Posted inଖେଳ

ଫିଟ୍‌ ରହିବାକୁ ଯୋଗ କରୁଛନ୍ତି ଗେଲ୍‌

ନୂଆଦିଲ୍ଲୀ,୧୬।୫(ପି.ଟି.)- ଓ୍ବେଷ୍ଟଇଣ୍ଡିଜ୍‌ ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ ଏଥର କ୍ୟାରିୟର ପଞ୍ଚମ ତଥା ଅନ୍ତିମ ବିଶ୍ୱକପ୍‌ ଖେଳିବାକୁ ଯାଉଛନ୍ତି। ୩୯ ବର୍ଷରେ ମଧ୍ୟ ସେ ନିଜକୁ ଆବଶ୍ୟକ ଅନୁସାରେ ଫିଟ୍‌ ରଖିପାରିଛନ୍ତି। ଏଥିପାଇଁ ସେ ନିଜସ୍ବ ଢ଼ଙ୍ଗରେ ପ୍ରୟାସ ଜାରି ରଖିଛନ୍ତି। ସେ ଜିମ୍‌ ଯିବା ବଦଳରେ ଯୋଗ କରୁଛନ୍ତି। ସେ ସ୍ବତଃପ୍ରବୃତ ଭାବେ ଶକ୍ତିଶାଳୀ ଓ ଦୃଢ। ତେଣୁ ତାଙ୍କ ଜିମ୍‌ ଯିବାର ଆବଶ୍ୟକାତା କମ୍‌ ରହିଛି। ତେଣୁ ସେ ବ୍ୟାପକ ଭାବେ ଯୋଗ କରୁଛନ୍ତି। ସଦ୍ୟ ସମାପ୍ତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ୪୦.୮୩ ହାରରେ ମୋଟ ୪୯୦ ରନ କରି ଜବରଦସ୍ତ ଫର୍ମର ନମୁନା ପ୍ରଦର୍ଶନ କରିଛନ୍ତି। ଏହି ଫର୍ମକୁ ଆସନ୍ତା ୩୦ ତାରିଖରେ ଇଂଲଣ୍ଡରେ ଆରମ୍ଭ ହେବାକୁଥିବା ବିଶ୍ୱକପ୍‌ରେ ସେ ଜାରି ରଖିବାକୁ ଚେଷ୍ଟା କରୁଛନ୍ତି। ମୋର ଅଭିଜ୍ଞତା ରହିଛି। ତେଣୁ ବିଶ୍ୱକପ୍‌ରେ କିଭଳି ଖେଳିବାକୁ ତାହା ଅବଶ୍ୟ ମୁଁ ଜାଣିଛି। ଏବେ ଭଲ ବ୍ୟାଟିଂ କରୁଛି ଓ ବିଶ୍ୱକପ୍‌ରେ ଏହା ଜାରି ରହିବ ବୋଲି ଗେଲ୍‌ ଆଶାପ୍ରକାଶ କରିଛନ୍ତି।

ପ୍ରଦର୍ଶନ ଉପରେ ବୟସର ପ୍ରଭାବ ରହିବା କଥା ସେ ସ୍ବୀକାର କରିଛନ୍ତି। ଆଇପିଏଲ୍‌ରେ ସେ ୩୪ ଓ ଇଂଲଣ୍ଡ ବିପକ୍ଷ ୪ଟି ଦିନିକିଆରେ ସେ ୩୯ଟି ଛକା ମାରିଛନ୍ତି। ତେବେ ଫିଟ୍‌ ରହିବା ନିହାତି ଜରୁରୀ ବୋଲି ସେ କହିଛନ୍ତି। ଇଂଲଣ୍ଡ ବିପକ୍ଷ ଗତ ଦିନିକିଆ ସିରିଜରେ ସେ ୧୦୬ରନ ଆଭରେଜରେ ୪୨୪ ରନ ସଂଗ୍ରହ କରିଛନ୍ତି। ଏଥିରେ ଦୁଇଟି ଲେଖାଏ ଶତକ ଓ ଅର୍ଦ୍ଧଶତକ ସାମିଲ ରହିଛି। ୧୯୯୯ରେ ପଦାର୍ପଣ କରିଥିବା ଗେଲ୍‌ ଦିନିକିଆରେ ୧୦,୧୫୧ ରନ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri