ଫେରିଲେ ୧୪୬୪ ପ୍ରବାସୀ

ଖୋର୍ଦ୍ଧା ଅଫିସ, ୨୪।୫: କୋଇମ୍ବାଟୁରରୁ ଆସିଥିବା ସତନ୍ତ୍ର ଶ୍ରମିକ ଟ୍ରେନ ରବିବାର ଭୋର ସମୟରେ ଖୋର୍ଦ୍ଧା ରୋଡ ରେଳ ଷ୍ଟେଶନରେ ପହଁଞ୍ଚିଛି। ଏହି ଟ୍ରେନରେ ୧୪୬୪ ପ୍ରବାସୀ ଓଡିଆ ଏବଂ ୪୮ ଜଣ ଛତିଶଗଡ ପ୍ରବାସୀ ଫେରିଛନ୍ତି। ପ୍ରବାସୀଓଡିଆଙ୍କ ମଧ୍ୟରେ କଟକର ୨୯, ଗଞ୍ଜାମର ୩୪୪,ଜଗତସିଂହପୁରର ୮୪,କେନ୍ଦ୍ରାପଡାର ୨୮,ଖୋର୍ଦ୍ଧାର ୩୪, ପୁରୀର ୪୧, ଅନୁଗୁଳର ୧୬, ବାଲେଶ୍ବରର ୫୨, ବରଗଡ଼ର ୧୦, ଭଦ୍ରକର ୪୦, ବଲାଙ୍ଗୀରର ୪୧,ବୌଦ୍ଧ ୨୫, ଦେଓଗଡର ୧, ଢେଙ୍କାନାଳର ୧୭, ଗଜପତିର ୧୪, ଯାଜପୁରର ୪୦,ଝାରସୁଗୁଡାର ୫୪, କଳାହାଣ୍ଡିର ୨୧, କନ୍ଧମାଳର ୭୧, କୋରାପୁଟର ୨୬,ମାଲକାନଗିରି ୪,ମୟୂରଭଞ୍ଜ ୨୩୫,ନବରଙ୍ଗପୁର ୬,ନୟାଗଡ ୩୦,ନୂଆପଡା ୬,ରାୟଗଡା ୧୬, ସମ୍ବଲପୁରର ୧୩, ସୁବର୍ଣ୍ଣପୁରର ୩୨ ଏବଂ ସୁନ୍ଦରଗଡର ୧୩୪ ଜଣ ରହିଛନ୍ତି। ଷ୍ଟେଶନରେ ଏମାନଙ୍କ ଥର୍ମାଲ ସ୍କ୍ରିନିଂ, ପଞ୍ଜୀକରଣ, ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଡାହାଣ ହାତରେ ଷ୍ଟାମ୍ପ ମରାଯାଇ ସ୍ବତନ୍ତ୍ର ବସ ଯୋଗେ ନିଜ ଜିଲାକୁ ପଠାଇ ଦିଆଯାଇଥିବା ବେଳେ ଛତିଶଗଡ ପ୍ରବାସୀଙ୍କୁ ପ୍ରାଣନାଥ କଲେଜକୁ ପଠାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପ୍ରବାସୀ ମାନେ ଷ୍ଟେଶନରେ ଓହ୍ଲାଇବା ବେଳେ ଜିଲା ପ୍ରଶାସନିକ ଅଧିକାରୀ,ରେଳବାଇ କତ୍ତୃପକ୍ଷ, ଜିଆର୍‌ପି, ଆର୍‌ପିଏଫ୍‌ ଏବଂ ସ୍ଥାନୀୟ ପୋଲିସ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ଜିଲାରୁ ଆସିଥିବା ସ୍ବେଚ୍ଛାସେବୀମାନେ ସେମାନଙ୍କ ଜିଲାର ପ୍ରବାସୀ ଓଡିଆଙ୍କ ପଞ୍ଜୀକରଣ କରିଥିଲେ। ପରେ ସେମାନଙ୍କୁ ଜିଲାରୁ ଆସିଥିବା ସ୍ବତନ୍ତ୍ର ବସ ଯୋଗେ ନିଜ ଜିଲାକୁ ନେଇ ଫେରିଛନ୍ତି।