ଅନୁଗୋଳ ଅଫିସ, ୨୮।୨ – ଫିଟ୍ ରହିବା ବା ସୁନ୍ଦର ସ୍ବାସ୍ଥ୍ୟ ପ୍ରତି ଏବେକାର ଯୁବିପିଢ଼ି ବେଶ୍ ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଜିମ୍ ଯିବାକୁ ସେମାନଙ୍କ ମଧ୍ୟରେ ଅଧିକରୁ ଅଧିକ ଆଗ୍ରହ ପ୍ରକାଶ ପାଉଛି। କେବଳ ଯୁବପିଢ଼ି ନୁହନ୍ତି, ଅନେକେ ବୟସ୍କ ବି ଜିମ୍କୁ ପସନ୍ଦ କରୁଥିବା ବେଳେ କେହି କେହି ମୋଟାପଣ କମାଇବାକୁ ଜିମ୍କୁ ବାଛୁଛନ୍ତି। ତେଣୁ ଚାହିଦାକୁ ନଜରରେ ରଖି ବିଭିନ୍ନ ସହରରେ ମାଳ ମାଳ ଜିମ୍ ଖୋଲାଯାଉଛି। ଅନୁଗୋଳ ସହରରେ ମଧ୍ୟ ବହୁ ସଂଖ୍ୟକ ଜିମ୍ ରହିଛି। ତେବେ କେତେକ ଜିମ୍ର ଫୁଡ୍ ସପ୍ଲିମେଣ୍ଟକୁ ନେଇ ଏବେ ଯୁବପିଢ଼ିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେମାନେ ଜିମ୍ ମାଲିକମାନଙ୍କୁ ଏ ନେଇ ଅଭିଯୋଗ କରୁ ନ ଥିଲେ ମଧ୍ୟ ବାହାରେ ଅସନ୍ତୋଷ ଝାଡ଼ୁଥିବା ସହରରେ ଚର୍ଚ୍ଚାର ବିଷୟ ହୋଇଛି।
ଯାହା ଶୁଣିବାକୁ ମିଳୁଛି, ଅନୁଗୋଳ ସହରରେ ଥିବା ବହୁ ଜିମ୍ ମଧ୍ୟରୁ ୨/୩ଟି ଜିମ୍ରେ ଯେଉଁଭଳି ମନଇଚ୍ଛା ଭାବେ ଲୋକଙ୍କୁ ଫୁଡ୍ ସପ୍ଲିମେଣ୍ଟ ଦିଆଯାଉଛି ତାହା ଅନେକାଂଶରେ କ୍ଷତିକାରକ। ଘୋଡ଼ା ପାଇଁ ବ୍ୟବହାର ହେଉଥିବା ଏକ ଔଷଧକୁ ଜିମ୍ରେ ମଣିଷଙ୍କୁ ଦିଆଯାଉଛି। ଆଉ ଏଠାକୁ ଆସୁଥିବା ବହୁ ଲୋକ କିଛି ନ ଜାଣି ନ ଶୁଣି ତାହାକୁ ଗ୍ରହଣ କରୁଛନ୍ତି। ବର୍ଷ ବର୍ଷ ଧରି ଏମିତି ବିନା ପଞ୍ଜୀକରଣରେ ଚାଲିଥିବା କେତୋଟି ଜିମ୍ରେ ଏହି କ୍ଷତିକାରକ ଔଷଧ କାରବାର ହେଉଛି। ଫଳରେ ଖୁବ୍ କମ୍ ଦିନ ଭିତରେ ଓଜନ କମେଇବା ଓ ବଢ଼େଇବା ପାଇଁ ଏସବୁକୁ ଖାଉଥିବା ବ୍ୟକ୍ତିମାନେ ସାମୟିକ ଭାବେ ଲକ୍ଷ୍ୟ ପୂରଣ କରୁଥିଲେ ବି ତାହା ଯେ ସେମାନଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି ତାହା ଜାଣିପାରୁ ନାହନ୍ତି। ଉ
Posted inଅନୁଗୋଳ, ଆମ ଜିଲା ଖବର View All
ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍ରେ ବ୍ରହ୍ମପୁର ବିଜୟୀ
ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...
ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା
ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...
ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ
ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...
ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ
ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...
ପୃଥକ ଦୁର୍ଘଟଣା: ଅଟୋ-ବାଇକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍
ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...
ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ
ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...
ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ
ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...
ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍ପି
ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...
Archives


