Categories: ବାଣିଜ୍ୟ

ଫେମା ଆଇନ ଉଲ୍ଲଂଘନ ଅଭିଯୋଗ;ନରେଶ ଗୋୟଲଙ୍କୁ ଇଡିର ଜେରା

ନୂଆଦିଲ୍ଲୀ,୭-୯: ବୈଦେଶିକ ବିନିମୟ ପରିଚାଳନା(ଫେମା) ଆଇନ ଉଲ୍ଲଂଘନ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ବନ୍ଦ ହୋଇଯାଇଥିବା ଏୟାରଲାଇନ୍‌ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌ର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଜେରା କରିଛି। ଇଡିର ମୁମ୍ବାଇ ମୁଖ୍ୟାଳୟରେ ଏହି ଜେରା କରାଯାଇଛି। ଏଥିପୂର୍ବରୁ ଇଡି ପକ୍ଷରୁ ଗୋୟଲ ଓ ତାଙ୍କ ସହଯୋଗୀଙ୍କ ସହ ଜଡ଼ିତ ୧୦ ସ୍ଥାନରେ ଚଢ଼ାଇ କରାଯାଇଥିଲା। ଫେମା ଆଇନ ଉଲ୍ଲଂଘନ ମାମଲାରେ ଗୋୟଲଙ୍କୁ ପ୍ରଥମଥର ଇଡି ଜେରା କରିଛି। ସୂଚନାଥାଉ କି, ଗୋୟଲ ଦେଶ ତଥା ବିଦେଶରେ ନିଜର ଏକାଧିକ କମ୍ପାନୀ ପ୍ରତିଷ୍ଠା କରି ଟିକସ ଫାଙ୍କିବା ଲାଗି ଅନେକ ଯୋଜନା ପ୍ରସ୍ତୁତ କରିଥିଲେ ବୋଲି ଇଡି ପକ୍ଷରୁ ପୂର୍ବରୁ ଅଭିଯୋଗ କରାଯାଇଛି। ଏହି ଯୋଜନା ମାଧ୍ୟମରେ ସଞ୍ଚତ୍ତ ଅର୍ଥକୁ ସେ ବିଦେଶକୁ ସ୍ଥାନାନ୍ତର କରିଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ତେବେ କେତେ ମାତ୍ରାରେ ଅର୍ଥ ବିଦେଶକୁ ଯାଇଛି ତାହା ଇଡି ସ୍ପଷ୍ଟ କରିନାହିଁ। ତେବେ ଗୋୟଲ ବହୁ ବିଲିୟନ ଡଲାର ବିଦେଶକୁ ସ୍ଥାନାନ୍ତର କରିଛନ୍ତି ବୋଲି ମନେ କରାଯାଉଛି। ଚଢ଼ାଉ ବେଳେ ବେଆଇନ କାରବାର ସମ୍ପର୍କିତ ବହୁ କାଗଜପତ୍ର ଧରାପଡିଛି ବୋଲି ଇଡି କହିସାରିଛି।

Share