ବଜାରରେ ଭିଡ, ରହୁନି ସାମାଜିକ ଦୂରତା

ବୁଗୁଡ଼ା,୧୩ା୫(ଡି.ଏନ.ଏ.)- ଗଞ୍ଜାମ ଜିଲାରେ ବର୍ତ୍ତମାନ କରୋନା ପଜିଟିଭ ସଂଖ୍ୟା ୨ଶହ ଟପିଛି। ମାତ୍ର ଏବେବି ଲୋକେ ସଚେତନ ହେଉନାହନ୍ତି। ସାମାଜିକ ଦୂରତା ସହ ମାସ୍କ ବ୍ୟବହାର ପାଇଁ ପ୍ରଶାସନ ବାରମ୍ବାର ସଚେତନ କରୁଥିଲେ ମଧ୍ୟ ଲୋକେ ମାନୁ ନାହାନ୍ତି। ବୁଗୁଡ଼ା ବ୍ଲକର ୨ ସଙ୍ଗରୋଧ କେନ୍ଦ୍ରରେ ଥିବା ୬ ଅନ୍ତେବାସୀ କରୋନା ପଜିଟିଭ ବାହାରିବା ପରେ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ପ୍ରଶାସନ ସକ୍ରିୟ ଥାଇ ଡାକବାଜି ଯନ୍ତ୍ର ଦ୍ୱାରା ବ୍ୟାପକ ପ୍ରଚାର କରୁଥିବାବେଳେ ବର୍ତ୍ତମାନ ସେପରି ତତ୍ପରତା ପ୍ରକାଶ ପାଉନାହିଁ କିମ୍ବା ଧରପଗଡ ହେଉନାହିଁ। ସହରର ବିଭିନ୍ନ ଦୋକାନ, ବ୍ୟାଙ୍କରେ ଲୋକେ ସାମାଜିକ ଦୂରତ୍ୱ ମାନୁନଥିବା ଦେଖାଯାଉଛି। ଅପରପକ୍ଷରେ ବାଇକରେ ଅଧିକାଂଶ ଯୁବକ ବିନା ମାସ୍କରେ ଏକାଧିକ ବ୍ୟକ୍ତି ବସି ବୁଲୁଛନ୍ତି। ଏନ୍‌ଏସି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।