‘ଫନି’ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ: ୩୦ହଜାର ଲୋକ ସ୍ଥାନାନ୍ତର ହେବେ; ସମସ୍ତ ବିଭାଗୀୟ ଅଧିକାରୀଙ୍କ ଛୁଟି ବାତିଲ

ଭଦ୍ରକ ଅଫିସ, ୧ା୫- ଭଦ୍ରକ ଜିଲା ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହ ଠାରେ ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ସଭାପତିତ୍ୱରେ ବାତ୍ୟା ‘ଫନି’ର ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ସନ୍ଧ୍ୟାରେ  ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨ ତାରିଖ ସନ୍ଧ୍ୟା କିମ୍ବା ୩ ତାରିଖରେ ଓଡିଶାର ସ୍ଥଳଭାଗକୁ ଛୁଇଁବାର ସମ୍ଭାବନା ଥିବା ଏହି ବାତ୍ୟା ଭଦ୍ରକ ଜିଲା ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଥିବାର ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ୧୮୦ ରୁ ୨୦୦ କି.ମି. ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ଏହାକୁ ନେଇ ଜିଲାର ୧୦୦ ଟି ବାତ୍ୟାଶ୍ରୟ ସ୍ଥଳକୁ ପ୍ରସ୍ତୁତ ରଖିବା ସହ ଆବଶ୍ୟକ ସ୍ଥଳେ ମାଗଣା ରନ୍ଧା ଖାଦ୍ୟ ପ୍ରଦାନ ପାଇଁ ପ୍ରସ୍ତୁତ ହୋଇ ରହିବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦୁଝର ଜିଲାର ଉପରିଭାଗରେ ପ୍ରବଳ ବୃଷ୍ଟିପାତର ସମ୍ଭାବନାକୁ ଆଖିଆଗରେ ରଖି ସାଳନ୍ଦୀ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଭଦ୍ରକ ପୌରପାଳିକା ଓ ସଦର ବ୍ଲକର ବିଭିନ୍ନ ପାଣି ଅବରୋଧ କରୁଥିବା ଜାଗାକୁ ଚିହ୍ନଟ କରି ଯୁଦ୍ଧକାଳୀନ ଭିତ୍ତିରେ ବୁଧବାର ସକାଳ ଠାରୁ ସଫା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମୂଦ୍ରକୂଳିଆ ମତ୍ସଜୀବୀମାନଙ୍କୁ ବିପଦ ସଙ୍କେତ ଦର୍ଶାଯାଇ ବୁଧବାର ସୁଦ୍ଧା କୂଳକୁ ଫେରାଇ ଆଣିବା ପାଇଁ ଜିଲା ମତ୍ସ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମୂଦ୍ର ଉପକୂଳବର୍ତ୍ତୀ ୧୦ କି.ମି. ଭିତରେ ଥିବା ଅସୁରକ୍ଷିତ ଗ୍ରାମର ୩୦ ରୁ ୪୦ ହଜାର ଗ୍ରାମବାସୀ ମାନଙ୍କୁ ଆବଶ୍ୟକସ୍ଥଳେ ବାତ୍ୟାଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରିବା ପାଇଁ ବାତ୍ୟାଶ୍ରୟସ୍ଥଳୀ ସହ ଜଡିତ ଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ, ଓସ୍‌ଡମାର ତାଲିମଦାତା ସ୍ବେଚ୍ଛାସେବୀ ସମେତ ବ୍ଲକ ପ୍ରଶାସନିକ ଅଧିକାରୀଙ୍କୁ ଯୋଜନା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଗେଲପୁର ଠାରେ ଏକ ଓଡ୍ରାଫ୍‌ ଟିମ୍‌ ପ୍ରସ୍ତୁତ ହୋଇ ରହିଥିବା ସୂଚନା ଦିଆଯାଇଛି। ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଏସ୍‌ପି କୈଳାଶ ଚନ୍ଦ୍ର ପରିଡା, ଜିଲା ଜରୁରୀକାଳୀନ ଅଧିକାରୀ ଜୟଶ୍ରୀ ସେନାପତି, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ମିଶ୍ର, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋଲଖ ବେହେରା, ଜିଲା ଅଗ୍ନିଶମ ବିଭାଗୀୟ ଅଧିକାରୀ, ଜିଲା ଶିକ୍ଷାଧିକାରୀ, ସାଳନ୍ଦୀ ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ ତଥା ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର ଓ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

ସୁବର୍ଣ୍ଣରେଖାରେ ଗାଧୋଇବାବେଳେ ବୁଡ଼ିଗଲେ ଅଣ ଓଡ଼ିଆ ପର୍ଯ୍ୟଟକ

ବାଲେଶ୍ୱର,୩ା୧୦(ବାଞ୍ଛାନିଥି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରେ ଶନିବାର ଗାଧୋଇବା ବେଳେ ଜଣେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

ଛୋଟ କଥାରୁ ବଡ଼ କାଣ୍ଡ: ବୋହୂ ଉପରକୁ ଗରମ ତେଲ ଫୋପାଡ଼ିଲେ ଶାଶୁ

ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?