Categories: ଜାତୀୟ

ଫ୍ରାନ୍ସ୍‌-ସୌଦି-ବାହାରିନ୍‌ ଗସ୍ତରେ ମୋଦି: ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ

ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଫ୍ରାନ୍ସ୍‌-ସୌଦି-ବାହାରିନ୍‌ ଗସ୍ତରେ ଯାଇଛନ୍ତି। ସେ ପ୍ରଥମେ ଫ୍ରାନ୍ସ ଗସ୍ତ କରିବେ। ଏହା ପରେ ସୌଦି ଏବଂ ବାହାରିନ୍‌ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି କୁହାଯାଉଛି। ମୋଦି ଅଗଷ୍ଟ ୨୬ ପର୍ଯ୍ୟନ୍ତ ବିଦେଶ ଗସ୍ତରେ ରହିବେ। ଅଗଷ୍ଟ ୨୨-୨୩ରେ ଫ୍ରାନ୍ସ୍‌ ଗସ୍ତ କରିବା ପରେ ୨୩-୨୪ରେ ସୌଦି ଏବଂ ୨୪-୨୫ ବାହାରିନ୍‌ ଗସ୍ତରେ ଯିବେ। ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ସେ ପୁଣି ଫ୍ରାନ୍ସ୍‌ ଫେରିବେ। ସେଠାରେ ଅଗଷ୍ଟ ୨୫-୨୬ରେ ସମ୍ମିଳନୀରେ ଯୋଗଦେଇ ସ୍ବଦେଶ ଫେରିବେ।

Share