ଅସହିଷ୍ଣୁତା ବୃଦ୍ଧି ଯୋଗୁ ଦେଶର ବିକାଶ ବାଧାପ୍ରାପ୍ତ ହେବ: ଆଦି ଗୋଦ୍‌ରେଜ

ନୂଆଦିଲ୍ଲୀ,୧୪-୭: ଦେଶରେ ବୃଦ୍ଧି ପାଉଥିବା ଅସହିଷ୍ଣୁତା, ଘୃଣା ଜନିତ ଅପରାଧ ଓ ମୋରାଲ ପୋଲିସିଂ ବୃଦ୍ଧି ପାଇବା ଯୋଗୁ ଆର୍ଥିକ ବିକାଶକୁ କ୍ଷତି ପହଞ୍ଚାଇବ ବୋଲି ଗୋଦ୍‌ରେଜ ଗ୍ରୁପ୍‌ ଅଧ୍ୟକ୍ଷ ଆଦି ଗୋଦ୍‌ରେଜ ଶନିବାର କହିଛନ୍ତି।
ମୁମ୍ବାଇର ସେଣ୍ଟ ଜାଭିଏର କଲେଜର ୧୫୦ତମ ବାର୍ଷିକ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ନିର୍ମାଣ ଓ ୫ ଲକ୍ଷ କୋଟି ଡଲାର ଅର୍ଥନୀତି ନେଇ ବିଶାଳ ଦୃଷ୍ଟିଭଙ୍ଗି ପ୍ରଦର୍ଶନ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଧେଇ ଜଣାଇଛନ୍ତି। ତେବେ ଦେଶରେ ସବୁକିଛି ଠିକ୍‌ ଚାଲୁନାହିଁ ବୋଲି ସେ କହିଛନ୍ତି। ସାମାଜିକ ପରିବେଶକୁ ନେଇ ଗୋଦ୍‌ରେଜ ଚିନ୍ତାବ୍ୟକ୍ତ କରିବା ସହ ଏହାର ପ୍ରଭାବ ଆର୍ଥିକ ବିକାଶ ଉପରେ ପଡିବ ବୋଲି ଚେତାଇ ଦେଇଛନ୍ତି। ବର୍ତ୍ତମାନର ପରିସ୍ଥିତି ଉପରେ ମନ୍ତବ୍ୟ ଦେଇ ଆଦି ଗୋଦ୍‌ରେଜ କହିଛନ୍ତି ଯେ, ଦେଶର ଅଧିକାଂଶ ଜନସଂଖ୍ୟା ଏବେ ମଧ୍ୟ ଗରିବ ଏହା ଭାରତ ଭୁଲିବା ଅନୁଚିତ। ଏହି ସ୍ଥିତି ଦେଶର ବିକାଶ ଗତିକୁ ଭାରି କ୍ଷତିଗ୍ରସ୍ତ କରିବ। ଏହାଦ୍ୱାରା ଆମେ ଆମର ବାସ୍ତବ କ୍ଷମତାକୁ ଚିହ୍ନିପାରିବୁ ନାହିଁ। ସାରା ଦେଶରେ ଏବେ ଜାତି-ଧର୍ମକୁ ନେଇ ହିଂସା ବୃଦ୍ଧି ପାଉଥିବା ବେଳେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ତଥା ବିଭିନ୍ନ ଅସହିଷ୍ଣୁତା ବଢ଼ିଚାଲିଛି। ଏହାକୁ ରୋକା ନ ଗଲେ ସାମାଜିକ ଐକ୍ୟବଦ୍ଧତା ବଜାୟ ରଖିବା କଷ୍ଟକର ହୋଇପଡିବ। ଦେଶରେ ବର୍ତ୍ତମାନ ବେକାରୀ ସମସ୍ୟା ୬.୧% ରେ ରହିଛି, ଯାହା କି ୪ ଦଶନ୍ଧିରେ ସର୍ବାଧିକ। ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରାଯିବା ଜରୁରୀ ବୋଲି ସେ କହିଛନ୍ତି। ଦେଶର କେତେକ ଅଞ୍ଚଳରେ ଜଳ ସଙ୍କଟ, ପରିବେଶ ପ୍ରଦୂଷଣ କରୁଥିବା ପ୍ଲାଷ୍ଟିକ୍‌ର ବ୍ୟବହାର ଏବଂ ମେଡିକାଲ ବ୍ୟବସ୍ଥା ଧ୍ୱସ୍ତ ହେବା ଆଦି ସମସ୍ୟାର ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ ହେବା ଆବଶ୍ୟକ ବୋଲି ଉଲ୍ଲେଖ କରି ଗୋଦ୍‌ରେଜ କହିଛନ୍ତି ଯେ, ଗାଈ ଅଥବା ଧର୍ମକୁ ନେଇ ଏବେ ଦେଶର ବିଭିନ୍ନ ସ୍ଥାନରେ ମବ୍‌ ଲିଞ୍ଚତ୍ଙ୍ଗ ହେଉଥିବାର ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri