ପ୍ରେସର ବୋମା ବିସ୍ଫୋରଣରେ ଯବାନ ଶହୀଦ

ମାଲକାନଗିରି,୩୧ା୭ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡ଼ା ଜିଲାର ପଦଲି ଗ୍ରାମ ନିକଟରେ ମାଓବାଦୀଙ୍କ ପ୍ରେସର ବୋମା ବିସ୍ଫୋରଣରେ ଜଣେ ସିଆରପିଏଫ ଯବାନ ଶହୀଦ ହୋଇଛନ୍ତି। ତାଙ୍କ ନାମ ରୋଶନ କୁମାର। ତାଙ୍କ ଘର ବିହାରର ନୱାଡ଼ା ଗ୍ରାମରେ ବୋଲି ଜଣାପଡ଼ିଛି । ବଦଲି ଗ୍ରାମଠାରୁ ୩ କିଲୋମିଟର ଦୂରରେ ଥିବା ଏକ ଜଙ୍ଗଲରେ ମାଓବାଦୀମାନେ ଏକ ବୋମା ପଥର ଭିତରେ ଲୁଚାଇ ରଖିଥିଲେ। ପୁଷପାଲ କ୍ୟାମ୍ପର ୧୯୫ ବାଟାଲିୟନର ଯବାନମାନେ କୋମ୍ବିଂ ଅପରେଶନରେ ଯାଇ ଫେରୁଥିବା ବେଳେ ଏହି ବୋମା ବିସ୍ଫୋରଣ ହୋଇଥିଲା।