ଫସଲ ନଷ୍ଟ କଲେ ହାତୀପଲ

ଯୋଡ଼ା,୧୫ା୫ (ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଗତ ୨ଦିନ ହେବ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି ା ବନ ବିଭାଗର ହାତୀ ସ୍କ୍ବାଡ ରାତି ସମୟରେ ସେମାନଙ୍କ ଗତିବିଧି ଉପରେ ସଠିକ ଭାବେ ନଜର ରଖୁ ନ ଥିବାରୁ ହାତୀପଲ ଲୋକଙ୍କ ଘର ଭାଙ୍ଗିବା ସହିତ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଗ୍ରାମବାସୀଙ୍କ ସୂଚନାନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ମିରିଗିସିଙ୍ଗା ଜଙ୍ଗଲରୁ ୧୮ଟି ହାତୀ ଆସି ବାସୁଦେବପୁର ଜଙ୍ଗଲରେ ପଶିଥିଲେ। ଏହି ହାତୀପଲ ନିକଟସ୍ଥ ଗ୍ରାମର ଯଶୋଦା ମହାକୁଡ଼, ନନ୍ଦନ ନାଏକ ଏବଂ ରେଭେନ୍ସାପୁର(ଖ) ଗ୍ରାମର ସନ୍ତୋଷ ଓରାମ୍‌ଙ୍କ ଘର ଭାଙ୍ଗି ଦେଇଥିଲେ। ଧାନ ଖାଇଦେଇଥିବା ବେଳେ ଅନେକ ଆସବାବପତ୍ର ନଷ୍ଟ କରିଥିଲେ। ପରେ ଚମକପୁର ଅଞ୍ଚଳରେ ବ୍ୟାପକ ଫସଲ ଦଳିଚକଟି ନଷ୍ଟ କରିଥିଲେ। ହାତୀପଲ ଗୁରୁବାର ଚମକପୁର ଗ୍ରାମ ଜଙ୍ଗଲରେ ଥିବା ଜଣାପଡିଛି ା ବନବିଭାଗ ତୁରନ୍ତ ସେମାନଙ୍କୁ ଘଉଡାଇବା ପାଇଁ ଦାବି ହୋଇଛି ା