Posted inଖେଳ

୨୦୨୩ ବିଶ୍ୱକପ୍‌ରେ ଅଧୁରା ସ୍ବପ୍ନ ସାକାର କରିବୁ: ମନପ୍ରୀତ

ନୂଆଦିଲ୍ଲୀ,୯।୧୧(ପି.ଟି.)- ଆଗାମୀ ୨୦୨୩ ହକି ବିଶ୍ୱକପ୍‌ ଭାରତରେ ଆୟୋଜନ ହେବା ଶନିବାର ନିଶ୍ଚିତ ହୋଇଛି। ପୁଣି ଥରେ ଘରୋଇ ପରିବେଶରେ ବିଶ୍ୱକପ ଖେଳାଯିବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିବାରୁ ଭାରତୀୟ ଅଧିନାୟକ ମନପ୍ରୀତ ସିଂ ବେଶ୍‌ ଉତ୍ସାହିତ ହୋଇଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ଗତ ୨୦୧୮ ବିଶ୍ୱକପ୍‌ରେ ଆମେ କ୍ୱାର୍ଟର ଫାଇନାଲରେ ନେଦରଲାଣ୍ଡ୍ସଠାରୁ ପରାସ୍ତ ହୋଇ ଟୁର୍ନାମେଣ୍ଟରୁ ବାଦ୍‌ ପଡିଥିଲୁ। ଏଥର କିନ୍ତୁ ତ୍ରୁଟି ସୁଧାରି ଅଧୁରା କାର୍ଯ୍ୟ ପୁରଣ କରିବୁ ବୋଲି ମନପ୍ରୀତ କହିଛନ୍ତି।
ଭାରତ କ୍ରମାଗତ ଦ୍ୱିତୀୟଥର ପାଇଁ ହକି ବିଶ୍ୱକପ୍‌ ଆୟୋଜନ କରିବାକୁ ଯାଉଛି। ୨୦୧୮ରେ ଭାରତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ହକି ବିଶ୍ୱକପ୍‌ ଆୟୋଜନ କରିଥିଲା। ଏବେ ବିଶ୍ୱର ପ୍ରଥମ ଦେଶ ଭାବେ ଭାରତ ସର୍ବାଧିକ ଚତୁର୍ଥଥର ପାଇଁ ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ କରିବ। ପୂର୍ବରୁ ଭାରତ ୧୯୮୨ରେ ମୁମ୍ବାଇରେ ଓ ୨୦୧୦ରେ ନୂଆଦିଲ୍ଲୀରେ ଏହି ମେଗା ଇଭେଣ୍ଟ ଆୟୋଜନ କରିଥିଲା। ଭାରତ ପୁଣିଥରେ ବିଶ୍ୱକପ୍‌ ଆୟୋଜନ ଅଧିକାର ହାସଲ କରିଥିବାରୁ ଆମେ ଉତ୍ସାହିତ ହୋଇ ପଡିଛୁ ବୋଲି ମନପ୍ରୀତ କହିଛନ୍ତି। ଗତ ବିଶ୍ୱକପ୍‌ରେ ଆମେ ସେମିଫାଇନାଲକୁ ଉଠିବାର ସୁଯୋଗ ହାସଲ କରିଥିଲୁ। ତେବେ କେତୋଟି ତ୍ରୁଟି ପାଇଁ ଏଥିରେ ବିଫଳ ହୋଇଥିଲୁ। କ୍ୱାର୍ଟରଫାଇନାଲରେ ନେଦରଲାଣ୍ଡ୍ସଠାରୁ ହାରିବା ଅବଶ୍ୟ ଆମକୁ କଷ୍ଟ ଦେଇଥିଲା। ତେବେ ପୁଣି ଥରେ ଘରୋଇ ପରିବେଶରେ ବିଶ୍ୱକପ୍‌ ଖେଳାଯିବା ସ୍ପଷ୍ଟ ହୋଇଛି। ଫଳରେ ଅଧୁରା ସ୍ପପ୍ନ ପୂରଣ କରିବାକୁ ଆମକୁ ଆଉ ଏକ ସୁଯୋଗ ମିଳିଛି। ୨୦୨୩ ବିଶ୍ୱକପ୍‌ ଜାନୁୟାରୀ ୧୩ରୁ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହେବ। ପରେ ଭାରତ ବିଶ୍ୱକପର ଭେନ୍ୟୁ ସମ୍ପର୍କରେ ସୁଚନା ଦେବ। ଭାରତର ବେଞ୍ଚ ଷ୍ଟ୍ରେନ୍ଥ ବେଶ୍‌ ଦୃଢ଼ ରହିଛି। ଆଗାମୀ ବର୍ଷରେ ଅନ୍ତର୍ଜତୀୟସ୍ତରରେ ଏକାଧିକ ଟୁର୍ନାମେଣ୍ଟ ଭାରତ ଅଂଶଗ୍ରହଣ କରିବାର କାର୍ଯକ୍ରମ ରହିଛି। ଫଳରେ ଏହି ବିଶ୍ୱକପ୍‌ ପୂର୍ବରୁ ଭାରତ ଏକ ଶକ୍ତିଶାଳୀ ଦଳ ଗଢ଼ି ତୋଳିବାର ସକ୍ଷମ ହୋଇପାରିବ ବୋଲି ମନପ୍ରୀତ କହିଛନ୍ତି। ଆଗାମୀ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ ହେବାକୁ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ସମୟ ରହିଛି। ତେବ ବର୍ତ୍ତମାନ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଭଲ ପ୍ରଦର୍ଶନ କରିବାର ଆମର ପ୍ରଥମ ଲକ୍ଷ୍ୟ ରହିଛି। ଏହି ୨୦୨୦ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଆମକୁ ଭଲ ପ୍ରଦର୍ଶନ କରିବାକୁ ଭଲ ପ୍ଲଟଫର୍ମ ପ୍ରଦାନ କରିବ ବୋଲି ମନପ୍ରୀତ କହିଛନ୍ତି। ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିପାରିଲେ ଏହା ବିଶ୍ୱକପ୍‌ରେ ଉନ୍ନତ ପ୍ରଦର୍ଶନ କରିବାକୁ ଖୋରାକ ଯୋଗାଇବ। ସିନିୟର ଓ ଜୁନିୟରସ୍ତରରେ ଆମ ପାଖରେ ବହୁ ସଂଖ୍ୟାରେ ପ୍ରତିଭାସମ୍ପନ୍ନ ତଥା ଦକ୍ଷ ଖେଳାଳି ରହିଛନ୍ତି। ଆଗାମୀ ୨-୩ ବର୍ଷ ମଧ୍ୟରେ ଏମାନେ ନିଜ ଦକ୍ଷତା ପ୍ରମାଣିତ କରିବାର ଓ ମିଳିବାକୁ ଥିବା ସୁଯୋଗର ସଦ୍‌ବ୍ୟବହାର କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
୨୦୧୮ରେ ଭୁବନେଶ୍ୱରେ ଅନୁଷ୍ଠିତ ହକି ବିଶ୍ୱକପ ସଫଳତାର ଶୀର୍ଷକୁ ଛୁଇଁଥିଲା। ସେହିଭଳି ଭାବେ ୨୦୨୩ ବିଶ୍ୱକପ୍‌ ସଫଳ ହେବ ବୋଲି ମନପ୍ରୀତ ଆଶା ପ୍ରକାଶ କରିଛନ୍ତି। ୨୦୨୨ରୁ ୨୦୨୩ ମଧ୍ୟରେ ଖେଳାଯିବାକୁ ଥିବା ମେଜର ଟୁର୍ନାମେଣ୍ଟଗୁଡିକରେ ଭଲ ପ୍ରଦର୍ଶନ କରିବା ଉପରେ ଆମେ ଗୁରୁତ୍ୱ ଦେଉଛୁ ବୋଲି ସେ କହିଛନ୍ତି। ଏଥିରେ ଏସିଆ କପ ସାମିଲ ରହିଛି। ଏଥିରେ ବିଜୟୀ ହେଲେ ଭାରତ ବିଶ୍ୱକପ୍‌ ଯୋଗ୍ୟତା ହାସଲ କରିବ। ଯଦିଓ ଆୟୋଜକ ଭାବେ ଭାରତ ସିଧାସଳଖ ବିଶ୍ୱକପ୍‌ ଯୋଗ୍ୟତା ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri