Posted inଖେଳ

ଫିଦରଓ୍ବେଟ୍‌ ବେଲ୍ଟ ବଜାୟ ରଖିଲେ ଆମଣ୍ଡା ନନ୍ସ

ଲାସ ଭେଗାସ, ୮।୬: ବ୍ରାଜିଲର ମହିଳା ମିକ୍ସଡ ମାର୍ଶାଲ ଆଟର୍‌ସ ଫାଇଟର ଆମଣ୍ଡା ନନ୍ସ ପ୍ରଥମ ୟୁଏଫସି(ଅଲ୍‌ଟିମେଟ ଫାଇଟିଂ ଚାମ୍ପିୟନଶିପ୍‌) ଫାଇଟର ଭାବେ ଫିଦରଓ୍ବେଟ୍‌ ଚାମ୍ପିୟନଶିପ୍‌ ବେଲ୍ଟ ବଜାୟ ରଖିଛନ୍ତି। ଶନିବାର ରାତିରେ ଅନୁଷ୍ଠିତ ୟୁଏଫ୍‌ସି ୨୫୦ ଲଢ଼େଇରେ ପ୍ରତିଦ୍ୱନ୍ଦ୍ୱୀ କାନାଡ଼ାର ଫେଲିସିଆ ସ୍ପେନ୍ସରଙ୍କୁ ହରାଇ ସେ ନିର୍ବିବାଦରେ ଟାଇଟଲ ହାସଲ କରିଛନ୍ତି। ସେହିପରି ପୂର୍ବତନ ବାଣ୍ଟମଓ୍ବେଟ୍‌ ଚାମ୍ପିୟନ କୋଡି ଗାର୍‌ବ୍ରାଣ୍ଡ ଦ୍ୱିତୀୟ ରାଉଣ୍ଡ ବେଲ୍‌ ବାଜିବା ପୂର୍ବରୁ ପ୍ରତିପକ୍ଷ ରାଫାଲ ଆସୁନକାଓଙ୍କୁ ନକ୍‌ଆଉଟ କରିଛନ୍ତି। ଲାସ ଭେଗାସର ୟୁଏଫସି କର୍ପୋରେଟ କ୍ୟାମ୍ପସରେ ଥିବା ଦର୍ଶକ ବିହୀନ ଜିମ୍‌ରେ ଏହି ଦୁଇ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା।
କରୋନା ଭାଇରସ ସଂକ୍ରମଣ ଜନିତ ପ୍ରଭାବ ଯୋଗୁ ୟୁଏଫସି ଆପେକ୍ସ ଜିମ୍‌ରେ ପ୍ରତିଯୋଗିତା ଆରମ୍ଭ ପରେ ୟୁଏଫସି ୨୫୦ ହେଉଛି ଦ୍ୱିତୀୟ ଇଭେଣ୍ଟ। ମିକ୍ସଡ ମାର୍ଶାଲ ଆଟର୍‌ସ ଇତିହାସରେ ଜଣେ ସର୍ବଶ୍ରେଷ୍ଠ ମହିଳା ଫାଇଟରଭାବେ ପରିଚିତ ହେଉଥିବା ନନ୍ସ ବାଣ୍ଟମଓ୍ବେଟ ଏବଂ ଫିଦରଓ୍ବେଟ ଡିଭିଜନରେ ୟୁଏଫସି ଚାମ୍ପିୟନ ଅଛନ୍ତି। ଗତ ଡିସେମ୍ବରରେ ଅନୁଷ୍ଠିତ ବାଣ୍ଟମଓ୍ବେଟ ଫାଇଟରେ ନେଦରଲାଣ୍ଡ୍ସର ଜର୍ମେନ ଡି ରାନ୍ଦାମିଙ୍କୁ ସହଜରେ ହରାଇଥିବା ନନ୍ସ ଏଠାରେ ସ୍ପେନ୍ସରଙ୍କ ନିକଟରୁ କିଛିଟା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ। ତେବେ ବାରମ୍ବାର ଆଘାତ କରି ସେ ସ୍ପେନ୍ସରଙ୍କ ମୁହଁକୁ ରକ୍ତାକ୍ତ କରି ଦେବାପରେ ବିଜୟୀ ଘୋଷିତ ହୋଇଥିଲେ। ନନ୍ସ ୨୦୧୮ ଡିସେମ୍ବରରେ ସାଇବର୍ଗ ନାମରେ ପରିଚିତ ଆମେରିକା/ବ୍ରାଜିଲିଆନ ଫାଇଟର କ୍ରିସ ଜଷ୍ଟିନୋଙ୍କୁ ହରାଇ ପ୍ରଥମଥରପାଇଁ ଫିଦରଓ୍ବେଟ ବେଲ୍ଟ ହାସଲ କରିଥିଲେ। ଏବେ ସେ ତାହାକୁ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି। ସେହିପରି ୨୦୧୬ରୁ ଏପଯ୍ୟନ୍ତ ସେ ୫ ଥର ବାଣ୍ଟମଓ୍ବେଟ ବେଲ୍ଟ ବଜାୟ ରଖିଛନ୍ତି।
ସେହିପରି ଆମେରିକାର ପ୍ରଫେଶନାଲ ମିକ୍ସଡ ମାର୍ଶାଲ ଆର୍ଟ ଫାଇଟର ଗାର୍‌ବ୍ରାଣ୍ଡ କ୍ରମାଗତ ୩ଟି ଫାଇଟ୍‌ ହାରିବା ପରେ ଏଥର ଲଢ଼େଇରେ ଅବତୀର୍ଣ୍ଣ ହୋଇଥିଲେ। ଏଠାରେ ଆରମ୍ଭରୁ ପ୍ରଭାବୀ ପ୍ରଦର୍ଶନ କରି ସେ ବ୍ରାଜିଲର ଆସୁନକାଓଙ୍କୁ ଦ୍ୱିତୀୟ ରାଉଣ୍ଡ ଶେଷରେ ଧରାଶାୟୀ କରିଥିଲେ। ଏକ ରାଇଟ୍‌ କ୍ରସ ମାଧ୍ୟମରେ ମୁହଁକୁ ପରଫେକ୍ଟ ଶୁଟ୍‌ କରି ସେ ଲଢ଼େଇର ଅନ୍ତ ଘଟାଇଥିଲେ। ୨୦୧୬ ଡିସେମ୍ବର ପରେ ଗାର୍‌ବ୍ରାଣ୍ଡଙ୍କର ଏହାଥିଲା ପ୍ରଥମ ବିଜୟ। ସେତେବେଳେ ସେ ୧୩୫-ପାଉଣ୍ଡ ଟାଇଟଲ ଲଢ଼େଇରେ ଆମେରିକାର ଡୋମିନିକ୍‌ କ୍ରୁଜ୍‌ଙ୍କୁ ପରାସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri