Categories: ଖେଳ

ଫେଡରର ତୃତୀୟ ରାଉଣ୍ଡରେ

ଲଣ୍ଡନ, ୫ା୭ (ଏଏଫ୍‌ପି)-ରୋଜର ଫେଡରର ଓ୍ବିମ୍ବେଲଡନ ଓପନ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛି। ଦ୍ୱିତୀୟ ରାଉଣ୍ଡରେ ସେ ୬-୧, ୭-୬ (୭/୩), ୬-୨ ସେଟ୍‌ରେ ବ୍ରିଟିଶ ଓ୍ବାଇଲ୍ଡ କାର୍ଡ ଜେ କ୍ଲାର୍କଙ୍କୁ ହରାଇ ଦେଇଛନ୍ତି। ଏଥରକୁ ମିଶାଇ ଏଠାରେ ସେ ୧୭ତମ ଥର ତୃତୀୟ ରାଉଣ୍ଡକୁ ଉନ୍ନୀତ ହୋଇ ପାରିଛନ୍ତି। ଏହାଦ୍ୱାରା ସେ ଜିମ୍ମି କନ୍ନର୍ସଙ୍କ ରେକର୍ଡ ସମକକ୍ଷ ହୋଇ ପାରିଛନ୍ତି। ୮ଥର ଓ୍ବିମ୍ବେଲଡନ ଚାମ୍ପିୟନ ତାଙ୍କ ୨୧ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଅଭିଯାନରେ ଅଛନ୍ତି। ୩୭ ବର୍ଷୀୟ ଫେଡରର ବର୍ତ୍ତମାନ ୨୭ତମ ସିଡ୍‌ ଲୁକାସ ପୋଲି କିମ୍ବା କ୍ୱାଲିଫାୟର ଗ୍ରେଗୋରି ବାରେରେଙ୍କୁ ଭେଟିବେ।

Share