Posted inଖେଳ

ଫର୍ମୁଲାଓ୍ବାନ୍‌ ଡ୍ରାଇଭର୍‌ ହେବାକୁ ଚାହୁଁଥିଲେ, କିନ୍ତୁ କ୍ରିକେଟରେ ଉଇକେଟ୍‌କିପର୍‌ ଭାବେ ମିଳିଲା ପରିଚୟ

ଭାରତୀୟ କ୍ରିକେଟ ଦଳର ଉଇକେଟ୍‌କିପର୍‌ ବ୍ୟାଟ୍ସମ୍ୟାନ୍‌ ରୁଦ୍ଧିମାନ ଶାହ ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୪ ମସିହା ଅକ୍ଟୋବର ୨୪ରେ ପଶ୍ଚିମବଙ୍ଗର ସିଲିଗୁଡିରେ ଜନ୍ମଗ୍ରହଣ କରିଥିଲେ। ୨୦୧୦ରେ ସେ ନାଗପୁରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡେବ୍ୟୁ କରିଥିଲେ। କିନ୍ତୁ ଜାଣିଛନ୍ତି କି ଆରମ୍ଭରୁ ଜଣେ ଦ୍ରୁତ ବୋଲର୍‌ ଭାବେ ଦଳରେ ଯୋଗ ଦେଇଥିଲେ। ଟେନିସ୍‌ ବଲ୍‌ ଖେଳୁଥିବାବେଳେ ଶାହ ପେସ୍‌ ବୋଲିଂ କରୁଥିଲେ। କିନ୍ତୁ ଗୋଟିଏ ମ୍ୟାଚ୍‌ରେ ଉଇକେଟ୍‌ କିପିଂ କରିଥିଲେ। ତାଙ୍କୁ ଭଲ ଲାଗିବାରୁ ସେ ବୋଲି ଛାଡି ଉଇକେଟ୍‌ କିପିଂ ପ୍ରତି ଅଧିକ ଧ୍ୟାନ ଦେଲେ। ଛୋଟବେଳେ କିନ୍ତୁ ଶାହ କ୍ରିକେଟର ହେବାକୁ ଚାହୁଁ ନ ଥିଲେ। ସେ ଫର୍ମୁଲା ଓ୍ବାନ୍‌ ଡ୍ରାଇଭର୍‌ ହେବାକୁ ଚାହୁଁଥିଲେ। କିନ୍ତୁ ଅର୍ଥାଭାବରୁ ସେ ନିଜର ଏହି ସ୍ବପ୍ନ ପୂରଣ କରିପାରି ନ ଥିଲେ। କ୍ୟାରିୟର୍‌ ଭଳି ତାଙ୍କ ଲଭ୍‌ ଷ୍ଟୋରୀ ମଧ୍ୟ ରୋଚକ ଥିଲା। ଦୀର୍ଘ ୪ ବର୍ଷର ପ୍ରେମ ସମ୍ପର୍କ ପରେ ଦେବାରତିଙ୍କୁ ସେ ୨୦୧୧ରେ ବିବାହ କରିଥିଲେ। ଶାହ ୨୫ଟି ଷ୍ଟେ ମ୍ୟାଚ୍‌ ଖେଳି ୩୦.୩୩ ହାରରେ ୧୨୦୯ ରନ୍‌ କରିବା ସହ ୮୬ଟି କ୍ୟାଚ୍‌ ନେଇଥିଲେ। ୧୧ଟି ଷ୍ଟମ୍ପିଂ କରିଥିଲେ। ସେହିପରି ୯ଟି ଏକଦିବସୀୟ ମ୍ୟାଚ୍‌ ଖେଳି ସେ ମାତ୍ର ୪୧ ରନ୍‌ କରିଥିବାବେଳେ ୧୭ଟି କ୍ୟାଚ୍‌ ଏବଂ ୧ଟି ଷ୍ଟମ୍ପିଂ ତାଙ୍କ ନାଁରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri