Posted inଫୁରସତ

ଫୁକା ଗାଁର କୃଷିଯନ୍ତ୍ର କାରିଗର

ଏକ ନିପଟ ଆଦିବାସୀ ଅଧ୍ୟୁଷିତ ଗାଁର ଜଣେ ଯୁବକ। ଇଞ୍ଜିନିୟରିଂ ପାଠ ପଢ଼ିନାହାନ୍ତି, ମାତ୍ର ନିଆରା କୃଷିଯନ୍ତ୍ର ତିଆରି କରିଛନ୍ତି । ଏହି ଯନ୍ତ୍ରକୁ ଚାଷକାମରେ ଲଗାଇ ସଫଳ ହୋଇପାରିଥିବାରୁ ଅନ୍ୟଚାଷୀମାନେ ତାଙ୍କଠାରୁ ସେହି ଯନ୍ତ୍ରକୁ କିଣି ବେଶ୍‌ ଉପକୃତ ହୋଇପାରୁଛନ୍ତି।

ଜିଲା ଆର.ଉଦୟଗିରି ବ୍ଲକ ସୁବଲଡ଼ା ଗ୍ରାମପଞ୍ଚାୟତର ଏକ ଆଦିବାସୀ ଗାଁର ନାମ ହେଲା ଫୁକା। ଏହି ଗ୍ରାମର ପ୍ରାୟ ୭୦ଟି ପରିବାର ସଉରା ସମ୍ପ୍ରଦାୟର। ଅନ୍ୟ ୨ଟି ପରିବାର ଗୌଡ଼ ସମ୍ପ୍ରଦାୟର। ଗାଁର ଜନସଂଖ୍ୟା ପ୍ରାୟ ୪୫୦ ହେବ। ଏଠାକାର ଲୋକଙ୍କ ମୁଖ୍ୟଜୀବିକା ଚାଷ। କେତେକେ ଜଙ୍ଗଲ ଉପରେ ମଧ୍ୟ ନିର୍ଭରଶୀଳ। ତେବେ ଏହି ଗାଁର ମାଧବ ବେହେରା । ପିତା ମାଙ୍କୁ ବେହେରା,ମା ମାଳତି ବେହେରା।ଏକ କୃଷିଯନ୍ତ୍ର ତିଆରି କରି ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚିତ ହୋଇଛନ୍ତି। ଫୁକା ଗାଁଟି . ବରହମା ପାହାଡ଼ ତଳେ ଅବସ୍ଥିତ। ଏହି ଗାଁର ଚାଷୀଙ୍କ ଆଧୁନିକ ପ୍ରଣାଳୀରେ ଚାଷ ଅନେକଙ୍କ ପାଇଁ ସ୍ବପ୍ନ ହୋଇପଡ଼ିଥିଲା। ତେବେ ମାଧବଙ୍କ କୃଷିଯନ୍ତ୍ର ଏହାକୁ ସାକାର କରିପାରିଛି। ମାଧବ କୁହନ୍ତି-ସ୍ଥାନୀୟ ରାମଗିରି କଲେଜରୁ ଯୁକ୍ତ୨ ପାସ୍‌ କରିବା ପରେ ଚାଷ ପ୍ରତି ମନ ବଳାଇଲି। କିନ୍ତୁ କୃଷିକ୍ଷେତ୍ର ପାଇଁ ଶ୍ରମିକ ସମସ୍ୟା ଦେଖାଦେବାରୁ ଅନେକ ଚିନ୍ତା କରି ୨୦୧୦ମସିହାରୁ କେତେକ ଯନ୍ତ୍ର ବାହାର କରିଥିଲି। ଏହାଦ୍ୱାରା ମାଟି ଖୋସିବା, ଘାସ ବାଛିବାଠାରୁ ଆରମ୍ଭ କରି ସାର ପକାଇବା ଯାଏ କାର୍ଯ୍ୟ ହୋଇପାରିଲା। ଏହି ଯନ୍ତ୍ରକୁ ନିକଟସ୍ଥ କମାରଶାଳରେ ତିଆରି କରାଗଲା।ଏବେ ଏହି ଗୋଟିଏ ଯନ୍ତ୍ର ତିଆରି ପାଇଁ ପ୍ରାୟ ଗୋଟିଏ ଦିନ ଲାଗିବ। ଏଯାଏ ୩୦ଟି ଯନ୍ତ୍ର ବିକ୍ରି ହୋଇଛି । କେତେକ ବ୍ୟକ୍ତି ଏହି କୃଷିଯନ୍ତ୍ର ନେବାକୁ ଅଗ୍ରୀମ ବରାଦ ଦେଇଛନ୍ତି ।

