Posted inଖେଳ

୨୦୨୩ ବିଶ୍ୱକପ୍‌ରେ ଅଧୁରା ସ୍ବପ୍ନ ସାକାର କରିବୁ: ମନପ୍ରୀତ

ନୂଆଦିଲ୍ଲୀ,୯।୧୧(ପି.ଟି.)- ଆଗାମୀ ୨୦୨୩ ହକି ବିଶ୍ୱକପ୍‌ ଭାରତରେ ଆୟୋଜନ ହେବା ଶନିବାର ନିଶ୍ଚିତ ହୋଇଛି। ପୁଣି ଥରେ ଘରୋଇ ପରିବେଶରେ ବିଶ୍ୱକପ ଖେଳାଯିବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିବାରୁ ଭାରତୀୟ ଅଧିନାୟକ ମନପ୍ରୀତ ସିଂ ବେଶ୍‌ ଉତ୍ସାହିତ ହୋଇଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ଗତ ୨୦୧୮ ବିଶ୍ୱକପ୍‌ରେ ଆମେ କ୍ୱାର୍ଟର ଫାଇନାଲରେ ନେଦରଲାଣ୍ଡ୍ସଠାରୁ ପରାସ୍ତ ହୋଇ ଟୁର୍ନାମେଣ୍ଟରୁ ବାଦ୍‌ ପଡିଥିଲୁ। ଏଥର କିନ୍ତୁ ତ୍ରୁଟି ସୁଧାରି ଅଧୁରା କାର୍ଯ୍ୟ ପୁରଣ କରିବୁ ବୋଲି ମନପ୍ରୀତ କହିଛନ୍ତି।
ଭାରତ କ୍ରମାଗତ ଦ୍ୱିତୀୟଥର ପାଇଁ ହକି ବିଶ୍ୱକପ୍‌ ଆୟୋଜନ କରିବାକୁ ଯାଉଛି। ୨୦୧୮ରେ ଭାରତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ହକି ବିଶ୍ୱକପ୍‌ ଆୟୋଜନ କରିଥିଲା। ଏବେ ବିଶ୍ୱର ପ୍ରଥମ ଦେଶ ଭାବେ ଭାରତ ସର୍ବାଧିକ ଚତୁର୍ଥଥର ପାଇଁ ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ କରିବ। ପୂର୍ବରୁ ଭାରତ ୧୯୮୨ରେ ମୁମ୍ବାଇରେ ଓ ୨୦୧୦ରେ ନୂଆଦିଲ୍ଲୀରେ ଏହି ମେଗା ଇଭେଣ୍ଟ ଆୟୋଜନ କରିଥିଲା। ଭାରତ ପୁଣିଥରେ ବିଶ୍ୱକପ୍‌ ଆୟୋଜନ ଅଧିକାର ହାସଲ କରିଥିବାରୁ ଆମେ ଉତ୍ସାହିତ ହୋଇ ପଡିଛୁ ବୋଲି ମନପ୍ରୀତ କହିଛନ୍ତି। ଗତ ବିଶ୍ୱକପ୍‌ରେ ଆମେ ସେମିଫାଇନାଲକୁ ଉଠିବାର ସୁଯୋଗ ହାସଲ କରିଥିଲୁ। ତେବେ କେତୋଟି ତ୍ରୁଟି ପାଇଁ ଏଥିରେ ବିଫଳ ହୋଇଥିଲୁ। କ୍ୱାର୍ଟରଫାଇନାଲରେ ନେଦରଲାଣ୍ଡ୍ସଠାରୁ ହାରିବା ଅବଶ୍ୟ ଆମକୁ କଷ୍ଟ ଦେଇଥିଲା। ତେବେ ପୁଣି ଥରେ ଘରୋଇ ପରିବେଶରେ ବିଶ୍ୱକପ୍‌ ଖେଳାଯିବା ସ୍ପଷ୍ଟ ହୋଇଛି। ଫଳରେ ଅଧୁରା ସ୍ପପ୍ନ ପୂରଣ କରିବାକୁ ଆମକୁ ଆଉ ଏକ ସୁଯୋଗ ମିଳିଛି। ୨୦୨୩ ବିଶ୍ୱକପ୍‌ ଜାନୁୟାରୀ ୧୩ରୁ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହେବ। ପରେ ଭାରତ ବିଶ୍ୱକପର ଭେନ୍ୟୁ ସମ୍ପର୍କରେ ସୁଚନା ଦେବ। ଭାରତର ବେଞ୍ଚ ଷ୍ଟ୍ରେନ୍ଥ ବେଶ୍‌ ଦୃଢ଼ ରହିଛି। ଆଗାମୀ ବର୍ଷରେ ଅନ୍ତର୍ଜତୀୟସ୍ତରରେ ଏକାଧିକ ଟୁର୍ନାମେଣ୍ଟ ଭାରତ ଅଂଶଗ୍ରହଣ କରିବାର କାର୍ଯକ୍ରମ ରହିଛି। ଫଳରେ ଏହି ବିଶ୍ୱକପ୍‌ ପୂର୍ବରୁ ଭାରତ ଏକ ଶକ୍ତିଶାଳୀ ଦଳ ଗଢ଼ି ତୋଳିବାର ସକ୍ଷମ ହୋଇପାରିବ ବୋଲି ମନପ୍ରୀତ କହିଛନ୍ତି। ଆଗାମୀ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ ହେବାକୁ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ସମୟ ରହିଛି। ତେବ ବର୍ତ୍ତମାନ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଭଲ ପ୍ରଦର୍ଶନ କରିବାର ଆମର ପ୍ରଥମ ଲକ୍ଷ୍ୟ ରହିଛି। ଏହି ୨୦୨୦ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଆମକୁ ଭଲ ପ୍ରଦର୍ଶନ କରିବାକୁ ଭଲ ପ୍ଲଟଫର୍ମ ପ୍ରଦାନ କରିବ ବୋଲି ମନପ୍ରୀତ କହିଛନ୍ତି। ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିପାରିଲେ ଏହା ବିଶ୍ୱକପ୍‌ରେ ଉନ୍ନତ ପ୍ରଦର୍ଶନ କରିବାକୁ ଖୋରାକ ଯୋଗାଇବ। ସିନିୟର ଓ ଜୁନିୟରସ୍ତରରେ ଆମ ପାଖରେ ବହୁ ସଂଖ୍ୟାରେ ପ୍ରତିଭାସମ୍ପନ୍ନ ତଥା ଦକ୍ଷ ଖେଳାଳି ରହିଛନ୍ତି। ଆଗାମୀ ୨-୩ ବର୍ଷ ମଧ୍ୟରେ ଏମାନେ ନିଜ ଦକ୍ଷତା ପ୍ରମାଣିତ କରିବାର ଓ ମିଳିବାକୁ ଥିବା ସୁଯୋଗର ସଦ୍‌ବ୍ୟବହାର କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
୨୦୧୮ରେ ଭୁବନେଶ୍ୱରେ ଅନୁଷ୍ଠିତ ହକି ବିଶ୍ୱକପ ସଫଳତାର ଶୀର୍ଷକୁ ଛୁଇଁଥିଲା। ସେହିଭଳି ଭାବେ ୨୦୨୩ ବିଶ୍ୱକପ୍‌ ସଫଳ ହେବ ବୋଲି ମନପ୍ରୀତ ଆଶା ପ୍ରକାଶ କରିଛନ୍ତି। ୨୦୨୨ରୁ ୨୦୨୩ ମଧ୍ୟରେ ଖେଳାଯିବାକୁ ଥିବା ମେଜର ଟୁର୍ନାମେଣ୍ଟଗୁଡିକରେ ଭଲ ପ୍ରଦର୍ଶନ କରିବା ଉପରେ ଆମେ ଗୁରୁତ୍ୱ ଦେଉଛୁ ବୋଲି ସେ କହିଛନ୍ତି। ଏଥିରେ ଏସିଆ କପ ସାମିଲ ରହିଛି। ଏଥିରେ ବିଜୟୀ ହେଲେ ଭାରତ ବିଶ୍ୱକପ୍‌ ଯୋଗ୍ୟତା ହାସଲ କରିବ। ଯଦିଓ ଆୟୋଜକ ଭାବେ ଭାରତ ସିଧାସଳଖ ବିଶ୍ୱକପ୍‌ ଯୋଗ୍ୟତା ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri