ଫୁଲବାଣୀ ଟାଉନ ପ୍ଲାନିଂ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ

ଫୁଲବାଣୀ ଅଫିସ, ୨୬।୧-ଫୁଳବାଣୀ ସହର ଉନ୍ନତୀକରଣ ହେବ। ପୁରୁଣାକାଳିଆ ସହରକୁ ନୂତନ ରୁପ ଦିଆଯିବ। ସହରର ରୁପରେଖ ସମ୍ପୂର୍ଣ ବଦଳିବ। ଆସନ୍ତା ୨୦ ବର୍ଷର ଜନସଂଖ୍ୟ ବୃଦ୍ଧିକୁ ଆକଳନ କରି ୨୦୪୦ରେ ଫୁଲବାଣୀ ସହରର ରୁପରେଖ ପାଇଁ ମାଷ୍ଟର ପ୍ଲାନ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ବୋଲି ଶନିବାର ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଟାଉନ ପ୍ଲାନିଂ ବୈଠକରେ ସୂଚନା ଦିଆଯାଇଛି।
ଟାଉନ ପ୍ଲାନିଂ ମାଷ୍ଟର ପ୍ଲାନ ପ୍ରସ୍ତୁତି ଜିଲାରେ ୨୦୧୮ ମେ’ରୁ ଆରମ୍ଭ ହୋଇଛି। ଭୁବନେଶ୍ୱର ଟାଉନ ପ୍ଲାନିଂ ନିର୍ଦ୍ଦେଶାଳୟ ହରିୟାଣା ଗୁରୁଗାଓଁର ଫିଡ୍‌ବ୍ୟାକ ଇନ୍‌ଫ୍ରା ପ୍ରାଇଭେଟ ଲିମିଟେଡକୁ ଏହି ଯୋଜନା ପାଇଁ ଅନୁବନ୍ଧିତ କରିଛି। ପ୍ରଥମ ପଦକ୍ଷେପ ସ୍ବରୁପ ଫୁଲବାଣୀ ଟାଉନକୁ ସମ୍ପ୍ରସାରଣ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି। ପୌର ପରିଷଦ ସମେତ ଆଖପାଖ ୧୪ଟି ଗ୍ରାମକୁ ନେଇ ମୋଟ ୨୪ଟି ରାଜସ୍ବ ଗ୍ରାମକୁ ସହରରେ ମିଶାଯିବ। ସହରର ଚାରି ପାଖରେ ନୂତନ ରିଂରୋଡ ନିର୍ମାଣ ହେବ। ଫୁଳବାଣୀରୁ-ଭୁବନେଶ୍ୱର ରାସ୍ତା ମୂଳଗୁଦାରୀଠାରେ ନୂତନ ଶିଳ୍ପାଞ୍ଚଳ, ସହର ଦେଇ ଯାଇଥିବା ସାଲୁଙ୍କୀ ନଦୀ ସମ୍ମୁଖ ସୌନ୍ଦର୍ଯ୍ୟକରଣ, ଏୟାରଷ୍ଟ୍ରିପକୁ ସମ୍ପ୍ରସାରଣ, ନୂତନ ବସ୍‌ ଟର୍ମିନାଲ ଆଦି କରାଯିବାକୁ ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଛି। ୨୦୪୦ରେ ସହରରେ ଲୋକ ସଂଖ୍ୟା ପ୍ରାୟ ୯୭ ହଜାର ୫୫୫ ଜଣଙ୍କୁ ଆଖି ଆଗରେ ରଖି ସହରର ଭିତିଭୂମିର ବିକାଶ କରାଯିବା ସହ ସପିଂ ମଲ, ନର୍ସିଂ ହୋମ, ଶିକ୍ଷାନୁଷ୍ଠାନ ଆଦି ହେବାକୁ ଲକ୍ଷ୍ୟ ରଖାଯାଇଥିବା ଫୁଲବାଣୀ ସ୍ବତନ୍ତ୍ର ଯୋଜନା କର୍ତ୍ତୃପକ୍ଷ କାର୍ତ୍ତିକ ଚନ୍ଦ୍ର ମିଶ୍ର ପ୍ରକାଶ କରିଛନ୍ତି। ଆମର ଟାଉନ ପ୍ଲାନିଂ କାର୍ଯ୍ୟ ୨୦୧୮ ମେ’ରୁ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୬ଟି ପର୍ଯ୍ୟାୟ କାର୍ଯ୍ୟ ଶେଷ ହେଲାଣି। ୭ମ ଅବା ଶେଷ ପର୍ଯ୍ୟାୟ କାର୍ଯ୍ୟ ବାକି ରହିଛି। ଖୁବ୍‌ଶୀଘ୍ର ଏହା ଶେଷ ହୋଇ ଗେଜେଟ ନୋଟିଫିକେସନ ବାହାରିବ। ସହର ସମ୍ପ୍ରସାରଣ ପାଇଁ ନିଆ ଯାଉଥବା ସ୍ଥାନ ସମ୍ପର୍କରେ ଯଦି କାହାର ଆପତ୍ତି ଅଭିଯୋଗ ଥିବ ସେମାନେ ନୋଟିଫିକେସନ ବାହାରି ସାରିଲା ପରେ ଅପିଲ କରି ପାରିବେ। ଏସବୁ କାର୍ଯ୍ୟ ଶେଷ ହେଲା ପରେ ମାଷ୍ଟର ପ୍ଲାନ କାର୍ଯ୍ୟ ଆରମ୍ଭ ହେବ ବୋଲି ଫିଡ୍‌ବ୍ୟାକ ଇନଫ୍ରା ପ୍ରାଇଭେଟ ଲିମିଟେଡର ବରିଷ୍ଠ ପରିଚାଳକ ସତ୍ୟଜିତ୍‌ ରଏ ଗୁପ୍ତା, ସହକାରୀ ପରିଚାଳକ ବିଜୟ ମହାନ୍ତି ପ୍ରକାଶ କରିଛନ୍ତି। ଅନୁଷ୍ଠିତ ବୈଠକରେ ଜିଲାପାଳ ଡା.ବୃନ୍ଦା ଡି, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ: ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଗର୍ଭବତୀଙ୍କ ଅକାଳ ମୃତ୍ୟୁ ଅଭିଯୋଗ

ଦାରିଙ୍ଗବାଡି, ୩।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଗର୍ଭବତୀଙ୍କ ଗୁରୁବାର ଅପରାହ୍ନରେ ଅକାଳରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରାସ୍ତା…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୪(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri