Posted inଖେଳ

ଫାଙ୍କା ଷ୍ଟାଡିୟମରେ ମଜା ଆସିବନି: କୋହଲି

ନୂଆଦିଲ୍ଲୀ,୮।୫(ପି.ଟି.): କୋଭିଡ-୧୯ ମହାମାରୀ ସାରା ବିଶ୍ୱକୁ କବଳିତ କରିଥିବା ବେଳେ ଦର୍ଶକଙ୍କ ଉପସ୍ଥିତି ବିନା ଷ୍ଟାଡିୟମରେ କ୍ରିକେଟ ଖେଳାଯାଇ ପାରିବ। କିନ୍ତୁ ଏଥିରେ ମଜା ରହିବ ନାହିଁ ବୋଲି ଭାରତୀୟ ଅଧିନାକୟ ବିରାଟ କୋହଲି କହିଛନ୍ତି। ଏହି ମହାମାରୀ କାରଣରୁ ଦୀର୍ଘଦିନ ହେବ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ଆୟୋଜିତ ହୋଇପାରିନାହିଁ। ତେଣୁ ବିଶ୍ୱର ସବୁ କ୍ରିକେଟ ବୋର୍ଡଗୁଡିକ ଫାଙ୍କା ଷ୍ଟାଡିୟମରେ ମ୍ୟାଚ୍‌ ଆୟୋଜନ ନେଇ ବିଚାର କରିଛନ୍ତି। ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବ ଟି୨୦ ବିଶ୍ୱକପ୍‌ ଦର୍ଶକଙ୍କ ଅନୁପସ୍ଥିତିରେ ଆୟୋଜନ କରିବାକୁ ଅନୁମାନ କରାଯାଉଛି। କରୋନା ଭାଇରସ କାରଣରୁ ଏହି ମେଗା ଇଭେଣ୍ଟ ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବର୍ତ୍ତମାନ ପରିସ୍ଥିତିରେ ବିନା ଦର୍ଶକରେ କ୍ରିକେଟ ଅବଶ୍ୟ ସମ୍ଭବ। ସବୁବେଳେ ଦର୍ଶକଙ୍କ ଉପସ୍ଥିତିରେ ଖେଳି ଆସିଛୁ। ତେଣୁ ଫାଙ୍କା ଷ୍ଟାଡିୟମରେ ଏହା କିଭଳି ଗ୍ରହଣ କରାଯିବ ତାହା କହିବା ଅସମ୍ଭବ ବୋଲି କୋହଲି ଷ୍ଟାର ସ୍ପୋଟର୍‌ସ ଶୋ ‘କ୍ରିକେଟ କନେକ୍ଟେଡ୍‌’ରେ ସାକ୍ଷାତ୍‌କାର ଦେବା ଅବସରରେ କହିଛନ୍ତି। କିନ୍ତୁ ଏଭଳି ମ୍ୟାଚ୍‌ ଆୟୋଜନ ହେଲେ ମଜା ତଥା ରୋମାଞ୍ଚ ରହିବନି। ଦର୍ଶକଙ୍କ ହୋ ହାଲ୍ଲା, ଚାପ, ଟେନ୍‌ସନ ସବୁ କିଛି କ୍ରିକେଟର ଅଂଶବିଶେଷ। ବିନା ଦର୍ଶକରେ ଏଭଳି ପରିବେଶ ସୃଷ୍ଟି କରାଯାଇ ପାରିବନି ବୋଲି ସେ ସ୍ପଷ୍ଟ କରିଛନ୍ତି।
ପୂର୍ବରୁ ବେନ୍‌ ଷ୍ଟୋକ୍ସ, ଜାସନ ରଏ, ଜୋସ ବଟଲର ଓ ପ୍ୟାଟ କୁମିନ୍ସଙ୍କ ଭଳି କ୍ରିକେଟର ରୁଦ୍ଧଦ୍ୱାରରେ ଖେଳିବା ନେଇ ନିଜର ସମ୍ମତି ପ୍ରକାଶ କରିଛନ୍ତି। ତେବେ ବିନା ଦର୍ଶକରେ ବିଶ୍ୱକପ୍‌ ଆୟୋଜନ କରିବାକୁ କିମ୍ବଦନ୍ତୀ ଅଷ୍ଟ୍ରେଲୀୟ କ୍ରିକେଟର ଆଲାନ୍‌ ବର୍ଡର ନାପସନ୍ଦ କରିଛନ୍ତି। ଅନ୍ୟତମ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ଓ ଅନ୍ୟ କେତେକ କ୍ରିକେଟର ମଧ୍ୟ ସମାନ ମତ ପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri