Posted inରାଜ୍ୟ

ଫଳକରେ ସୀମିତ ଶୂଳିଆ ନାଳ ପୋଲ

ନୂଆଗାଁ,୮।୬(ଡି.ଏନ.ଏ.): ନୟାଗଡ ଜିଲା ନୂଆଗାଁ ବ୍ଲକ ଦୁର୍ଦ୍ଦୁରା ପଞ୍ଚାୟତ ବନମାଳୀପୁର ହରିଜନସାହି ଲୋକଙ୍କ ଯାତାୟାତରେ ବାଧକ ସାଜିଛି ଶୂଳିଆ ନାଳ। ଏହି ନାଳ ଉପରେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଦୀର୍ଘବର୍ଷରୁ ଦାବି କରି ଆସୁଥିବାବେଳେ ଗତ ୫ବର୍ଷ ତଳେ ତତ୍କାଳୀନ ଏମପି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ନାହିଁ। ଭିତ୍ତିପ୍ରସ୍ତର ସ୍ଥାପନର ଏକ ଫଳକ ଏବେ ମୂକସାକ୍ଷୀ ହୋଇରହିଛି।
ଦ୍ରକାଶ ଯେ, ନୟାଗଡ ଜିଲା ନୂଆଗାଁ ବ୍ଲକ ଦୁର୍ଦ୍ଦୁରା ପଞ୍ଚାୟତ ବନମାଳୀପୁର ହରିଜନ ସାହିରେ ୨୦ ପରିବାର ବସବାସ କରୁଛନ୍ତି । ସେମାନେ ଯେ କୌଣସି କାମରେ ମୁଖ୍ୟ ରାସ୍ତାକୁ ଯିବାକୁ ହେଲେ ସାହି ମୁଣ୍ଡରେ ଥିତ୍ବା ଶୂଳିଆ ନଦୀ ପାର ହୋଇ ଯିବାକୁ ପଡିଥାଏ । ଏପରିକି ଛୋଟ ପିଲାମାନେ ବନମାଳୀପୁର ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯିବାକୁ ହେଉ କିମ୍ବା ଅନ୍ୟ ପିଲାମାନେ ସ୍କୁଲ କଲେଜକୁ ଯିବାକୁ ହେଉ ଶୂଳିଆ ନଦୀ ପାର ହେବାକୁ ପଡିଥାଏ। ସେହିପରି କିଏ ରୋଗରେ ପଡିଲେ ଚିକିତ୍ସା ପାଇଁ ଡାକ୍ତରଖାନା କିମ୍ବା ସଉଦା ଆଣିବା ପାଇଁ ଦୋକାନକୁ ଯିବାକୁ ହେଲେ ଶୂଳିଆ ନଦୀ ପାର ହୋଇ ଯାଇଥାନ୍ତି। ଲୋକମାନେ ଖରାଦିନେ କଷ୍ଟେମଷ୍ଟେ ନଦୀ ପାର ହୋଇ ଯାଉଥିବାବେଳେ ଅଳ୍ପ ବର୍ଷା ହେଲେ କିମ୍ବା ବର୍ଷା ଦିନେ ତାହା ସମ୍ଭବ ହୋଇ ନ ଥାଏ। ନଦୀରେ ପାଣି ଭର୍ତ୍ତି ହୋଇଯିବାରୁ ପିଲାଙ୍କ ପାଠପଢା, ଡାକ୍ତରଖାନା ଯିବା, ବଜାର ସଉଦା ଆଦି କରିବା ବନ୍ଦ ହୋଇଯାଏ। ଏପରି ଅସୁବିଧାରେ ରହୁଥିବା ଲୋକମାନେ ଶୂଳିଆ ନଦୀରେ ପୋଲଟିଏ ନିର୍ମାଣ କରିବା ପାଇଁ ବିଭିନ୍ନ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜନେତାମାନଙ୍କୁ ଗୁହାରି କରି ନିରାଶ ହେବା ପରେ ଗ୍ରାମବାସୀ ଏକତ୍ରିତ ହୋଇ ତତ୍କାଳୀନ କନ୍ଧମାଳ ଏମପି ରୁଦ୍ରମାଧବ ରାୟଙ୍କୁ ଜଣାଇଥିଲେ । ବନମାଳୀପୁର ହରିଜନସାହି ଲୋକଙ୍କ ପାଇଁ ଶୂଳିଆ ନଦୀରେ ପୋଲ ନିର୍ମାଣ ନିହାତି ଆବଶ୍ୟକ ଅନୁଭବ କରି ଏମପି ରାୟ ୨୦୧୪ ଜାନୁୟାରୀ ୧ ତାରିଖରେ ନଦୀ କୂଳରେ ଶୂଳିଆ ନାଳ ପୋଲର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏ ନେଇ ଏକ ଫଳକ ନିର୍ମାଣ କରାଯାଇଥିଲା। ଯେଉଁଥିରେ କି କନ୍ଧମାଳ ଏମପିଙ୍କ ନାମ ସହ ତତ୍କାଳୀନ ନୂଆଗାଁ ବ୍ଲକ ଚେୟାରମ୍ୟାନ , ଉପାଧ୍ୟକ୍ଷ, ବିଡିଓ, ସରପଞ୍ଚଙ୍କ ନାମ ଉଲ୍ଲେଖ କରାଯାଇଥିଲା । କିନ୍ତୁ ଭିତ୍ତିପ୍ରସ୍ତର ସ୍ଥାପନର ୫ ବର୍ଷ ବିତିଯାଇଥିଲେ ମଧ୍ୟ ସେଠାରେ ପୋଲ ନିର୍ମାଣ ହୋଇ ପାରିଲା ନାହିଁ । ଲୋକମାନେ କଷ୍ଟରେ ନଦୀ ପାର ହେଉଥିବାବେଳେ ନଦୀ ମୁହାଣରେ ରହି ଫଳକ କେବଳ ଉପହାସ କରୁଥିବା ଭଳି ମନେ ହେଉଥିବା କହିଛନ୍ତି ବନମାଳୀପୁର ହରିଜନସାହିର ସୁଧାଂଶୁ ନାୟକ,ପଙ୍କଜ ନାୟକ,ଦୀପକ ନାୟକ ପ୍ରମୋଦ ନାୟକ,ପ୍ରଫୁଲ ନାୟକ ପ୍ରମୁଖ। ବନମାଳୀପୁର ଲୋକଙ୍କ ସୁବିଧା ଦୃଷ୍ଟିରୁ ଶୂଳିଆ ନାଳରେ ପୋଲ ନିର୍ମାଣ ବାବଦରେ ନୂଆଗାଁ ବିଡିଓ ଶିରିୟାଲ ଏସ ପଟେଲଙ୍କୁ ପଚାରିବାରେ ସେ କୁହନ୍ତି, ମୁଁ ସେ ବିଷୟରେ କିଛି ଜାଣିନି କିମ୍ବା ସେ ନେଇ କୌଣସି ଅଭିଯୋଗ ବି ଆସିନି । ମୁଁ ତଦନ୍ତ କରିବି, ଯଦି ଆବଶ୍ୟକ ଥିବ ତେବେ କିଭଳି ପୋଲ ନିର୍ମାଣ ହୋଇ ପାରିବ ଚେଷ୍ଟା କରିବି ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri