Categories: ରାଜ୍ୟ

ଫନୀ ବିପନ୍ନଙ୍କୁ ସହାୟତା: ଶିକ୍ଷକ ସଂଘ ଦେଲା ୮୨,୨୦୦ ଟଙ୍କା

ଭୁବନ, ୧।୬(ଡି.ଏନ.ଏ.): ଭୁବନ ଶିକ୍ଷକ ସଂଘ ପକ୍ଷରୁ ‘ଫନୀ’ ବିପନ୍ନଙ୍କୁ ସହାୟତା ପ୍ରଦାନ କରାଯାଇଛି। ଆଦାୟ କରାଯାଇଥିବା ୮୨,୨୦୦ ଟଙ୍କାର ସହାୟତା ଚେକ୍‌ ଜିଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଆପତ୍‌କାଳୀନ ପାଣ୍ଠିଙ୍କୁ ପଠାଯାଇଇଛି।ଏହି ଅବସରରେ ଆଗାମୀ ଶିକ୍ଷାବର୍ଷରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା। ଏଥିସହ ବିଇଓ କାର୍ଯ୍ୟାଳୟର କର୍ମଚାରୀ ସନ୍ତୋଷ କୁମାର ଦାସଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଇଓ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଏନ୍‌ଏସି ସିଆର୍‌ସିସି ଶତ୍ରୁଘ୍ନ ପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସିଆର୍‌ସିସି ଯୁଧିଷ୍ଠିର ବେହେରା, ଉତ୍କଳମଣି ବେହେରା, ପ୍ରଜିତ କିଶୋର ସାହୁ, ନୃସିଂହ ଚରଣ ମିଶ୍ର, ଦୀପ୍ତିରଞନ ଦାସ, ରଞ୍ଜନ ବିଶ୍ୱାଳ, ତ୍ରିଲୋଚନ ଦଳେଇ, କିଶୋର ଚନ୍ଦ୍ର ସାହୁ, ପ୍ରଭାସ ବେହେରା, ଦୁଷ୍ମନ୍ତ ବେହେରା, ଅଜୟ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ସିଆର୍‌ସିସି ଅବନୀ କୁମାର ନାୟକ ଧନ୍ୟବାଦ ଦେଇଥିଲେ।