ଫାର୍ମହାଉସରୁ ଚୋରି : ୧୨ ଗିରଫ, ୯ ଗ୍ୟାସ ସିଲିଣ୍ଡର, ଲାପ୍‌ଟପ, ପାଣିପମ୍ପ ଜବତ

ବାରଙ୍ଗ,୯।୧୧(ଡି.ଏନ୍‌.ଏ.)- ଚନ୍ଦକା ଥାନା ଅନ୍ତର୍ଗତ ଏସ୍‌ଓଜି ନିକଟ ଏକ ଫାର୍ମହାଉସରୁ ଚୋରି ଅଭିଯୋଗରେ ପୋଲିସ ୧୨ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ପୋଲିସ ସେମାନଙ୍କଠାରୁ ମୋବାଇଲ ଫୋନ, ଘଣ୍ଟା, ଲାପ୍‌ଟପ, ୯ ଗ୍ୟାସ ସିଲିଣ୍ଡର ଓ ପାଣିପମ୍ପ ଆଦି ଚୋରି ସାମଗ୍ରୀ ଜବତ କରିଛି। ଏ ସମ୍ପର୍କରେ ପୋଲିସ ଏକ ମାମଲା ନଂ.୧୮୯/୧୯ ରୁଜୁକରି ତଦନ୍ତ ଚଳାଇଛି। ସୂଚନା ମୁତାବକ, ଏସ୍‌ଓ ନିକଟରେ ବିଜୟ ମହାନ୍ତି ନାମକ ବ୍ୟକ୍ତିଙ୍କ ଏକ ଫାର୍ମହାଉସ ରହିଛି। ଏହି ଫାର୍ମହାଉସରୁ ଗତ ଦୁଇଦିନ ତଳେ ଚୋରି ହୋଇଥିବାର ଚନ୍ଦକା ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ଥାନାଧିକାରୀ ଦେବେନ୍ଦ୍ର ବିଶ୍ୱାଳ ଘଟଣାର ତଦନ୍ତ ଚଳାଇଥିତ୍ବାବେଳେ ସ୍ଥାନୀୟ ଗ୍ରାମର କେତେଜଣ ଯୁବକ ମିଶି ଚୋରି କରିଥିବାର ଜାଣିବାକୁ ପାଇଥିଲେ। ଶୁକ୍ରବାର କୌଶଳକ୍ରମେ ଦାରୁଠେଙ୍ଗ ପାଟଣା ସାହିର ଶିବ ସାହୁ ଏଥିରେ ସମ୍ପୃକ୍ତ ଥିବା ଜଣାପଡ଼ିଥିବାବେଳେ ସଂଘବଦ୍ଧ ହୋଇ ଏହି ଚୋରି କରିଥିବା ସେ ମାନିଥିଲେ। ଶିବ ମାଧ୍ୟମରେ ଅନ୍ୟ ୬ଜଣ ଦାରୁଠେଙ୍ଗ ନୂଆ ସାହିର ବିଶ୍ୱନାଥ ଦେଉରୀ, ଜେଠୀ ସାହିର ଚନ୍ଦନ ମହାପାତ୍ର ଓ ପିଙ୍କୁ ବେହେରା, ସିମିଳିପାଟଣା ଗ୍ରାମର ବଚନ ନାୟକ ଓ ଆରତ ଜେନା ଏବଂ ଭୁଆଶୁଣି ଗ୍ରାମର ଧୀରେନ୍ଦ୍ର ଦେଉରୀଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଏହାପରେ ସେମାନେ ଚୋରି ସାମଗ୍ରୀକୁ ଅନ୍ୟ ୫ଜଣଙ୍କୁ ବିକ୍ରି କରିଥିବା ପୋଲିସକୁ କହିଥିଲେ। ରାତିରେ ଚଢ଼ାଉ କରି ଚୋରି ସାମଗ୍ରୀ ରଖିବା ଜେଠି ସାହିର ଚନ୍ଦ୍ରଶେଖର ମାଝି, ପାଟଣା ସାହିର ରମେଶ ସାହୁ, ଭୁଆଶୁଣୀର ଜିତେନ୍ଦ୍ର ପାଟଶାଣୀ, ମହାକାଳପଡ଼ା ଥାନା ଅନ୍ତର୍ଗତ ଜାମ୍ବୁ ଗ୍ରାମର କମଳ ଦାସ ଓ ଆସ୍କା ଥାନା ଅଧୀନ ଭେଟଣୀ ଗ୍ରାମର ଅନିରୁଦ୍ଧ ନାୟକଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପିତୃତ୍ୱ ପାଇଁ ଜନ୍ମ ସାର୍ଟିଫିକେଟ ନୁହେଁ ବାଧକ: ଶିଶୁପୁତ୍ର ହସ୍ତାନ୍ତର ପାଇଁ ଅଜାଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୯ା୧୨(କାର୍ତ୍ତିକ ସାହୁ): ପିତୃତ୍ୱର ପ୍ରମାଣ ପାଇଁ ଜନ୍ମ ସାର୍ଟିଫିକେଟ ବାଧକ ନୁହେଁ। ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବା କାରଣରୁ ଜନ୍ମିତ ପିତାଙ୍କୁ...

ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି

ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ...

୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ…

କୋରାପୁଟ,୯।୧୨(ଅମିତାଭ ବେହେରା ): କୋରାପୁଟ ଜିଲା ନାମ ସଂକୀର୍ତ୍ତନ ଭାଗବତ ସତସଙ୍ଗ ତରଫରୁ ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋମବାର...

୪୨ବର୍ଷ ପରେ ମନ୍ଦିରକୁ ଫେରିବ ବିରଳ ପ୍ରାଚୀନ ମୂର୍ତ୍ତି: ଉଦ୍ଧାର ପରେ ସିବିଆଇ ମାଲଖାନାରେ…

ସୋନପୁର,୯ା୧୨(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ସହର ଗୋପାଳଜୀ ମନ୍ଦିରରୁ ଚୋରି ହୋଇ ଦୀର୍ଘ ୪୨ବର୍ଷ ସିବିଆଇ ମାଲଖାନାରେ ଥିବା ୧୨ ବିରଳ ପ୍ରାଚୀନ ମୂର୍ତ୍ତି ପୁଣି ମନ୍ଦିରକୁ ଫେରିବ।...

ପୁଟିନଙ୍କ ଭାରତ ଗସ୍ତକୁ ନେଇ ଚାଇନା ଦେଲା ଏମିତି ପ୍ରତିକ୍ରିୟା ଆମେରିକାକୁ ଲାଗିବ ବଡ଼ ଝଟକା

ବେଜିଂ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସାମ୍ପ୍ରତିକ ଭାରତ ଗସ୍ତ ପ୍ରତି ଚାଇନା ଏକ ସକାରାତ୍ମକ ମନୋଭାବ ପ୍ରକାଶ କରିଛି, କହିଛି ଯେ ଭାରତ, ଚାଇନା...

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri