ପ୍ରେମ ପାଇଁ ୫ ଘଣ୍ଟାର ଆତଙ୍କ

ବଲାଙ୍ଗୀର ଅଫିସ, ୧୬ା୬:ଏକତରଫା ପ୍ରେମକୁ ନେଇ ବଲାଙ୍ଗୀର ସହରରେ ମଙ୍ଗଳବାର ସକାଳେ ଦେଖିବାକୁ ମିଳିଛି ୫ଘଣ୍ଟାର ଆତଙ୍କ। ଜଣେ ବନ୍ଧୁକଧାରୀ ଯୁବକ ଅନ୍ୟ ଜଣେ ବ୍ୟକ୍ତିଙ୍କ ଘରେ ପଶି ତିନିଜଣଙ୍କୁ ବନ୍ଧକ ରଖି ଆତଙ୍କରାଜ ଚଳାଇଥିଲେ। ଏହାପରେ ଏସ୍‌ପି ନୀତିନ କୁଶଲକରଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ‘ଅପରେଶନ୍‌ ବଲାଙ୍ଗୀର’। ପୋଲିସ ଟିମ୍‌ ୫ଘଣ୍ଟାର ଉଦ୍ୟମ ପରେ ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ବନ୍ଧକ ତିନି ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ଅଭିଯୁକ୍ତ ଜଣକ
ହେଲେ ବଲାଙ୍ଗୀର ସହର ତାଲପାଲିପଡ଼ାର ବିକ୍ରମ ପଣ୍ଡା (୩୫)। ମଙ୍ଗଳବାର ସକାଳ ସାଢ଼େ ୮ଟାରେ ବଲାଙ୍ଗୀର ସହରର ଶାନ୍ତିପଡ଼ାସ୍ଥିତ ଦିବ୍ୟଲୋଚନ ହୋତାଙ୍କ ଉପର ମହଲା ଘରକୁ ଅଭିଯୁକ୍ତ ଯୁବକ ବିକ୍ରମ ପଶି ଯାଇଥିଲେ। ସେ ଏକ ଏୟାର ବ୍ୟାଗ୍‌ ଧରିଥିଲେ। ତୁମ ଭାଣିଜୀଙ୍କୁ ଡାକ ବୋଲି ଦିବ୍ୟଲୋଚନଙ୍କୁ କହିବା ସହ ତାଙ୍କ ବ୍ୟାଗ୍‌ରୁ ବନ୍ଧୁକ କାଢ଼ି ମାରିଦେବାକୁ ଧମକ ଦେଇଥିଲେ।
ଏତିକି ବେଳେ ଘର ଭିତରେ ଦିବ୍ୟଲୋଚନଙ୍କ ସ୍ତ୍ରୀ ଓ ତାଙ୍କ ନାବାଳକ ପୁଅ ଆଶୁତୋଷ ରହିଥିଲେ। ସେମାନେ ଭୟଭୀତ ହୋଇପଡିଥିଲେ। କିନ୍ତୁ କୌଶଳକ୍ରମେ ଅଭିଯୁକ୍ତଙ୍କୁ ଚକ୍‌ମା ଦେଇ ଦିବ୍ୟଲୋଚନ, ତାଙ୍କ ସ୍ତ୍ରୀ ଓ ପୁଅ ଅନ୍ୟ ଏକ ଘରକୁ ପଶିଯାଇ ଘର କବାଟ ବନ୍ଦ କରିଦେଇଥିଲେ। ବନ୍ଧୁକଧାରୀ ଯୁବକ ଜଣକ ଉକ୍ତ ଘର ବାହାରେ ଦୀର୍ଘ ସମୟ ଧରି ଅଟକି ରହି କବାଟ ଖୋଲିବାକୁ ଧମକ ଦେଉଥିଲେ। ଘର ଭିତରୁ ଦିବ୍ୟଲୋଚନ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ବିକ୍ରମ ଘର ଭିତର ପଟୁ ମୁଖ୍ୟ ପ୍ରବେଶପଥ କବାଟ ବନ୍ଦ କରିଦେଇଥିଲେ। ଏଭଳି ପରିସ୍ଥିତିରେ ଏସ୍‌ପି କୁଶଲକର, ଏସ୍‌ଡିପିଓ ତୋଫାନ୍‌ ବାଗ, ଟାଉନ ଥାନା ଆଇଆଇସି ପ୍ରିୟଙ୍କା ରାଉତରାୟ, ୩ ଏପିଆର ସେକ୍ସନ୍‌ ପୋଲିସ, ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହ ଉକ୍ତ ଘରକୁ ଘେରାବନ୍ଦୀ କରିଥିଲେ। ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ ମଧ୍ୟ ସେ ମାନି ନ ଥିଲେ। ପୋଲିସ ବିକ୍ରମଙ୍କ ମା’, ଭାଇ ଓ ତାଙ୍କ ୪ ଜଣ ସାଙ୍ଗକୁ ଉକ୍ତ ଘରକୁ ନେଇ ବୁଝାଶୁଝା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେ ଗୁଳି କରି ନିଜକୁ ଓ ଅନ୍ୟମାନଙ୍କୁ ମାରି ଦେବେ ବୋଲି ଧମକ ଦେଇଥିଲେ। ବିକ୍ରମଙ୍କୁ ବୁଝାଶୁଝାରେ ବିଫଳ ହେବାପରେ ପୋଲିସ ଟିମ୍‌ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ମଧ୍ୟାହ୍ନ ସାଢ଼େ ୧୨ଟାରେ ଉକ୍ତ ଉପର ମହଲା କୋଠାରୁ ବନ୍ଧକ ତିନି ସଦସ୍ୟଙ୍କୁ ଝରକା ପଟରୁ ଉଦ୍ଧାର କରିଥିଲେ। ଏହାପରେ ବିକ୍ରମଙ୍କୁ କାବୁ କରିବା ଯୋଜନା କରାଯାଇଥିଲା। ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ପିନ୍ଧି ଏସ୍‌ପିଙ୍କ ଉପସ୍ଥିତିରେ ଉଭୟ ପଟୁ ପୋଲିସ ଟିମ୍‌ ଚଢ଼ାଉ କରି ଘର ଭିତରେ ପଶି ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ବିକ୍ରମ ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କୁ ଟାଉନ୍‌ ଥାନାରେ ରଖି ପଚରାଉଚରା କରାଯାଉଛି। ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରି ବିକ୍ରମ ଏଭଳି କାଣ୍ଡ ଭିଆଇଥିବା ଏସ୍‌ପି ପ୍ରକାଶ କରିଛନ୍ତି। ଅପରେଶନ୍‌ ବଲାଙ୍ଗୀର ସଫଳ ହୋଇଥିବାରୁ ସେ ସମସ୍ତ ପୋଲିସ ଟିମ୍‌କୁ ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଟିମ ଇଣ୍ଡିଆ ଖେଳାଳିଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ଜାଡେଜାଙ୍କ ସ୍ତ୍ରୀ: କହିଦେଲେ ଏମିତି, କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୧୧।୧୨: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ଏବଂ ଗୁଜରାଟ ସରକାରଙ୍କ ମନ୍ତ୍ରୀ ରିଭାବା ଜାଡେଜା ପୁଣିଥରେ ତାଙ୍କ ମନ୍ତବ୍ୟ ପାଇଁ...

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

ରାଜ୍ୟରେ ହାଡଭଙ୍ଗା ଶୀତ: ୧୦ ଡିଗ୍ରୀ ତଳେ ୧୬ ସହର, ସେମିଳିଗୁଡ଼ାରେ ସର୍ବନିମ୍ନ…

ଭୁବନେଶ୍ୱର,୧୧।୧୨: ଶୀତର ପ୍ରକୋପ ସମଗ୍ର ଓଡ଼ିଶାରେ କାୟା ବିସ୍ତାର କରିଥିବା ବେଳେ ରାଜ୍ୟର ବହୁ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି। ବିଗତ ଦୁଇ...

ଅସହ୍ୟ ଶୀତ: ପଡୁଛି ବରଫ..

ଫୁଲବାଣୀ,୧୧।୧୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଏବେ ଶୀତର ଲହରୀ ଜାରି ରହିଛି। ପର୍ଯ୍ୟଟକଙ୍କ ଆଗମନ ଧୀରେଧୀରେ ବଢୁଛି। ଗୁରୁବାର ଭୋର ସମୟରେ ଫୁଲବାଣୀରେ ବରଫର...

ଆଦିବାସୀ ମହିଳା ଶ୍ରମିକଙ୍କୁ ବଳାତ୍କାର କଲେ ଗାଁ ସାଥୀ, କାହା ଆଗରେ କହିଲେ ଜୀବନରୁ ମାରିଦେବି,ଏମିତି ଅଭିଯୋଗ ଆଣି ପୀଡ଼ିତା…

ଲାଞ୍ଜିଗଡ଼,୧୧ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ବିଜେପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ମହିଳା (୩୭)ଙ୍କୁ ବଳାତ୍କାର ଅଭିଯୋଗ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ...

ଖେଳିଗଲା ଆତଙ୍କ: ଏହି ଜିଲାରେ ୭୦୦୦ରୁ ଅଧିକ HIV ରୋଗୀ ଚିହ୍ନଟ: ୪୦୦ ଶିଶୁ ପଜିଟିଭ୍‌

ପାଟନା,୧୧।୧୨: ବିହାରର ସୀତାମାଢ଼ି ଜିଲାରୁ ଏକ ଚିନ୍ତାଜନକ ଖବର ଆସିଛି। ଏଚଆଇଭି ପଜିଟିଭ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହା ସ୍ବାସ୍ଥ୍ୟ ବିଭାଗ...

ବୈଜ୍ଞାନିକ କୌଶଳ ବ୍ୟବହାର କରି ଶିମିଳିପାଳ ଅଭୟାରଣ୍ୟରୁ କରୁଥିଲେ ଶିକାର: ୫ କୁଖ୍ୟାତ ଶିକାରୀଙ୍କୁ…. 

ବାରିପଦା,୧୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ୫ଜଣ କୁଖ୍ୟାତ ଶିକାରୀ ଧରା ପଡିଛନ୍ତି । ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ ପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri