ଫ୍ୟାଶନ ଟ୍ରେଣ୍ଡରେ ମଲ୍ଟି କଲର ଜୁଏଲେରୀ: ଜାଣନ୍ତୁ କ’ଣ ରହିଛି ଲାଟେଷ୍ଟ ଡିଜାଇନ

ନାରୀଙ୍କ ଗହଣରେ ଜୁଏଲେରୀର ଚାହିଦା ସବୁବେଳେ ରହିଆସିଛି। ଆଉ ସେହି ଚାହିଦାକୁ ଦେଖି ମାର୍କେଟ୍‌କୁ ଜୁଏଲେରୀର କେତେ ନୂଆ ନୂଆ କଲେକ୍‌ଶନ୍‌ ବି ଆସୁଛି। ଏଇ ଯେମିତି ବର୍ତ୍ତମାନର ଫ୍ୟାଶନ ଟ୍ରେଣ୍ଡରେ ମଲ୍ଟି କଲର ଜୁଏଲେରୀର ଡିମାଣ୍ଡ ଖୁବ୍‌ ଥିବା ଦେଖିବାକୁ ମିଳୁଛି। ତେବେ ଏହି ମଲ୍ଟି କଲର ଜୁଏଲେରୀର କ’ଣ ସବୁ ଲାଟେଷ୍ଟ ଡିଜାଇନ୍‌ ରହିଛି, ଆସନ୍ତୁ ଜାଣିବା
ସେ ସମ୍ପର୍କରେ…

ମଲ୍ଟି କଲର ଇୟର ରିଂ: ଏହି ଇୟର ରିଂକୁ ଯେକୌଣସି କଲରର ଆଉଟ୍‌ଫିଟ୍‌ ସହ ଆରାମରେ ପିନ୍ଧିହୁଏ। ତେଣିକି ସେ ଟ୍ରାଡିଶନାଲ୍‌ ସାଲଓ୍ବାର୍‌ ସୁଟ୍‌ ହେଉ କିମ୍ବା ଜିନ୍ସ, ସଟର୍‌ସ ଇତ୍ୟାଦି। ଆଜିକାଲି ମାର୍କେଟ୍‌ରେ ଗୋଲ୍ଡ, ରୋଜ୍‌ଗୋଲ୍ଡ ତଥା ସିଲ୍‌ଭର କଲରର କମ୍ବିନେଶନକୁ ମିଶାଇ ତିଆରି ହେଉଥିବା ଏକ ସ୍ବତନ୍ତ୍ର ଧରଣର ମଲ୍ଟିକଲର ଇୟର ରିଂ ମିଳୁଛି, ଯାହା ଆକର୍ଷଣୀୟ ଲାଗିବା ସହ ନାରୀଙ୍କୁ ଭାଇବ୍ରାଣ୍ଟ ଲୁକ୍‌ ଦେଇପାରୁଛି।

ମଲ୍ଟି କଲର ମିସ୍‌ମ୍ୟାଚ୍‌ ଇୟର ରିଂ: ବର୍ତ୍ତମାନର ଫ୍ୟାଶନ ଦୁନିଆରେ ମିସ୍‌ମ୍ୟାଚ୍‌ ଜୁଏଲେରୀର ବି ଖୁବ୍‌ ଚାହିଦା ରହିଥିବା ଦେଖିବାକୁ ମିଳୁଛି। ଖାସ୍‌କରି ମଲ୍ଟି କଲର୍‌ ଷ୍ଟୋନ୍‌ରେ ଆସୁଥିବା ମିସ୍‌ମ୍ୟାଚ୍‌ ଇୟର ରିଂ ଯୁବତୀମାନଙ୍କର ପ୍ରଥମ ପସନ୍ଦ ପାଲଟିଛି। ତେବେ ଏହି ଧରଣର ଇୟର ରିଂ ପିନ୍ଧିଲାବେଳେ ଶରୀରରେ ଆଉ କୌଣସି ମଲ୍ଟି କଲର୍‌ର ଜୁଏଲେରୀ ପିନ୍ଧିବା ଆଦୌ ଠିକ୍‌ ନୁହେଁ। ନଚେତ୍‌ ଲୁକ୍‌ ସେତେ ଆଟ୍ରାକ୍ଟିଭ୍‌ ଲାଗେନି।

ମଲ୍ଟି କଲର ଚୁଡ଼ି: ମଲ୍ଟି କଲର ଷ୍ଟୋନ୍‌ ଲାଗିଥିବା ଖୁବ୍‌ ସୁନ୍ଦର ସୁନ୍ଦର ଚୁଡ଼ି ଏବେ ମାର୍କେଟ୍‌ରେ ମିଳୁଛି, ଯାହାକୁ ଖାସ୍‌ କରି ଶାଢ଼ି, ସାଲ୍‌ଓ୍ବାର୍‌ ସୁଟ୍‌ କିମ୍ବା ଲେହେଙ୍ଗା ସହ ପିନ୍ଧିଲେ ଗର୍ଜିିୟସ୍‌ ଲୁକ୍‌ ମିଳିଥାଏ। ବିନା ଷ୍ଟୋନ୍‌ବାଲା ମଲ୍ଟି କଲର ଚୁଡ଼ି ବି ଏବେ ମାର୍କେଟରେ ମିଳିଲାଣି, ଯାହାକୁ ପାର୍ଟି, ଫଙ୍କଶନ୍‌କୁ ଗଲାବେଳେ ଆଉଟ୍‌ଫିଟ୍‌ ସହ ମ୍ୟାଚିଂକରି ପିନ୍ଧିଲେ ଲୁକ୍‌ ଆକର୍ଷଣୀୟ ଲାଗେ।

ମଲ୍ଟି ଷ୍ଟୋନ୍‌ ଓ୍ବାଚ୍‌: ଓ୍ବାଚ୍‌ ବା ଘଣ୍ଟା ପିନ୍ଧିବାକୁ ପସନ୍ଦ କରୁଥିବା ଯୁବତୀମାନେ ଚାହିଁଲେ ମଲ୍ଟି ଷ୍ଟୋନ୍‌ବାଲା ଓ୍ବାଚ୍‌ ବି ହାତରେ ପିନ୍ଧିପାରିବେ। ଏବେ ମାର୍କେଟରେ ଅନେକ ଆକର୍ଷଣୀୟ ଡିଜାଇନ୍‌ର ମଲ୍ଟି ଷ୍ଟୋନ୍‌ ଓ୍ବାଚ୍‌ ମିଳିଲାଣି, ଯାହାକୁ ହାତରେ ପିନ୍ଧିଲେ ଘଣ୍ଟା ସହିତ ହାତରେ କୌଣସି ବ୍ରେସ୍‌ଲେଟ୍‌ ପିନ୍ଧିବା ପରି ଅନୁଭବ ହୋଇପାରିବ।

ମଲ୍ଟି କଲର ପେଣ୍ଡେଣ୍ଟ ନେକ୍‌ଲେସ୍‌: ଖାସ୍‌କରି ପର୍ଲ ନେକ୍‌ଲେସ୍‌ ସାଙ୍ଗରେ ମଲ୍ଟି ଷ୍ଟୋନ ଖଚିତ ପେଣ୍ଡେଣ୍ଟ ଅଧିକ ସୁନ୍ଦର ଦେଖାଯାଇଥାଏ। ଏହାକୁ ଯେକୌଣସି ଅକେଜନ୍‌ରେ ବି ଆରାମରେ କ୍ୟାରି କରାଯାଇପାରେ।

ମଲ୍ଟି କଲର ଟାଇମ୍‌-ପିସ୍‌ ନେକ୍‌ଲେସ୍‌: ଯେଉଁ ଯୁବତୀମାନଙ୍କର ଭିନ୍‌ଟେଜ୍‌ ତଥା ଚାର୍ମ ଲୁକ୍‌ ପସନ୍ଦ, ସେମାନେ ଚାହିଁଲେ ମଲ୍ଟି କଲର ଟାଇମ-ପିସ୍‌ ନେକ୍‌ଲେସ୍‌କୁ ଟ୍ରାଏ କରିପାରିବେ। ଏହା ଏକ ଟ୍ରେଣ୍ଡି ଜୁଏଲେରୀ ଭାବେ ବି ଜଣାଯାଏ।

ମଲ୍ଟି ଷ୍ଟୋନ୍‌ ସିଙ୍ଗଲ୍‌ ଷ୍ଟେଟ୍‌ମେଣ୍ଟ ନେକ୍‌ଲେସ୍‌: ଏହି ନେକ୍‌ଲେସ୍‌କୁ ପିନ୍ଧିଲେ ଗର୍ଜିୟସ୍‌ ଲୁକ୍‌ ମିଳିଥାଏ। ଏଥିରେ ମଲ୍ଟି ଷ୍ଟୋନ୍‌ ଲାଗିଥିବାରୁ ଏହାକୁ ଯେକୌଣସି ରଙ୍ଗର ଆଉଟ୍‌ଫିଟ୍‌ ସହ ମ୍ୟାଚିଂକରି ପିନ୍ଧିହୁଏ। ତେବେ ଖାସ୍‌କରି ଡିପ୍‌ ନେକ୍‌ବାଲା ଆଉଟ୍‌ଫିଟ୍‌ ସହ ଏହି ନେକ୍‌ଲେସ୍‌କୁ ପିନ୍ଧିଲେ ଏହାର ଷ୍ଟାଇଲ୍‌ ବାହାରକୁ ଭଲ ଦେଖାଯାଇଥାଏ।

ମଲ୍ଟି କଲର ରିଙ୍ଗ: ରିଙ୍ଗ୍‌ ବା ମୁଦି ବି ହେଉଛି ଏମିତି ଏକ ଜୁଏଲେରୀ, ଯାହା ହାତର ଶୋଭା ବର୍ଦ୍ଧନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏବେ ଯେହେତୁ ମଲ୍ଟି କଲର୍‌ ଜୁଏଲେରୀ ବିଷୟରେ ଏତେ ଆଲୋଚନା କରାଯାଉଛି, ସେଠି ମଲ୍ଟି କଲର ରିଙ୍ଗ୍‌କୁ ଭୁଲିଯିବା ଆଦୌ ଠିକ୍‌ ହେବନାହିଁ। ତେବେ ଏହି ମଲ୍ଟି କଲର ରିଙ୍ଗ୍‌କୁ ଶାଢ଼ିଠାରୁ ଆରମ୍ଭ କରି ଏମ୍ବ୍ରୋଡୋରି ଜ୍ୟାକେଟ୍‌ ପର୍ଯ୍ୟନ୍ତ ସବୁଥିରେ ମ୍ୟାଚିଂକରି ପିନ୍ଧିହେବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri