Posted inଖେଳ

ଫୁଟ୍‌ବଲ ଖେଳାଳିଙ୍କ ମଧ୍ୟରେ ଅବସାଦ ବଢ଼ୁଛି

ପ୍ୟାରିସ, ୨୩ା୪ (ଏଏଫ୍‌ପି)-କରୋନାଭାଇରସ୍‌ ମହାମାରୀ ଯୋଗୁ ବର୍ତ୍ତମାନ ଖେଳକୁ ସ୍ଥଗିତ ରଖାଯାଇଥିବାରୁ ପ୍ରଫେସନାଲ କେତେଜଣ ଫୁଟ୍‌ବଲ ଖେଳାଳିଙ୍କ ମାନସିକ ଅବସାଦ ଅବା ଚିନ୍ତାଗ୍ରସ୍ତରେ ରହୁଛନ୍ତି। ଏହି ସଂଖ୍ୟା କ୍ରମେ ବୃଦ୍ଧି ପାଇବାରେ ଲାଗିଛି। ଗ୍ଲୋବାଲ ପ୍ଲେୟର୍ସ ୟୁନିୟନ ‘ଫିଫ୍‌୍‌ ପ୍ରୋ’ ପକ୍ଷରୁ ସୋମବାର ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ ଏହା ଦର୍ଶାଯାଇଛି। ଇଂଲଣ୍ଡ, ସ୍କଟଲାଣ୍ଡ, ଫ୍ରାନ୍ସ, ଅଷ୍ଟ୍ରେଲିଆ ସମେତ ୧୬ଟି ଦେଶର ୧,୬୦୨ ଖେଳାଳିଙ୍କୁ ନେଇ ଫିଫ୍‌ ପ୍ରୋ ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ତନ୍ମଧ୍ୟରେ ୪୬୮ ମହିଳା ଖେଳାଳି ଅନ୍ତର୍ଭୁକ୍ତ। ୧୩ ପ୍ରତିଶତ ପୁରୁଷ ଏବଂ ୨୨ପ୍ରତିଶତ ମହିଳା ଖେଳାଳିଙ୍କ ନିକଟରେ ମାନସିକ ବିଷାଦ ଲକ୍ଷଣ ଦେଖାଦେଇଛି। ପ୍ରତି ୫ଜଣରେ ଜଣେ ପୁରୁଷ ଓ ମହିଳା ଖେଳାଳି ଚିନ୍ତାଗ୍ରସ୍ତ ରହୁଛନ୍ତି। ଫୁଟ୍‌ବଲରେ ଆକସ୍ମିକ ଯୁବ ଓ ମହିଳା ଖେଳାଳିଙ୍କୁ ସେସେିଆଲ ଆଇସୋଲେଶନ ସହିତ ଖାପ ଖୁଆଇବାକୁ ପଡ଼ିଲା। ସେମାନଙ୍କ ଜୀବନ ଶୈଳି ସ୍ଥିର ହୋଇ ଗଲା। ନିଜର ଭବିଷ୍ୟତକୁ ନେଇ ସେମାନେ ସନ୍ଦିହାନୀ ହୋଇପଡ଼ିଛନ୍ତି। କୋଭିଡ୍‌-୧୯ ବ୍ୟାପିବା ରୋକିବାକୁ ଯାଇ ବହୁ ଦେଶ ଲକ୍‌ଡାଉନ୍‌କୁ କଡ଼ାକଡ଼ି ଭାବେ କାର୍ଯ୍ୟକରୁଛନ୍ତି। ବହୁ ସଂଖ୍ୟାରେ ପ୍ରଫେସନାଲ ଫୁଟ୍‌ବଲର ସେମାନଙ୍କ ପରିବାର ଛାଡ଼ି ବିଦେଶରେ ଅଟକିଯାଇଛନ୍ତି। ଅଳ୍ପ ଦିନିଆ ଚୁକ୍ତି କରିଥିବା ଖେଳାଳି ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ଫିଫ୍‌ପ୍ରୋ ତରଫରୁ ଡିସେମ୍ବର ଓ ଜାନୁୟାରୀରେ ଏକ ସର୍ଭେ କରାଯାଇଥିଲା। ସେତେବେଳେ କେବଳ ୩୦୭ ଖେଳାଳିଙ୍କୁ ନେଇ ଏହା କରାଯାଇଥିଲା। ସେତେବେଳେ ଅବସାଦଗ୍ରସ୍ତ ଥିବା ମହିଳା ଖେଳାଳିଙ୍କ ମାତ୍ରା ୧୧ ପ୍ରତିଶତ ଥିବାବେଳେ ପୁରୁଷଙ୍କ ମାତ୍ରା ୬ ପ୍ରତିଶତ ରହିଥିଲା ବୋଲି ଫିଫ୍‌ପ୍ରୋ’ର ସାଧାରଣ ସଂପାଦକ ଜୋନାସ ବେଅର୍‌ ହଫ୍‌ମ୍ୟାନ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ୟୁରୋପର ଲିଗ୍‌ଗୁଡ଼ିକର କେବେ ପୁନଃଆରମ୍ଭ ହେବ ସେଇ ସେ ନେଇ ଫେଡେରେଶନ ଏବଂ ଗଭର୍ନିଂବଡିଗୁଡ଼ିକ ମଧ୍ୟରେ ଆଲୋଚନା ଜାରି ରହିଛି। ଏପରିକି ମ୍ୟାଚ ରୁଦ୍ଧଦ୍ୱାରରେ କରିବା କଥା ମଧ୍ୟ ଚିନ୍ତା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri