ଫ୍ଲାଇଙ୍ଗ ସ୍କ୍ବାଡ ପକ୍ଷରୁ ଯାଞ୍ଚ କଡ଼ାକଡ଼ି

ବଅଁରପାଳ,୨୨ା୪(ଡି.ଏନ୍‌.ଏ) : ଅନୁଗୋଳ ଜିଲା ବଅଁରପାଳର ବିଭିନ୍ନ ସ୍ଥାନରେ ସୋମବାର   ଫ୍ଲାଇଙ୍ଗ ସ୍କ୍ବାଡ ପକ୍ଷରୁ କଡ଼ାକଡ଼ି ଭାବେ ଯାଞ୍ଚ ଚାଲିଛି। ୫୫ନଂ ଜାତୀୟ ରାଜପଥ ପାର୍ଶ୍ୱରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏହି ଯାଞ୍ଚ କରାଯାଇଥିଲା। କାର ବାଇକ୍‌ ଅଟକାଇ ପୋଲିସ ଓ ସ୍କ୍ବାଡ ମିଶି ଯାଞ୍ଚ କରୁଛନ୍ତି। ମାଜିଷ୍ଟ୍ରେଟ୍‌ ହେମନ୍ତ ପଢ଼ିଆରୀଙ୍କ ଉପସ୍ଥିତିରେ ଏହି ଯାଞ୍ଚ କରାଯାଉଛି।