‘ଫାୟାର ବାର୍ଡ’ର ସ୍ରଷ୍ଟା

ପେରୁମାଲ ମୁରୁଗାନ

ପରିବର୍ତ୍ତିତ ପୃଥିବୀରେ ମଣିଷ ନିଜର ସ୍ଥାୟିତ୍ୱ ବୁଝିବାରେ ଯେଭଳି ଅକ୍ଷମ। ମୁଥୁଙ୍କ ବିଶ୍ୱ ଭଙ୍ଗୁର ହୋଇଯାଉଛି ଯେତେବେଳେ ତାଙ୍କ ପିତା ପୈତୃକ ସମ୍ପତ୍ତିକୁ ଭାଗ କରିଦେଉଛନ୍ତି। ସବା ବଡ଼ ଭାଇ ଅସାଧୁ ଉପାୟ ଅବଲମ୍ବନ କରି ସାନ ଭାଇ ମୁଥୁଙ୍କୁୁ ଘରୁ ତଡ଼ିଦେବା ଭଳି ସ୍ଥିତି ସୃଷ୍ଟି କରିବା ପରେ ସେ ଅସହାୟ ହୋଇଯାଉଛନ୍ତି। ଶେଷରେ ଘର ଛାଡ଼ି ନୂତନ ଦୁନିଆରେ ନିଜ ସ୍ତ୍ରୀ ଓ ଛୁଆଙ୍କୁୁ ନେଇ ମୁଥୁ ବଞ୍ଚତ୍ବାକୁ ଚାଲିଯାଉଛନ୍ତି। ତାଙ୍କର ଅପୂରଣୀୟ କ୍ଷତିକୁ ବୁଝିବାକୁ କେହି ନାହାନ୍ତି। ଏଠାରେ ମୁଥୁ ତାଙ୍କ ସ୍ଥାୟୀ ଦୁନିଆକୁ ଛାଡ଼ି ସ୍ଥାନାନ୍ତରିତ ହେଉଥିବା ପକ୍ଷୀ ପରି ଅନ୍ୟତ୍ର ଯିବା ବେଳର ଦୃଶ୍ୟକୁ ଲେଖକ ବର୍ଣ୍ଣନା କରିଛନ୍ତି। ଚିନ୍ତା ଉଦ୍ରେକକାରୀ ‘ଫାୟାର ବାର୍ଡ’ ଉପନ୍ୟାସରେ ତାମିଲ ଔପନ୍ୟାସିକ ପେରୁମାଲ ମୁରୁଗାନ ସ୍ବାର୍ଥ ପାଇଁ ପାରିବାରିକ ବନ୍ଧନ କିଭଳି ଭାଙ୍ଗିଯାଉଛି, ତାହା ଏଥିରେ ଜଣାଇବାକୁ ପ୍ରୟାସ କରିଛନ୍ତି। ଏଭଳି ସମ୍ପର୍କକୁ ସେ ଏକ ରହସ୍ୟମୟ ପକ୍ଷୀର ଆଖ୍ୟା ଦେଇ ବଦଳୁଥିବା ବିଶ୍ୱରେ ସ୍ଥାୟିତ୍ୱ ପ୍ରତି ମଣିଷର ପ୍ରବଳ ଇଚ୍ଛାକୁ ପ୍ରକଟ କରିବାକୁ ଚେଷ୍ଟା କରିଛନ୍ତି। ଶାସ୍ତ୍ରୀୟ ସ୍ତରର ଏହି ଉପନ୍ୟାସ ପାଇଁ ମୁରୁଗାନ ସାହିତ୍ୟ କ୍ଷେତ୍ରରେ ଜେସିବି ପୁରସ୍କାର ୨୦୨୩ ପାଇଛନ୍ତି। ଏଥିସହିତ ତାଙ୍କ ପୁସ୍ତକକୁ ଇଂଲିଶ ଭାଷାରେ ଅନୁବାଦ କରିଥିବା ଜନନୀ କାନନ୍‌ ମଧ୍ୟ ପୁରସ୍କୃତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ ସ୍ତରର ନିର୍ମାଣ ଉପକରଣ ସଂସ୍ଥା ‘ଜେସିବି’ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ଭାରତୀୟ ଲେଖକଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ଦେଇଥାଏ। ଏଥିରେ ମୂଳ ଲେଖକଙ୍କୁ ୨୫ ଲକ୍ଷ ଟଙ୍କା ଓ ଅନୁବାଦକଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯାଇଆସୁଛି।
ପେରୁମାଲ ମୁରୁଗାନ ୧୫ ଅକ୍ଟୋବର ୧୯୬୬ରେ ତାମିଲନାଡୁ ନମକ୍କଲ ଜିଲାର ଥିରୁଚ୍ଛେନ୍‌ଗୁଡେଠାରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଚାଷଜମି ଅଳ୍ପ ଥିବାରୁ ପିତା ଥିରୁଚ୍ଛେନ୍‌ଗୁଡେଠାରେ ଥିବା ଏକ ସିନେମା ଥିଏଟର ନିକଟରେ ସୋଡ଼ା ଦୋକାନ କରି ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। ମୁରୁଗାନ ଇରୋଡ୍‌ଠାରେ ତାମିଲ ସାହିତ୍ୟରେ ସ୍ନାତକ ଡିଗ୍ରୀ ଅର୍ଜନ କରିବା ପରେ କୋଏମ୍ବାଟୁରରୁ ସ୍ନାତକୋତ୍ତର ହାସଲ କରିଥିଲେ। ସେହି ତାମିଲ ସାହିତ୍ୟରେ ସେ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ଏମ୍‌ଫିଲ୍‌ ଏବଂ ପିଏଚ୍‌.ଡି. ଡିଗ୍ରୀ ଅର୍ଜନ କରିଥିଲେ। ତାମିଲ ସାହିତ୍ୟର ପ୍ରଫେସର ମୁୁରୁଗାନ ତାଙ୍କ ଲେଖା ଓ ଗବେଷଣା ମାଧ୍ୟମରେ ତାମିଲ ଭାଷାକୁ ସମୃଦ୍ଧ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ବିଶେଷକରି କୋଙ୍ଗୁନାଡୁ ଅଞ୍ଚଳର ଭାଷାକୁ ବଳିଷ୍ଠ କରିବା ଲାଗି ସେ ନୂଆ ଶବ୍ଦକୋଷ ସୃଷ୍ଟି କରିଛନ୍ତି। ନମକ୍କଲସ୍ଥିତ ଗଭର୍ନମେଣ୍ଟ ଆଟର୍‌ସ କଲେଜରେ ମୁରୁଗାନ ତାମିଲ ସାହିତ୍ୟର ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ବେଳେ ଦକ୍ଷିଣପନ୍ଥୀ ଗୋଷ୍ଠୀଙ୍କ ଆକ୍ରମଣର ଶିକାର ହୋଇଥିଲେ। ସ୍ଥିତି ଏଭଳି ହୋଇଥିଲ ଯେ ତାଙ୍କୁ ସେଠାରୁ ବଳପୂର୍ବକ ବିଦା କରି ଦିଆଯାଇଥିଲା। ତାଙ୍କ ଲେଖା ଦକ୍ଷିଣପନ୍ଥୀଙ୍କ କାର୍ଯ୍ୟକଳାପ ପ୍ରତି ଇଙ୍ଗିତ କରୁଥିବାରୁ ସେ ଅସହିଷ୍ଣୁତାର ଶିକାର ହୋଇଥିଲେ। ଫଳରେ ସେ ଅଟ୍ଟୁରସ୍ଥିତ ସରକାରୀ କଲେଜକୁ ଯାଇ ସେଠାରେ ତାମିଲ ଭାଷା ସାହିତ୍ୟର ବିଭାଗୀୟ ମୁଖ୍ୟ ହୋଇଥିଲେ। ତେବେ ଏହି ସମୟ ବ୍ୟବଧାନ ମଧ୍ୟରେ ସେ କିଛି କାଳ ଚେନ୍ନାଇସ୍ଥିତ ପ୍ରେସିଡେନ୍ସି କଲେଜରେ ଅଧ୍ୟାପନା କରିଥିଲେ।
ମୁରୁଗାନଙ୍କ ସାହିିତି୍ୟକ ଜୀବନ ଦେଖିଲେ ସେ ୧୨ ଉପନ୍ୟାସ, ୬ କ୍ଷୁଦ୍ରଗଳ୍ପ ଓ କବିତା ପୁସ୍ତକ ସହ ସାହିତ୍ୟ ଓ ଭାଷା କ୍ଷେତ୍ରରେ ୧୩ଟି ବହି ଲେଖି ପାଠକୀୟ ଆଦୃତି ପାଇଛନ୍ତି। ତାଙ୍କର ଅଧିକାଂଶ ଉପନ୍ୟାସ ଇଂଲିଶ ଭାଷାରେ ଅନୂଦିତ। ୧୯୮୮ରୁ ୧୯୯୧ ମଧ୍ୟରେ ତାମିଲ ଭାଷାର ବିଭିନ୍ନ ପତ୍ରିକାରେ ତାଙ୍କର କ୍ଷୁଦ୍ରଗଳ୍ପ ପ୍ରକାଶ ପାଇଥିଲା। ତାଙ୍କ ଲେଖାଗୁଡ଼ିକ ବରିଷ୍ଠ ସାହିତି୍ୟକଙ୍କ ଦ୍ୱାରା ସ୍ବୀକୃତ ହେବା ପରେ ସେ ଉପନ୍ୟାସ ଲେଖାରେ ହାତ ଦେଇଥିଲେ। ୧୯୯୧ରେ ତାଙ୍କ ପ୍ରଥମ ଉପନ୍ୟାସ ‘ଇରୁ ଭେୟିଲ୍‌’ ପ୍ରକାଶ ପାଇ ତାମିଲ ସାହିତ୍ୟରେ ଚହଳ ପକାଇଥିଲା। ତା’ ପରେ ସେ ଉପନ୍ୟାସ ପ୍ରତି ଅଧିକ ଧ୍ୟାନ ଦେଇଥିଲେ। ଫଳସ୍ବରୂପ ‘ଫାୟାର ବାର୍ଡ’ ଆଜି ତାଙ୍କୁ ସର୍ବାଧିକ ପାଠକୀୟ ସମ୍ମାନ ଦେଇଛି। ଏପରି କି ଓଡ଼ିଶାର ଫକୀରମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୨୨ରେ ତାଙ୍କୁ ଫକୀରମୋହନ ଜାତୀୟ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କ ରଚିତ ‘ପୁକୁଲି’ ଉପନ୍ୟାସ ଅନିରୁଦ୍ଧ ବସୁଦେବାନଙ୍କ ଦ୍ୱାରା ‘ପାୟର’ ନାମରେ ଅନୁବାଦିତ ହେବା ପରେ ଅନ୍ତର୍ଜାତୀୟ ବୁକର ପୁରସ୍କାର ୨୦୨୩ର ବିସ୍ତୃତ ତାଲିକାରେ ମନୋନୀତ ହେବା ମୁରୁଗାନଙ୍କ ସାହିତ୍ୟ ବ୍ୟାପକ ଆଦୃତିଲାଭ କରୁଥିବାର ଆଭାସ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri