ଫିଲ୍ମ ଅପେକ୍ଷା ରିଲେସନଶିପ୍‌କୁ ନେଇ ଚର୍ଚ୍ଚାରେ ରହୁଛନ୍ତି ଏହି ଯୋଡ଼ି

ଆଜିକାଲି ଆଲିଆ ଭଟ୍ଟ ଏବଂ ରଣବୀର କପୁର ଫିଲ୍ମ ଅପେକ୍ଷା ରିଲେସନଶିପ୍‌କୁ ନେଇ ବେଶୀ ଚର୍ଚ୍ଚାରେ ରହୁଛନ୍ତି। ଅନ୍ୟପଟେ କପୁର ଏବଂ ଭଟ୍ଟ ପରିବାର ମଧ୍ୟ ଉଭୟ ଉଭୟଙ୍କ ପାଇଁ ସେତିକି ନିକଟତର ହେଲେଣି। ରଣବୀରଙ୍କ ମାତା ନୀତୁ କପୁର ଆଲିଆଙ୍କୁ ବହୁ ପସନ୍ଦ କରନ୍ତି। ଏବେ ରଣବୀରଙ୍କ ଭାଇ ଏବଂ ଭଉଣୀ ମଧ୍ୟ ଆଲିଆଙ୍କୁ ନିଜର କରିନେଲେଣି। ଏବେ ଦିନେ ରଣବୀର ତାଙ୍କର ସମ୍ପର୍କୀୟଙ୍କ ସହିତ ଡିନର କରିବାକୁ ଯାଇଥିଲେ। ଆଲିଆ ମଧ୍ୟ ସାଥୀରେ ଥିଲେ। ପାର୍ଟିରେ କରିସ୍ମା କପୁର, ଅରମାନ୍‌ ଜୈନ୍‌ ଏବଂ ଆଦର ଜୈନ ବି ସାମିଲ ଥିଲେ। ଏହି ମୌକାରେ ଅରମାନ ତାଙ୍କ ଗାର୍ଲଫ୍ରେଣ୍ଡ ଅନୀଷା ମାଲହୋତ୍ରାଙ୍କ ସହିତ ପହଞ୍ଚଥିଲେ।

କରିସ୍ମା କପୁର ନିଜ ସମ୍ପର୍କୀୟଙ୍କ ସହ ଉଠାଇଥିବା ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରି କ୍ୟାପଶନ ଲେଖିଛନ୍ତି ‘କଜିନ୍‌ସ’। ଏଥିରେ ଆଉ ଗୋଟିଏ କ୍ୟାପଶନ ବି ଲେଖିଛନ୍ତି ସୈଫ ଏବଂ କରୀନାଙ୍କୁ ବହୁତ ମିସ୍‌ କରୁଛୁ। କହିରଖୁଛୁ, ଆଲିଆ ଏବଂ ରଣବୀରଙ୍କ ରିଲେସନଶିପ୍‌କୁ ବର୍ଷେ ପୂରିଗଲାଣି। କିଛିଦିନ ଧରି ପ୍ରେମସମ୍ପର୍କକୁ ଲୁଚେଇ ରଖିଥିଲେ ଦୁହେଁ। କିଛିଦିନ ତଳେ ଆଲିଆ କହୁଥିଲେ ‘ ମୁଁ ଏବେ ବିବାହ କରିବାକୁ ଚାହୁଁନାହିଁ। ଯେବେ କରିବି ସମସ୍ତେ ଜାଣିବେ’। କିନ୍ତୁ ଏବେ ଖୁଲମଖୁଲା ଏନେଇ କହିବା ଆରମ୍ଭ କଲେଣି। ଦେଖାଯାଉ କେବେ ଆଲିଆ ଆଉ ରଣବୀର ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଆଜିଠୁ ବିଧାନସଭା ବଜେଟ ଅଧିବେଶନ, ୨୦୨୬-୨୭ ବର୍ଷ ପାଇଁ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ୧୭ଦଶ ବିଧାନସଭାର ଷଷ୍ଠ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହି ଅଧିବେଶନରେ ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣକାଳୀନ ବଜେଟ ଗୃହରେ…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

‘କୃତ୍ରିମ ବୁଦ୍ଧିମତ୍ତା: ପରିବର୍ତ୍ତନ ଧାରାରେ ଭାରତ ଅଗ୍ରଣୀ’

ନୂଆଦିଲ୍ଲୀ,୧୭ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ବିଭିନ୍ନ ଷ୍ଟଲ୍‌ ବୁଲିବା…

ନ୍ୟୁଜ୍‌ କ୍ଲିକ୍‌ ପୋର୍ଟାଲକୁ ୧୨୦ କୋଟି ଜରିମାନା

ନୂଆଦିଲ୍ଲୀ,୧୭ା୨: ବହୁ ଚର୍ଚ୍ଚିତ ନ୍ୟୁଜ୍‌ କ୍ଲିକ୍‌ ପୋର୍ଟାଲ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୧୨୦ କୋଟି ଟଙ୍କା ଜରିମାନା କରିଛି। ଏଥିସହିତ ଏହି ପୋର୍ଟାଲର ପ୍ରତିଷ୍ଠାତା ପ୍ରବୀର…

ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ, ଭବେଶ ପାତ୍ର ଓଡ଼ିଶା ଟପ୍ପର

ଭୁବନେଶ୍ୱର,୧୭ା୨(ସୁଚିସ୍ମିତା ସାହୁ):  ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ୨୦୨୬ ପ୍ରଥମ ସେସନର ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ଜେଇଇ ପେପର-୧…

ଆଜି ଶପଥ ନେବେ ରହମାନ

ଢାକା,୧୭ା୨: ବାଂଲାଦେଶରେ ମଙ୍ଗଳବାର ବିଏନ୍‌ପି (ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି) ସରକାର ଶପଥ ନେବ। ଦଳୀୟ ଅଧ୍ୟକ୍ଷ ତାରିକ୍‌ ରହମାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହିତ…

ଜାନୁଆରୀରେ ବେରୋଜଗାରି ୫%କୁ ବଢ଼ିଛି

ନୂଆଦିଲ୍ଲୀ,୧୭ା୨(ପି.ଟି.): ଦେଶରେ ୧୫ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ଲୋକଙ୍କ ମଧ୍ୟରେ ବେରୋଜଗାରି ହାର ଗତବର୍ଷ ଡିସେମ୍ବରରେ ୪.୮ ପ୍ରତିଶତ ଥିବାବେଳେ ଜାନୁଆରୀରେ ତାହା ୫ ପ୍ରତିଶତକୁ ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri