‘ଫନୀ’ର ପ୍ରଭାବ : ଉପୁଡିଲା ଗଛ, ଆଶ୍ରୟ ସ୍ଥଳରେ ଲୋକଙ୍କ ଥଇଥାନ

ଓଡଗାଁ, ୩।୫(ସ୍ବ.ପ୍ର.): ଗୁରୁବାର ଅପରାହ୍ନରୁ ‘ଫନୀ’ର ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ହାଲୁକା ପବନ ସାଙ୍ଗକୁ ଲଗାତର ବର୍ଷା ଲାଗିରହିଛି । ଶୁକ୍ରବାର ଭୋରରୁ ବର୍ଷାର ପରିମାଣ ବୃଦ୍ଧି ପାଇଛି । ସେହିପରି ପବନର ଗତିରେ ମଧ୍ୟ ପରିବର୍ତ୍ତନ ହୋଇଛି । ହାଡାଝୋଲା ପଞ୍ଚାୟତ ସାହିରେ ଏକ ଗଛ ଉପୁଡିବାରୁ ନାରାୟଣ ବେହେରାଙ୍କ ପରିବାର ଗୃହବନ୍ଦୀ ହୋଇ ରହିଛନ୍ତି । ଓଡଗାଁ ଏନ୍‌ଏସି ଓ ବ୍ଳକର ବିଭିନ୍ନ ପଞ୍ଚାୟତରେ କେତେକ ଆଶ୍ରୟ ସ୍ଥଳରେ ଲୋକମାନଙ୍କୁ ରଖାଯାଇଛି । ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି। ସକାଳ ସୁଦ୍ଧା ଗୋତିସାହି ପଞ୍ଚାୟତରେ ଲୋକମାନେ ପହଞ୍ଚିଥିଲେ ହେଲେ ପଞ୍ଚାୟତ ରେ କେହିନଥିବାରୁ ସେମାନଙ୍କ ଥଇଥାନରେ ବିଳମ୍ବ ହୋଇଥିଲା।