Posted inଖେଳ

ଫାଓ ନିର୍ବାଚନ: ଦେବାଶିଷ ସଭାପତି, ଆଶୀର୍ବାଦ ସମ୍ପାଦକ

କଟକ ଅଫିସ,୫ା୨-  ନିର୍ବାଚନ ପୂର୍ବରୁ ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ)ର କର୍ମକର୍ତ୍ତା ତାଲିକା ଚୂଡ଼ାନ୍ତ ହୋଇଯାଇଛି। ସଭାପତି ଭାବେ ପୂର୍ବତନ ବିଧାୟକ ତଥା ଫାଓର ପୂର୍ବତନ ସଭାପତି ଦେବାଶିଷ ସାମନ୍ତରାୟ ପଦବୀ ବଜାୟ ରଖିଛନ୍ତି। ଦେବାଶିଷଙ୍କର ଏହା ଲଗାତାର ୩ୟ କାର୍ଯ୍ୟକାଳ। ଅନ୍ୟପକ୍ଷରେ ବରିଷ୍ଠ କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦ ବେହେରା ପ୍ରଥମ ଥର ପାଇଁ ଫୁଟବଲ ସଂଘର ଦାୟିତ୍ୱ ନେବାକୁ ପ୍ରସ୍ତୁତ ହୋଇଛନ୍ତି। ବିନା ପ୍ରତିଦ୍ୱନ୍ଦ୍ୱିତାରେ ଆଶୀର୍ବାଦ ହୋଇଛନ୍ତି ଫାଓର ସମ୍ପାଦକ। ସଂଘର ସମସ୍ତ ପଦବୀ ଚୂଡ଼ାନ୍ତ ହୋଇଥିବା ବେଳେ ଆସନ୍ତା ୧୬ରେ ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବାସହ ନୂତନ ପଦାଧିକାରୀ ଦାୟତ୍ୱ ଗ୍ରହଣ କରିବେ।
ଫାଓ ନିର୍ବାଚନ ପାଇଁ ମଙ୍ଗଳବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଓ ଚୂଡ଼ାନ୍ତ ପ୍ରାର୍ଥି ତାଲିକା ଘୋଷଣା ଦିବସ ଧାର୍ଯ୍ୟ କରାଯାଇଥିଲା। ସଭାପତି ପଦବୀ ପାଇଁ ଦେବାଶିଷ, କାର୍ଯ୍ୟକାରୀ ସଭାପତି ପଦବୀ ନିମନ୍ତେ ଶ୍ରୀକର ମିଶ୍ର, ସମ୍ପାଦକ ପାଇଁ ଆଶୀର୍ବାଦ, କୋଷାଧ୍ୟକ୍ଷ ପଦବୀ ନିମନ୍ତେ ଭକ୍ତବଲ୍ଲଭ ଦାସ ଏକମାତ୍ର ପ୍ରାର୍ଥିଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏଣୁ ଏହି ୪ ପଦବୀ ନିର୍ଦ୍ୱନ୍ଦରେ ପୂରଣ ହୋଇଥିଲା। ଅନ୍ୟପକ୍ଷରେ ୮ଟି ଉପସଭାପତି ପଦବୀ ନିମନ୍ତେ ୧୩ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ। ସେଖ ଅକମଲ ଅଲ୍ଲୀ, ଯୁଗଳ ସିଂ, ଡ. ଜନାର୍ଦ୍ଦନ ଦାସ, ଜୀବନ ମହାନ୍ତି ଓ ଉପେନ୍ଦ୍ରନାଥ ଦାସ ମଙ୍ଗଳବାର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ। ଫଳରେ ବିଜୟ ଦାସ, ଦିଲ୍ଲୀପ ସାହୁ, ପ୍ରଦୀପ କିଶୋର ମହାନ୍ତି, ରବି ନାରାୟଣ ପଣ୍ଡା, ହୃଦୟ ରଞ୍ଜନ ବେହେରା, ବସନ୍ତ କୁମାର ପାଣିଗ୍ରାହୀ, ରାଜେନ୍ଦ୍ର ମହାନ୍ତି, ପ୍ରଦୀପ କୁମାର ଦାସ ଉପସଭାପତି ଭାବେ ବିଜୟ ହାସଲ କରିଛନ୍ତି। ୩ଟି ଯୁଗ୍ମ ସମ୍ପାଦକ ପଦବୀ ନିମନ୍ତେ ୩ଜଣ ହିଁ ନାମାଙ୍କନପତ୍ର ଦାଖଲ କରିଥିଲେ। ଏମାନେ ହେଲେ ଅଭିଜିତ ପାଲ, ସାହିଦ ଜବାର ଓ ବିଶ୍ୱରଞ୍ଜନ ଘଡ଼େଇ। ଏହି ୩ ପ୍ରାର୍ଥି ମଧ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri