ପ୍ରେରଣାଦାୟିନୀ ଜୀବବିଜ୍ଞାନୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସମସ୍ତ ବିଭାଗକୁ ପ୍ରତିନିଧିତ୍ୱ କରୁଥିବା ଭାରତୀୟ ବୈଜ୍ଞାନିକଙ୍କ ଶୀର୍ଷ ସଂସ୍ଥା ହେଉଛି ଇଣ୍ଡିଆନ୍‌ ନ୍ୟାଶନାଲ ସାଇନ୍ସ ଏକାଡେମୀ (ଆଇଏନ୍‌ଏସ୍‌ଏ) ବା ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ। ଦେଶରେ ବିଜ୍ଞାନ ଓ ଏହାର ପ୍ରୟୋଗକୁ ଲୋକାଭିମୁଖୀ କରିବାରେ ଏକାଡେମୀର ଭୂମିକା ଅନସ୍ବୀକାର୍ଯ୍ୟ। ୧୯୩୫ରେ ଏହା ମୂଳତଃ ପ୍ରତିଷ୍ଠା ହୋଇଥିଲା। ୧୯୭୦ରେ ଆଇଏନ୍‌ଏସ୍‌ଏ ନାମ ବହନ କରିବା ପୂର୍ବରୁ ଏହା ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସ ଭାବେ ଜଣାଥିଲା। ସଂସ୍ଥାର ମୁଖ୍ୟାଳୟ ନୂଆଦିଲ୍ଲୀରେ ଅବସ୍ଥିତ। ୧୯୪୫ରେ ଭାରତ ସରକାର ଏହାକୁ ପ୍ରମୁଖ ବିଜ୍ଞାନସମ୍ମତ ସମିତି ଭାବେ ମାନ୍ୟତା ଦେଇଥିଲେ। ଏଭଳି ଏକ ମର୍ଯ୍ୟାଦାଜନକ ସଂସ୍ଥାର ପ୍ରଥମ ମହିଳା ସଭାପତି ହେବା ଲାଗି ଭାରତର ଖ୍ୟାତିସମ୍ପନ୍ନା ଜୀବବିଜ୍ଞାନୀ ଚନ୍ଦ୍ରିମା ଶାହା ନିର୍ବାଚିତ ହୋଇଛନ୍ତି। ଅଜୟ. କେ. ସୁଦ୍‌ଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଚନ୍ଦ୍ରିମା ଜାନୁୟାରୀ ୨୦୨୦ରୁ ୨୦୨୨ ଯାଏ ସଭାପତି ଦାୟିତ୍ୱରେ ରହିବେ। ମହିଳା ବୈଜ୍ଞାନିକ ଭାବେ ଏପରି ପଦବୀ ପାଇବା ପରେ ଚନ୍ଦ୍ରିମାଙ୍କ ନାମ ଚର୍ଚ୍ଚାକୁ ଆସିଛି।
୧୪ ଅକ୍ଟୋବର ୧୯୫୨ରେ ଚନ୍ଦ୍ରିମା ଜନ୍ମଗ୍ରହଣ କରିଥିଲେ। ସେ କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ଗବେଷଣା ଦିଗରେ ଗଭୀର ମନୋନିବେଶ କରି ୧୯୮୦ ସେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କେମିକାଲ ବାୟୋଲଜିରୁ ଡକ୍ଟରାଲ ରିସର୍ଚ୍ଚ ଶେଷ କରିଥିଲେ ଏବଂ କଲିକତା ବିଶ୍ୱବିଦ୍ୟାଳୟରୁ ପିଏଚ୍‌.ଡି. ଡିଗ୍ରୀ ଅର୍ଜନ କରିଥିଲେ। ପୋଷ୍ଟ ଡକ୍ଟରାଲ କରିବା ଲାଗି ସେ ନ୍ୟୁୟର୍କ ଯାଇଥିଲେ। ସେଠାରୁ ଫେରିବା ପରେ ସେ ୧୯୮୪ରେ ନୂଆଦିଲ୍ଲୀସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇମ୍ୟୁନୋଲଜିରେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ। ଗବେଷଣା କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିପାରିଥିବାରୁ ୧୯୯୦ରୁ ୧୯୯୨ ଯାଏ ତାଙ୍କୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ପୁରୁଷ ପ୍ରଜନନ କ୍ଷମତା ନିୟନ୍ତ୍ରଣ ଷ୍ଟିୟରିଂ କମିଟିର ସଦସ୍ୟ କରାଯାଇଥିଲା। ସେହିପରି ୨୦୧୩ରୁ ୨୦୧୬ ଯାଏ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚର ସାଇଣ୍ଟିଫିକ୍‌ ଆଡ୍‌ଭାଇଜରି ବୋର୍ଡର ମଧ୍ୟ ଚନ୍ଦ୍ରିମା ସଦସ୍ୟ ରହିଥିଲେ। ସେ ଏବେ ଗାନ୍ଧୀନଗରସ୍ଥିତ ଆଇଆଇଟି ଗଭର୍ନିଂ କାଉନ୍‌ସିଲର ସଦସ୍ୟ ଅଛନ୍ତି। ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇମ୍ୟୁନୋଲଜିର ପ୍ରଫେସର ଥିବା ଚନ୍ଦ୍ରିମା ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ଆଇଏନ୍‌ଏସ୍‌ଏର ଉପସଭାପତି (ଅନ୍ତର୍ଜାତୀୟ) ଦାୟିତ୍ୱରେ ଥିଲେ। ସେ ଓ୍ବାର୍ଲଡ୍‌ ଏକାଡେମୀ ଅଫ୍‌ ସାଇନ୍ସ, ଆଇଏନ୍‌ଏସ୍‌ଏ, ଇଣ୍ଡିଆନ୍‌ ଏକାଡେମୀ ଅଫ୍‌ ସାଇନ୍ସ ଏବଂ ଓ୍ବେଷ୍ଟ ବେଙ୍ଗଲ ଏକାଡେମୀ ଅଫ୍‌ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲଜିର ନିର୍ବାଚିତ ଫେଲୋ ଅଛନ୍ତି। ଏବେ ସେ ସେଲ୍‌ ଡେଥ୍‌ ବା କୋଷର ମୃତ୍ୟୁ ନେଇ ଗବେଷଣା ନିମଗ୍ନା। ପରଜୀବୀଙ୍କ ମୃତ୍ୟୁ ହେଲେ ରୋଗ ଅନେକାଂଶରେ ନିୟନ୍ତ୍ରଣ ହୋଇପାରିବ ବୋଲି ମନେ କରି ସେ ତା’ ଉପରେ ଅଧିକ ବିଶ୍ଳେଷଣ କରି ଚାଲିଛନ୍ତି।
କାର୍ଯ୍ୟ ପ୍ରତି ଏକନିଷ୍ଠ ସାଧନା ଆଜି ଚନ୍ଦ୍ରିମାଙ୍କୁ ବିଜ୍ଞାନ ଜଗତରେ ପରିଚିତ କରାଇଛି। ତେବେ ତାଙ୍କ କ୍ୟାରିୟରର ପ୍ରାରମ୍ଭିକ ସମୟ କଥା ମନେପକାଇ ସେ କହନ୍ତି, ସେତେବେଳେ ପୁରୁଷ ବୈଜ୍ଞାନିକମାନେ ମହିଳା ସହକର୍ମୀମାନଙ୍କୁ ଅଣଦେଖା କରୁଥିଲେ। ଏଭଳି ଲିଙ୍ଗଗତ ପକ୍ଷପାତ ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିପାରିବ ନାହିଁ ବୋଲି ସେ ଧରି ନେଇଥିଲେ। ଆଗକୁ ବଢ଼ିବା ଲାଗି ନିରନ୍ତର ପ୍ରଚେଷ୍ଟା ଦରକାର ବୋଲି ଭାବିନେଇ ସେ ଗବେଷଣାରେ ଅଧିକ ମନୋନିବେଶ କରିଥିଲେ। ତାଙ୍କ ମତରେ ବିଜ୍ଞାନରେ ବିବିଧତା ହେଉଛି ଗୁରୁତ୍ୱପୂର୍ଣ୍ଣ କଥା। ଉଭୟ ପୁରୁଷ ଓ ମହିଳା ଗବେଷଣା କ୍ଷେତ୍ରରେ ବହୁଳ ଭାବେ ଅଂଶଗ୍ରହଣ କରିବାର ଆବଶ୍ୟକତା ରହିଛି। ଗବେଷଣା କ୍ଷେତ୍ରକୁ ଓହ୍ଲାଇବା ପୂର୍ବରୁ ଚନ୍ଦ୍ରିମା ଜଣେ ଭଲ କ୍ରିକେଟର ସହିତ ଆକାଶବାଣୀର ଭାଷ୍ୟକାର ଥିଲେ। କ୍ରିକେଟ ଖେଳିବା ବେଳେ ସେଥିରୁ ଦଳଗତ ସଫଳତା କୌଶଳ ଶିଖିଥିଲେ ବୋଲି ସେ କହିଛନ୍ତି। ତେଣୁ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ପାଇବାକୁ ହେଲେ ଏହି ମନୋବୃତ୍ତି ରହିବା ଦରକାର। ପଶ୍ଚିମବଙ୍ଗ ମହିଳା କ୍ରିକେଟ ଟିମ୍‌ର ଉପଅଧିନାୟିକା ଓ ଆକାଶବାଣୀର ପ୍ରଥମ ମହିଳା ଭାଷ୍ୟକାର ହେବାର ଗୌରବ ଅର୍ଜନ କରିଥିବା ଚନ୍ଦ୍ରିମାଙ୍କ କ୍ୟାରିୟରରେ ଆଇଏନ୍‌ଏସ୍‌ଏର ପ୍ରଥମ ମହିଳା ସଭାପତି ଆଖ୍ୟା ଯୋଡ଼ି ହେବାକୁ ଯାଉଛି। ଏହା ନିଶ୍ଚିତ ଭାବେ ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri