ଫୁଲବାଣୀରେ ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି

ଫୁଲବାଣୀ ଅଫିସ,୩୧ା୧- ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ସଞ୍ଜୁ ପଣ୍ଡା ୩ ଦିନିଆ କନ୍ଧମାଳ ଗସ୍ତରେ ଆସି ଗୁରୁବାର ଫୁଲବାଣୀରେ ପହଞ୍ଚତ୍ଛନ୍ତି। ଅପରାହ୍ନ ପ୍ରାୟ ୧ଟାବେଳେ ଫୁଲବାଣୀ ସର୍କିଟ୍‌ ହାଉସ୍‌ରେ ପହଞ୍ଚତ୍ବାପରେ ସେଠାରେ ଜିଲାପାଳ ଡା. ବୃନ୍ଦା ଡି, ଏସ୍‌ପି ପ୍ରତୀକ ସିଂ, ଜିଲା କୋର୍ଟର ସମସ୍ତ ଜଜ୍‌ଙ୍କ ସମେତ ବାର ଆସୋସିଏଶନ ସଦସ୍ୟମାନେ ସ୍ବାଗତ କରିଥିଲେ। ଜଷ୍ଟିସ୍‌ ପଣ୍ଡା କିଛିସମୟ ସର୍କିଟ୍‌ ହାଉସରେ ବିଶ୍ରାମ ନେବାପରେ ଦାରିଙ୍ଗିବାଡି ଯାଇଛନ୍ତି। ସେ କନ୍ଧମାଳ ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।