ପ୍ରେମ ପାଇଁ ୫ ଘଣ୍ଟାର ଆତଙ୍କ

ବଲାଙ୍ଗୀର ଅଫିସ, ୧୬ା୬:ଏକତରଫା ପ୍ରେମକୁ ନେଇ ବଲାଙ୍ଗୀର ସହରରେ ମଙ୍ଗଳବାର ସକାଳେ ଦେଖିବାକୁ ମିଳିଛି ୫ଘଣ୍ଟାର ଆତଙ୍କ। ଜଣେ ବନ୍ଧୁକଧାରୀ ଯୁବକ ଅନ୍ୟ ଜଣେ ବ୍ୟକ୍ତିଙ୍କ ଘରେ ପଶି ତିନିଜଣଙ୍କୁ ବନ୍ଧକ ରଖି ଆତଙ୍କରାଜ ଚଳାଇଥିଲେ। ଏହାପରେ ଏସ୍‌ପି ନୀତିନ କୁଶଲକରଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ‘ଅପରେଶନ୍‌ ବଲାଙ୍ଗୀର’। ପୋଲିସ ଟିମ୍‌ ୫ଘଣ୍ଟାର ଉଦ୍ୟମ ପରେ ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ବନ୍ଧକ ତିନି ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ଅଭିଯୁକ୍ତ ଜଣକ
ହେଲେ ବଲାଙ୍ଗୀର ସହର ତାଲପାଲିପଡ଼ାର ବିକ୍ରମ ପଣ୍ଡା (୩୫)। ମଙ୍ଗଳବାର ସକାଳ ସାଢ଼େ ୮ଟାରେ ବଲାଙ୍ଗୀର ସହରର ଶାନ୍ତିପଡ଼ାସ୍ଥିତ ଦିବ୍ୟଲୋଚନ ହୋତାଙ୍କ ଉପର ମହଲା ଘରକୁ ଅଭିଯୁକ୍ତ ଯୁବକ ବିକ୍ରମ ପଶି ଯାଇଥିଲେ। ସେ ଏକ ଏୟାର ବ୍ୟାଗ୍‌ ଧରିଥିଲେ। ତୁମ ଭାଣିଜୀଙ୍କୁ ଡାକ ବୋଲି ଦିବ୍ୟଲୋଚନଙ୍କୁ କହିବା ସହ ତାଙ୍କ ବ୍ୟାଗ୍‌ରୁ ବନ୍ଧୁକ କାଢ଼ି ମାରିଦେବାକୁ ଧମକ ଦେଇଥିଲେ।
ଏତିକି ବେଳେ ଘର ଭିତରେ ଦିବ୍ୟଲୋଚନଙ୍କ ସ୍ତ୍ରୀ ଓ ତାଙ୍କ ନାବାଳକ ପୁଅ ଆଶୁତୋଷ ରହିଥିଲେ। ସେମାନେ ଭୟଭୀତ ହୋଇପଡିଥିଲେ। କିନ୍ତୁ କୌଶଳକ୍ରମେ ଅଭିଯୁକ୍ତଙ୍କୁ ଚକ୍‌ମା ଦେଇ ଦିବ୍ୟଲୋଚନ, ତାଙ୍କ ସ୍ତ୍ରୀ ଓ ପୁଅ ଅନ୍ୟ ଏକ ଘରକୁ ପଶିଯାଇ ଘର କବାଟ ବନ୍ଦ କରିଦେଇଥିଲେ। ବନ୍ଧୁକଧାରୀ ଯୁବକ ଜଣକ ଉକ୍ତ ଘର ବାହାରେ ଦୀର୍ଘ ସମୟ ଧରି ଅଟକି ରହି କବାଟ ଖୋଲିବାକୁ ଧମକ ଦେଉଥିଲେ। ଘର ଭିତରୁ ଦିବ୍ୟଲୋଚନ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ବିକ୍ରମ ଘର ଭିତର ପଟୁ ମୁଖ୍ୟ ପ୍ରବେଶପଥ କବାଟ ବନ୍ଦ କରିଦେଇଥିଲେ। ଏଭଳି ପରିସ୍ଥିତିରେ ଏସ୍‌ପି କୁଶଲକର, ଏସ୍‌ଡିପିଓ ତୋଫାନ୍‌ ବାଗ, ଟାଉନ ଥାନା ଆଇଆଇସି ପ୍ରିୟଙ୍କା ରାଉତରାୟ, ୩ ଏପିଆର ସେକ୍ସନ୍‌ ପୋଲିସ, ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହ ଉକ୍ତ ଘରକୁ ଘେରାବନ୍ଦୀ କରିଥିଲେ। ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ ମଧ୍ୟ ସେ ମାନି ନ ଥିଲେ। ପୋଲିସ ବିକ୍ରମଙ୍କ ମା’, ଭାଇ ଓ ତାଙ୍କ ୪ ଜଣ ସାଙ୍ଗକୁ ଉକ୍ତ ଘରକୁ ନେଇ ବୁଝାଶୁଝା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେ ଗୁଳି କରି ନିଜକୁ ଓ ଅନ୍ୟମାନଙ୍କୁ ମାରି ଦେବେ ବୋଲି ଧମକ ଦେଇଥିଲେ। ବିକ୍ରମଙ୍କୁ ବୁଝାଶୁଝାରେ ବିଫଳ ହେବାପରେ ପୋଲିସ ଟିମ୍‌ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ମଧ୍ୟାହ୍ନ ସାଢ଼େ ୧୨ଟାରେ ଉକ୍ତ ଉପର ମହଲା କୋଠାରୁ ବନ୍ଧକ ତିନି ସଦସ୍ୟଙ୍କୁ ଝରକା ପଟରୁ ଉଦ୍ଧାର କରିଥିଲେ। ଏହାପରେ ବିକ୍ରମଙ୍କୁ କାବୁ କରିବା ଯୋଜନା କରାଯାଇଥିଲା। ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ପିନ୍ଧି ଏସ୍‌ପିଙ୍କ ଉପସ୍ଥିତିରେ ଉଭୟ ପଟୁ ପୋଲିସ ଟିମ୍‌ ଚଢ଼ାଉ କରି ଘର ଭିତରେ ପଶି ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ବିକ୍ରମ ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କୁ ଟାଉନ୍‌ ଥାନାରେ ରଖି ପଚରାଉଚରା କରାଯାଉଛି। ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରି ବିକ୍ରମ ଏଭଳି କାଣ୍ଡ ଭିଆଇଥିବା ଏସ୍‌ପି ପ୍ରକାଶ କରିଛନ୍ତି। ଅପରେଶନ୍‌ ବଲାଙ୍ଗୀର ସଫଳ ହୋଇଥିବାରୁ ସେ ସମସ୍ତ ପୋଲିସ ଟିମ୍‌କୁ ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri