଗୁ ହେବା ପରେ ଅଧିକ ବଣ୍ଡ ଜାରି କରିବାର ଲୋଭ ବଢ଼ିଯିବ। ଏହା ହିଁ ବିପଦର କାରଣ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

Apple ଜାରି କଲା ବଡ଼ ସତର୍କତା: ଏସବୁ ଉପଭୋକ୍ତାଙ୍କ ପାଇଁ ସୁରକ୍ଷିତ ନୁହେଁ ଗୁଗଲ୍ Chrome

ନୂଆଦିଲ୍ଲୀ,୮।୧୨: ଗୁଗୁଲର ସବୁଠାରୁ ଲୋକପ୍ରିୟ ଉତ୍ପାଦ ବିରୋଧରେ ଆପଲ୍ ଏକ ବଡ଼ ସତର୍କତା ଜାରି କରିଛି। ଆପଲ୍ ପକ୍ଷରୁ କୁହାଯାଇଛି ଯେ, iPhone ଏବଂ Mac...

SBI ରେ ଆକାଉଣ୍ଟ ଅଛି କି? ଏହି ଭୁଲ କରୁଥିଲେ କଟିଯିବ ଟଙ୍କା…

ନୂଆଦିଲ୍ଲୀ,୭।୧୨: ଆପଣଙ୍କର ଷ୍ଚେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ବ୍ୟାଙ୍କରେ ଖାତା ଅଛି କି? ଆପଣଙ୍କର ATMରୁ ବାରମ୍ୱାର ଟଙ୍କା ଉଠାଇବାର ଅଭ୍ୟାସ ରହିଛି କି? ତେବେ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

୧ଟଙ୍କାରେ ଜମି ଦେବେ ସରକାର, ଏହି ତାରିଖ ସୁଦ୍ଧା କରିବାକୁ ପଡିବ ଆବେଦନ, କିନ୍ତୁ ରହିଛି ଏହି ସର୍ତ୍ତ

ପାଟନା,୬।୧୨: ପ୍ରାୟତଃ ଦେଖାଯାଏ ଯେ ଏକ ଭଲ ବ୍ୟବସାୟିକ ଧାରଣା ସତ୍ତ୍ୱେ, ଆକାଶଛୁଆଁ ଜମି ମୂଲ୍ୟ ଉଦ୍ୟୋଗୀମାନଙ୍କ ସ୍ୱପ୍ନକୁ ବାଧା ଦିଏ। ଯଦି ଆପଣ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri