ଫେରାର ଅଭିଯୁକ୍ତ ଗିରଫ

ଡେରାବିଶ, ୨୭।୧୦ (ସ୍ବ.ପ୍ର.): ୪ ଚକିଆ ଯାନ ଓ ଟ୍ରକ ଚୋରିରେ ମାମଲାରେ ସମ୍ପୃକ୍ତ ଜଣେ ଫେରାର ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ସେହି ଥାନା ଅଧୀନ ଡେରାବିଶ ବ୍ଲକ ଅଳବାଙ୍କ ଗ୍ରାମର ଅଞ୍ଜନ ମଲ୍ଲିକ (୩୨)। ଅଞ୍ଜନ ସଦର ଥାନା ସମେତ ଡେରାବିଶ, ଯାଜପୁର ଜିଲାର ବାଲିଚନ୍ଦ୍ରପୁର ଓ ବଡ଼ଚଣା ଥାନା, କଟକ ଜିଲାର ଟାଙ୍ଗୀ, ଚୌଦ୍ୱାର, ସାଲେପୁର ଓ ମାହାଙ୍ଗା ଥାନା ଅଞ୍ଚଳରେ ୪୦ରୁ ଊର୍ଦ୍ଧ୍ୱ ଟ୍ରକ ଚୋରି ଘଟଣାରେ ସମ୍ପୃକ୍ତ ଅଛନ୍ତି। ହେଲେ ଦୀର୍ଘ ବର୍ଷ ଧରି ସେ ଫେରାର ଥିବାରୁ ପୋଲିସ ତାଙ୍କୁ ଗିରଫ କରିପାରି ନ ଥିଲା। ତେବେ ରବିବାର ମଧ୍ୟାହ୍ନରେ ନିଜ ଗ୍ରାମ ପୋଖରୀରେ ଗାଧୋଉଥିବା ବେଳେ କୌଣସି ସୂତ୍ରରୁ ଖବରପାଇ ଥାନାଧିକାରୀ ପ୍ରମୋଦ କୁମାର ମଲ୍ଲିକ ଓ ଏଏସ୍‌ଆଇ ସୁଦର୍ଶନ ସାମଲଙ୍କ ନେତୃତ୍ୱରେ ଏକ ଟିମ୍‌ ସେଠାରେ ପହଞ୍ଚତ୍ ଅଞ୍ଜନଙ୍କୁ ଗିରଫ କରିଥିଲେ ଥାନାଧିକାରୀ ସୂଚନା ଦେଇଛନ୍ତି।