Posted inରାଜ୍ୟ

ଫଳକରେ ସୀମିତ ଶୂଳିଆ ନାଳ ପୋଲ

ନୂଆଗାଁ,୮।୬(ଡି.ଏନ.ଏ.): ନୟାଗଡ ଜିଲା ନୂଆଗାଁ ବ୍ଲକ ଦୁର୍ଦ୍ଦୁରା ପଞ୍ଚାୟତ ବନମାଳୀପୁର ହରିଜନସାହି ଲୋକଙ୍କ ଯାତାୟାତରେ ବାଧକ ସାଜିଛି ଶୂଳିଆ ନାଳ। ଏହି ନାଳ ଉପରେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଦୀର୍ଘବର୍ଷରୁ ଦାବି କରି ଆସୁଥିବାବେଳେ ଗତ ୫ବର୍ଷ ତଳେ ତତ୍କାଳୀନ ଏମପି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ନାହିଁ। ଭିତ୍ତିପ୍ରସ୍ତର ସ୍ଥାପନର ଏକ ଫଳକ ଏବେ ମୂକସାକ୍ଷୀ ହୋଇରହିଛି।
ଦ୍ରକାଶ ଯେ, ନୟାଗଡ ଜିଲା ନୂଆଗାଁ ବ୍ଲକ ଦୁର୍ଦ୍ଦୁରା ପଞ୍ଚାୟତ ବନମାଳୀପୁର ହରିଜନ ସାହିରେ ୨୦ ପରିବାର ବସବାସ କରୁଛନ୍ତି । ସେମାନେ ଯେ କୌଣସି କାମରେ ମୁଖ୍ୟ ରାସ୍ତାକୁ ଯିବାକୁ ହେଲେ ସାହି ମୁଣ୍ଡରେ ଥିତ୍ବା ଶୂଳିଆ ନଦୀ ପାର ହୋଇ ଯିବାକୁ ପଡିଥାଏ । ଏପରିକି ଛୋଟ ପିଲାମାନେ ବନମାଳୀପୁର ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯିବାକୁ ହେଉ କିମ୍ବା ଅନ୍ୟ ପିଲାମାନେ ସ୍କୁଲ କଲେଜକୁ ଯିବାକୁ ହେଉ ଶୂଳିଆ ନଦୀ ପାର ହେବାକୁ ପଡିଥାଏ। ସେହିପରି କିଏ ରୋଗରେ ପଡିଲେ ଚିକିତ୍ସା ପାଇଁ ଡାକ୍ତରଖାନା କିମ୍ବା ସଉଦା ଆଣିବା ପାଇଁ ଦୋକାନକୁ ଯିବାକୁ ହେଲେ ଶୂଳିଆ ନଦୀ ପାର ହୋଇ ଯାଇଥାନ୍ତି। ଲୋକମାନେ ଖରାଦିନେ କଷ୍ଟେମଷ୍ଟେ ନଦୀ ପାର ହୋଇ ଯାଉଥିବାବେଳେ ଅଳ୍ପ ବର୍ଷା ହେଲେ କିମ୍ବା ବର୍ଷା ଦିନେ ତାହା ସମ୍ଭବ ହୋଇ ନ ଥାଏ। ନଦୀରେ ପାଣି ଭର୍ତ୍ତି ହୋଇଯିବାରୁ ପିଲାଙ୍କ ପାଠପଢା, ଡାକ୍ତରଖାନା ଯିବା, ବଜାର ସଉଦା ଆଦି କରିବା ବନ୍ଦ ହୋଇଯାଏ। ଏପରି ଅସୁବିଧାରେ ରହୁଥିବା ଲୋକମାନେ ଶୂଳିଆ ନଦୀରେ ପୋଲଟିଏ ନିର୍ମାଣ କରିବା ପାଇଁ ବିଭିନ୍ନ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜନେତାମାନଙ୍କୁ ଗୁହାରି କରି ନିରାଶ ହେବା ପରେ ଗ୍ରାମବାସୀ ଏକତ୍ରିତ ହୋଇ ତତ୍କାଳୀନ କନ୍ଧମାଳ ଏମପି ରୁଦ୍ରମାଧବ ରାୟଙ୍କୁ ଜଣାଇଥିଲେ । ବନମାଳୀପୁର ହରିଜନସାହି ଲୋକଙ୍କ ପାଇଁ ଶୂଳିଆ ନଦୀରେ ପୋଲ ନିର୍ମାଣ ନିହାତି ଆବଶ୍ୟକ ଅନୁଭବ କରି ଏମପି ରାୟ ୨୦୧୪ ଜାନୁୟାରୀ ୧ ତାରିଖରେ ନଦୀ କୂଳରେ ଶୂଳିଆ ନାଳ ପୋଲର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏ ନେଇ ଏକ ଫଳକ ନିର୍ମାଣ କରାଯାଇଥିଲା। ଯେଉଁଥିରେ କି କନ୍ଧମାଳ ଏମପିଙ୍କ ନାମ ସହ ତତ୍କାଳୀନ ନୂଆଗାଁ ବ୍ଲକ ଚେୟାରମ୍ୟାନ , ଉପାଧ୍ୟକ୍ଷ, ବିଡିଓ, ସରପଞ୍ଚଙ୍କ ନାମ ଉଲ୍ଲେଖ କରାଯାଇଥିଲା । କିନ୍ତୁ ଭିତ୍ତିପ୍ରସ୍ତର ସ୍ଥାପନର ୫ ବର୍ଷ ବିତିଯାଇଥିଲେ ମଧ୍ୟ ସେଠାରେ ପୋଲ ନିର୍ମାଣ ହୋଇ ପାରିଲା ନାହିଁ । ଲୋକମାନେ କଷ୍ଟରେ ନଦୀ ପାର ହେଉଥିବାବେଳେ ନଦୀ ମୁହାଣରେ ରହି ଫଳକ କେବଳ ଉପହାସ କରୁଥିବା ଭଳି ମନେ ହେଉଥିବା କହିଛନ୍ତି ବନମାଳୀପୁର ହରିଜନସାହିର ସୁଧାଂଶୁ ନାୟକ,ପଙ୍କଜ ନାୟକ,ଦୀପକ ନାୟକ ପ୍ରମୋଦ ନାୟକ,ପ୍ରଫୁଲ ନାୟକ ପ୍ରମୁଖ। ବନମାଳୀପୁର ଲୋକଙ୍କ ସୁବିଧା ଦୃଷ୍ଟିରୁ ଶୂଳିଆ ନାଳରେ ପୋଲ ନିର୍ମାଣ ବାବଦରେ ନୂଆଗାଁ ବିଡିଓ ଶିରିୟାଲ ଏସ ପଟେଲଙ୍କୁ ପଚାରିବାରେ ସେ କୁହନ୍ତି, ମୁଁ ସେ ବିଷୟରେ କିଛି ଜାଣିନି କିମ୍ବା ସେ ନେଇ କୌଣସି ଅଭିଯୋଗ ବି ଆସିନି । ମୁଁ ତଦନ୍ତ କରିବି, ଯଦି ଆବଶ୍ୟକ ଥିବ ତେବେ କିଭଳି ପୋଲ ନିର୍ମାଣ ହୋଇ ପାରିବ ଚେଷ୍ଟା କରିବି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri