Categories: ମେଟ୍ରୋ

ଫେବୃୟାରୀ ୮ରୁ ଓଡ଼ିଆ ଚଳଚ୍ଚିତ୍ର ଓ ଦୂରଦର୍ଶନ ସମ୍ମାନ

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ‘ୱିନିଙ୍ଗ୍‌ ସ୍ପୋର୍ଟିଙ୍ଗ’ ଆନୁକୂଲ୍ୟରେ ୧୫ତମ ଓଡ଼ିଆ ଚଳଚ୍ଚିତ୍ର ଓ ଦୂରଦର୍ଶନ ସମ୍ମାନ ‘ଶୋ ଟାଇମ୍‌-୨୦୨୦’ ଆସନ୍ତା ଫେବୃୟାରୀ ୮ ଓ ୯ରେ ପୁରୀ ବେଳାଭୂମିରେ ଆୟୋଜିତ ହେବ। ଏଥିରେ ଓଡ଼ିଆ ଫିଲ୍ମର ବିଭିନ୍ନ ବିଭାଗରେ ମୋଟ ୬୦ ପୁରସ୍କାର ପ୍ରଦାନ କରାଯିବ। ପ୍ରମୁଖ ଅବଦାନ ଲାଗି ମିହିର ଦାସଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ଏବଂ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ସିନେମା ଗୌରବ ସମ୍ମାନ ପ୍ରଦାନ କରାଯିବ। ଶ୍ରୀକ୍ଷେତ୍ରରୁ ୪ କଳାକାରଙ୍କୁ ସମ୍ମାନିତ କରାଯିବ। ମହୋତ୍ସବରେ ମଡର୍ନ ଡ୍ୟାନ୍ସ, ଫ୍ୟାଶନ୍‌ ଶୋ’ ଓ ସଙ୍ଗୀତ କାର୍ଯ୍ୟକ୍ରମ ଆଦି କରାଯିବ। ଅତିଥିଭାବେ ଏମ୍‌ପି ପିନାକୀ ମିଶ୍ର, ଅନୁଭବ ମହାନ୍ତି, ଅମର ପଟ୍ଟନାୟକ, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରବିବାର ଭୁବନେଶ୍ୱର ପାନ୍ଥନିବାସଠାରେ ଅନୁଷ୍ଠାନର ସମ୍ପାଦକ ନବକିଶୋର ପ୍ରଧାନ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, କେଦାର ମିଶ୍ର, ଭଗବାନ ବେହେରା, ଗ୍ଲୋରୀଫେଷ୍ଟ ସମ୍ପାଦକ ରାଜେଶ ମହାନ୍ତି, ନାରାୟଣ ମହାସୁଆର ପ୍ରମୁଖ ସୂଚନା ଦେଇଛନ୍ତି।