ଗାଁରେ ଥିବା ପ୍ରାୟ ୫ ଏକର ଚାଷଜମିରେ ଏକ ଫାର୍ମ କରି ସେଥିରୁ ଭଲ ରୋଜଗାର କରିପାରୁଛି। ଏଥିଯୋଗୁ ଚାଷକାମ ସହଜରେ କରିପାରୁଛି। ଏଭଳି ଯନ୍ତ୍ରର କାଯର୍‌ୟକାରିତାକୁ ଦେଖି ଆଖପାଖର ଲୋକେ ଖୁବ୍‌ ପ୍ରଶଂସା କଲେ ଏବଂ ସେହି ଯନ୍ତ୍ରକୁ କିଣିବା ପାଇଁ ଆଗ୍ରହ ପ୍ରକାଶ କଲେ। ଫଳରେ ଏହି ଯନ୍ତ୍ର ବ୍ୟବସାୟ ବି ହୋଇପାରିଲା। ଏଥିଯୋଗୁ ଜଣେ ସଫଳ ଉଦ୍ୟୋଗୀ ହୋଇପାରିଲି। ନିଜ ନାଁ ମାଧବ ବେହେରାରୁ ଏମ.ବି. ଅଲରାଉଣ୍ଡର ନାମରେ ଯନ୍ତ୍ରପାତି ତିଆରି କରି ୫ହଜାର ଟଙ୍କାରେ ବିକ୍ରି କରି ପାରୁଛି। ଇଞ୍ଜିନିୟରିଂ ପାଠ ପଢି ନାହିଁ ମାତ୍ର ଜଣେ ସାଧାରଣ ଯୁବଚାଷୀଭାବେ ନିଆରା ପରିଚୟ ସୃଷ୍ଟି କରିପାରଛି। ଏବେ ନିଜ ଫାର୍ମରେ ବିଭିନ୍ନ ପନିପରିବା ଚାଷ କରିବା ସହିତ ଗୋଲମରିଚ , ସପେଟା, ଲିଚୁ, ପଣସ, କମଳା ଗଛ ଲଗାଇଛି। ଅଧିକ ଅମଳ ପାଇଁ ଫାର୍ମରେ ପ୍ରାୟ ୧୦ଟି ମହୁବାକ୍ସ ରଖିଛି। ଗୋଲାପ ଓ ଡ଼ାଲିଆ ଫୁଲଚାଷରୁ ବାର୍ଷିକ ପ୍ରାୟ ଲକ୍ଷାଧିକ ଟଙ୍କା ରୋଜଗାର ହୋଇପାରୁଛି। ଅନ୍ୟପକ୍ଷେ ମାଧବଙ୍କ ଭାଇ ରାମଚନ୍ଦ୍ର ମଧ୍ୟ ନିଜ ଫାର୍ମରେ ଗୋଲମରିଚ ଚାଷ କରିଛନ୍ତି। ଏହି ଗୋଲମରିଚ ଗଛଗୁଡ଼ିକ ଆମ୍ବ ଓ ପିଜୁଳି ଗଛମୂଳେ ଲଗାଯାଇଛି। ଏଥିରେ ସେ ବର୍ଷକୁ ପ୍ରାୟ ୫୦ହଜାର ଟଙ୍କା ରୋଜଗାର କରିପାରୁଛନ୍ତି। ପ୍ରଥମେ ସେ ୧୯୮୧ ମସିହାରେ କଟକରୁ ଗୋଟିଏ ଗୋଲମରିଚ ଚାରା ଆଣିଥିଲେ। ଏବେ ପ୍ରାୟ ୧ହଜାରଟି ଗଛ ହୋଇଛି। ମାଧବଙ୍କ ଉଦ୍ୟମ ଓ ସାଧନାର ସଫଳ କାହାଣୀ ଆଉ ତାଙ୍କ ଗାଁ ମଧ୍ୟରେ ସୀମିତ ହୋଇ ରହିନାହିଁ। ଏକାଧିକ ଗାଁକୁ ଏହି କାହାଣୀ ପ୍ରେରଣା ଦେଲା। ସ୍ଥାନୀୟ ଅଞ୍ଚଳର ଚାଷୀ ଏଥିଯୋଗୁ ସଫଳ ଚାଷୀ ହେବାର ସୌଭାଗ୍ୟ ହାସଲ କରିଛନ୍ତି। ଏହି ଗାଁର ରମେଶ ବେହେରା, ନଣ୍ଡା ରଇତ, ରଘୁ ବେହେରା, ରଘୁ ବଡ଼ମୁଣ୍ଡି, ବନମାଳୀ ବେହେରା ସମେତ ଏକାଧିକ ଚାଷୀ ଏହି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଏମାନଙ୍କୁ ସରକାରୀ ପ୍ରୋତ୍ସାହନ ମିଳି ନ ଥିଲେ ମଧ୍ୟ ଆଧୁନିକ ପ୍ରଣାଳୀରେ ମିଶ୍ରିତ ଚାଷକୁ ଆପଣେଇ ନିଜେ ସ୍ବାବଲମ୍ବୀ ହୋଇ ଗୁଜୁରାଣ ମେଣ୍ଟାଇ ପାରୁଛନ୍ତି। ତେବେ ଫୁକା ଗାଁର ଅଧିକାଂଶ ଚାଷୀ ଉଦ୍ୟାନ କ୍ଷେତକୁ ପସନ୍ଦ କରିଛନ୍ତି। କୃଷିର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ରହିଥିଲେ ମଧ୍ୟ ଏହି ଗାଁର ଚାଷୀମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ ମିଳିପାରିଲେ ଚାଷକ୍ଷେତ୍ରରେ ଫୁକା ଗାଁ ନିଆରା ପରିଚୟ ସୃଷ୍ଟି କରିପାରନ୍ତା।
-ବନବିହାରୀ ବେହେରା
ଫଟୋ- ବୃନ୍ଦାବନ ଗୌଡ଼


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri