ଫୁଟପାତ ଉପରେ ଚଢ଼ିଗଲା ଟ୍ରକ: ୪ ମୃତ, ୩ ଆହତ

ସମ୍ବଲପୁର, ୨୧।୧(ବ୍ୟୁରୋ)- ସମ୍ବଲପୁର ଜିଲା ଶାସନ ଥାନା ପରମାଣପୁରରେ ମଙ୍ଗଳବାର ଭୋରୁ ଏକ ଅଭାବନୀୟ ଘଟଣା ଘଟିଛି। ଧନୁଯାତ୍ରା ପାଇଁ ଖୋଲିଥିବା ଫୁଟପାତରେ ଏକ କୋଇଲା ବୋଝେଇ ଟ୍ରକ ଚଢ଼ିଯିବାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ମହମ୍ମଦ ସାହିଦ, ମହମ୍ମଦ ସାହିବ, ମହମ୍ମଦ ୱାକର୍‌, ମହମ୍ମଦ ୟାନିସ୍‌ ବୋଲି ଜଣାପଡିଛି। ଶାସନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିବା ସହ ଆହତମାନଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ସଂକଟାପନ୍ନ ରହିଛି। ପୋଲିସ ଏ ନେଇ ମାମଲା ରୁଜୁ କରି ତଦନ୍ତ ଚଳାଇଛି।