ବଁଚ୍‌ବାର ରାହା ଦେଇଛେ ମୁଢ଼ି ମିକ୍ସଚର

ଲାଠୋର, ୪ା୧୨ (ଡି.ଏନ.ଏ.)-ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ଗାଁର ପରୀକ୍ଷିତ ବାଗ (୪୨)। ମାଏକିନା ଭୂମିସୂତା, ଝି’ ମୁକ୍ତାଦେଇ, ଦୁଇପୁଓ ସୁରେଶ ଆର ପାର୍ଥକେ ନେଇ ତାକର ସଁସାର। ଜମିବାଡି କିଛି ନାଇଁ, ମୂଲରୁ ସୁଖ୍‌ବାସୀ ଆଏ। ଗଁାର ବଁଧ୍‌ମୁଡ଼େ ଥିବାର ଜଲ୍‌ଚର ଜମିରେ କୁରିଆଟେ କରି କୁଟୁମବସିଆ ମୁଡ଼ ଗୁଁଜିଛନ୍‌। ପରହର କାମ୍‌ବୁତା କରି ଯାହା ରୁଜଗାର ହେଉଛେ ସେଥ୍‌ରେ କୁଟୁମଟା ଚଲୁଛନ୍‌। ଇ ଅଲପ୍‌ କମାନୀରେ କୁଟୁମ୍‌ ପୁଷବାରଟା ବହୁତ ଭିଡ଼ ପଡ଼ିଯାଉଛେ। ସେଥିରଲାଗି ପରୀକ୍ଷିତ ଧାରଉଧାର କରି ଗୁଟେ ଠେଲା ଘିନି ସେଥ୍‌ରେ ପଡ଼ାପଡ଼ା ବୁଲି ମୁଢ଼ି ମିକ୍ସଚର ବିକୁଛନ୍‌। ଫିଦିନ୍‌ ମୁଢ଼ି ମିକ୍ସଚର ସାମାନରେ ପାଖାପାଖି ୫ଶହ ଟଁକା ଖରଚ୍‌ କରୁଥିଲାବେଲେ ୨ଶହ ଟଁକା ଲାଭ୍‌ ହେଉଥିବାର ସେ କହିଛନ୍‌। ସେ ଟଁକାରେ ପରିବାର ଚଲବାର ସଂଗେ ପିଲାଛୁଆକର ପାଠ୍‌ପଢ଼ା ବି ଚାଲିଛେ। ହେଲେ ଆଏଜ୍‌କାଲି ଲୋକ୍‌ ଭିନେ ଭିନେ କିସମର ଫାଷ୍ଟଫୁଡ ଖାଏବାକେ ପସନ୍‌ କରବାର ଲାଗି ମୁଢ଼ି ମିକ୍ସଚରରୁ ଅଧ୍‌କା ଲାଭ ନାଇଁ ହେବାର ବଲି ସେ କହିଛନ୍‌। ଏହେଦ୍‌କା ସେ ମାସିକ ରୁଜଗାର କରୁଥିବାର ୬ ହଜାର ଟଁକା ଆର ପଁଚେତ୍‌ରୁ ମିଲୁଥିବାର ୨୫ କେ.ଜି. ଚାଉଳ ତାକର ପରିବାରକେ ବଁଚ୍‌ବାର ରାହା ଦେଖେଇଛେ। ହେଲେ ପରଶାସନ ଆମର ପରିବାର ଉପରେ ଦୁରୁଷ୍‌ଟି ଦେଇ ଆବାସ ଯୋଜନାରେ ଘରଖଁଡ଼େ ଆର ବେଉସା ବଢ଼ାବାର ଲାଗି କେହେନ୍‌ସି ପରକାର ରୁଣ ଗୁଟେ ଯୁଗେଇ ଦେଲେ ପରିବାରଟା ଆରାମରେ ଚଲତୁଁ ବଲି ପରୀକ୍ଷିତ କହିଛନ୍‌।