Categories: ଖେଳ

ଫାଇନାଲରେ ସେରେନା-ଆଣ୍ଡ୍ରିସ୍କୁ

ନ୍ୟୁୟର୍କ,୬।୯:କାନାଡାର ଟିନ୍‌ ଏଜ୍‌ ଖେଳାଳି ବିୟାଙ୍କା ଆଣ୍ଡ୍ରିସ୍କୁଙ୍କ ସଫଳତାର ଦୌଡ଼ ଏଠାରେ ଚାଲିଥିବା ୟୁଏସ୍‌ ଓପନରେ ଜାରି ରହିଛି। ସେ ସେମିଫାଇନାଲରେ ବେଲିଣ୍ଡା ବେନକିକ୍‌ଙ୍କୁ ୭-୬ (୭/୩), ୭-୫ ସେଟ୍‌ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ଚଳିତ ସିଜନରେ ଇଣ୍ଡିଆନ ଓ୍ବେଲ୍ସ ଓ ଟରଣ୍ଟୋରେ ଟାଇଟଲ ହାସଲ କରିଥିବା ଆଣ୍ଡ୍ରିସ୍କୁ ଶନିବାର ଖେଳାଯିବାକୁ ଥିବା ଫାଇନାଲରେ ନିଜ ଆଇଡଲ ସେରେନା ଓ୍ବିଲିୟମ୍ସଙ୍କୁ ଭେଟିବେ। ସେରେନା ଫାଇନାଲ ଜିତି କ୍ୟାରିୟରର ୨୪ଥର ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ହାତେଇବା ଲକ୍ଷ୍ୟରେ ରହିଛନ୍ତି। କାନାଡାର ଆଣ୍ଡ୍ରିସ୍କୁ ଜନ୍ମହେବା ପୂର୍ବରୁ ଆମେରିକାନ ଷ୍ଟାର ସେରେନା ୧୯୯୯ରେ ପ୍ରଥମ ୟୁଏସ୍‌ ଓପନ ଜିତିସାରିଥିଲେ। ଗତ ଥର ରୋଜର୍ସ କପ୍‌ରେ ଦୁଇ ଷ୍ଟାର ପରସ୍ପରକୁ ଭେଟିଥିଲେ। ହେଲେ ଆଣ୍ଡ୍ରିସ୍କୁ ୩-୧ ବ୍ୟବଧାନରେ ଆଗୁଆ ଥିବାବେଳେ ୩୭ ବର୍ଷୀୟା ଓ୍ବିଲିୟମ୍ସ ଆହତଜନିତ ସମସ୍ୟା ଯୋଗୁ ମ୍ୟାଚ୍‌ରୁ ଓହରିଯାଇଥିଲେ। ଫାଇନାଲରେ ବିପର୍ଯ୍ୟୟ ଘଟାଇବାରେ ସଫଳ ହେଲେ ସେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୯ମ ସ୍ଥାନ ହାସଲ କରିବେ। ଏବେ ସେ ର଼୍ୟାଙ୍କିଙ୍ଗ୍‌ର ୧୭୮ ତମ ସ୍ଥାନରେ ଅଛନ୍ତି। ମହିଳା ସିଙ୍ଗଲ୍ସର ଅନ୍ୟ ଏକ ସେମିଫାଇନାଲରେ ସେରେନା ୬-୩, ୬-୧ ସେଟ୍‌ରେ ଏଲିନା ସ୍ବିତୋଲିନାଙ୍କୁ ହରାଇଥିଲେ।

Share